Modi New Cabinet: ପ୍ରତାପ ଷଡଙ୍ଗୀ,ସନ୍ତୋଷ ଗାଙ୍ଗୱାର,ରମେଶ ପୋଖ୍ରୀଆଲ ଏବଂ ଡ଼। ହର୍ଷ ବର୍ଦ୍ଧନଙ୍କ ମନ୍ତ୍ରୀ ପଦରୁ ଇସ୍ତଫା

Share this:

ନୂଆଦିଲ୍ଲୀ:ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ (PM Narendra Modi) ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ଦୁଇ ବର୍ଷ ପୂରଣ ହେବା ପରେ ପ୍ରଥମ ଥର ପାଇଁ କ୍ୟାବିନେଟ (Cabinet) ର ସମ୍ପ୍ରସାରଣରେ ପରିବର୍ତ୍ତନ ହେବାକୁ ଯାଉଛି। ଆଜି ସନ୍ଧ୍ୟା ୬ଟାରେ କେନ୍ଦ୍ର କ୍ୟାବିନେଟର ସମ୍ପ୍ରସାରଣ କରାଯିବ। ଏଥର କ୍ୟାବିନେଟରେ ଯୁବପିଢିଙ୍କ ଆଭିମୁଖ୍ୟ ଦେଖିବାକୁ ମିଳିପାରେ। ଏଥିରେ ସମସ୍ତ ସମ୍ପ୍ରଦାୟର ଉପଯୁକ୍ତ ପ୍ରତିନିଧିତ୍ୱ ମଧ୍ୟ ସମ୍ଭବ ହୋଇଥିବାବେଳେ ଏହିପରି କିଛି ମନ୍ତ୍ରୀଙ୍କୁ ହଟାଇ ଦିଆଯିବ, ଯେଉଁମାନେ କୌଣସି ବିଶେଷ କାର୍ଯ୍ୟ କରିନାହାଁନ୍ତି, କାରଣ ପ୍ରଧାନମନ୍ତ୍ରୀ ମୋଦୀ ନିଜେ ଅତୀତରେ ବର୍ତ୍ତମାନର ମନ୍ତ୍ରୀଙ୍କ କାର୍ଯ୍ୟଦକ୍ଷତାକୁ ସମୀକ୍ଷା କରିଛନ୍ତି।

ସୂଚନା ଅନୁସାରେ କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ପ୍ରତାପ ଷଡ଼ଙ୍ଗୀ (Pratap Sarangi) ଇସ୍ତଫା ଦେଇଛନ୍ତି। ସେ ସଂପ୍ରସାରଣ ଅବସରରେ ଇସ୍ତଫା ଦେଇଥିବା ସୂଚନା ମିଳିଛି। MSME ଓ ପଶୁ ସଂପଦ ବିଭାଗ ରାଷ୍ଟ୍ରମନ୍ତ୍ରୀ ଥିଲେ ପ୍ରତାପ ଷଡଙ୍ଗୀ।  ସେହିପରି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷ ବର୍ଦ୍ଧନ ମଧ୍ୟ ଇସ୍ତଫା ଦେଇଛନ୍ତି। ଶ୍ରମମନ୍ତ୍ରୀ ସାନ୍ତୋଶ ଗାଙ୍ଗୱାର ଏବଂ ଶିକ୍ଷାମନ୍ତ୍ରୀ ରମେଶ ପୋଖ୍ରିଆଲ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି।

ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଆଜି ୪୩ ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିବେ। ଏ ନେଇ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ବୈଠକ ଶେଷ ହୋଇଛି। କେନ୍ଦ୍ର କ୍ୟାବିନେଟରେ ଅନ୍ତର୍ଭୁକ୍ତ ହେବାକୁ ଥିବା ନୂତନ ମନ୍ତ୍ରୀଙ୍କ ତାଲିକା ବର୍ତ୍ତମାନ ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ ନିକଟରେ ପହଞ୍ଚିଛି।

ସନ୍ଧ୍ୟାରେ ଅନୁଷ୍ଠିତ ହେବାକୁ ଥିବା କ୍ୟାବିନେଟର ସମ୍ପ୍ରସାରଣ ପୂର୍ବରୁ ସମ୍ଭାବ୍ୟ ମନ୍ତ୍ରୀଙ୍କ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପହଞ୍ଚିବା ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ଭାବ୍ୟ ମନ୍ତ୍ରୀଙ୍କ ସହ ଆଲୋଚନା କରୁଛନ୍ତି। ଜ୍ୟୋତିରାଦିତ୍ୟ ସିନ୍ଧୀଆ, ସରବାନନ୍ଦ ସୋନୋୱାଲ, ଅଜୟ ଭଟ୍ଟ, କପିଲ ପାଟିଲ, ଶାନ୍ତନୁ ଠାକୁର, ପାଶୁପତି ପରସ, ନାରାୟଣ ରାଣେ, ମୀନାକ୍ଷୀ ଲେଖୀ, ଶୋଭା କରଣ୍ଡାଲଜେ, ଅନୁପ୍ରିଆ ପଟେଲ, ହିନା ଗାଭିଟ, ଅଜୟ ମିଶ୍ର ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ବାସଭବନରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ବିଜେପି ସଭାପତି ଜେପି ନାଡା ମଧ୍ୟ ଉପସ୍ଥିତ ଅଛନ୍ତି।

Also Read | SBI Apprentice Recruitment 2021: SBI ରେ ୬୧୦୦ ପଦବୀ ପାଇଁ ଆଜିଠାରୁ ଆବେଦନ ପ୍ରକ୍ରିୟା ଆରମ୍ଭ

[amazon_auto_links id=”9939″]

Share this:

Leave a Reply

Your email address will not be published. Required fields are marked *