Covid Odisha Updates: ଆଜି ଓଡିଶାରୁ ୧୭୧ କୋଭିଡ ପଜିଟିଭ ଚିହ୍ନଟ, ୭ ମୃତ୍ୟୁ

Share this:

ଭୁବନେଶ୍ଵର: Odisha Covid Updates News ଓଡିଶା ଆଜି କମିଛି କରୋନା ସଂକ୍ରମଣ। ରାଜ୍ୟରୁ ଆଜି ୧୭୧ଜଣ କୋଭିଡ-୧୯ (Covid-19) ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଜି  ୧୮ ବର୍ଷ ଚିହ୍ନଟଙ୍କ ମଧ୍ୟରେ ଅଛନ୍ତି ୩୪ଜଣ। ସେହିପରି ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୯୮ଜଣ  ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୭୩ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଗଜପତି ଜିଲ୍ଲାରୁ ସର୍ବାଧିକ ୨୪ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି, ଅନୁଗୋଳ ଜିଲ୍ଲାରୁ ୫ଜଣ, ବାଲେଶ୍ଵରରୁ ଜଣେ, ବରଗଡ଼ରୁ ୨ଜଣ, ଭଦ୍ରକରୁ ୩ଜଣ, ବଲାଙ୍ଗୀରିରୁ ୨ଜଣ, ବୌଦରୁ ଜଣେ, କଟକରୁ ୬ଜଣ, ଗଞ୍ଜାମରୁ ଜଣେ, ଯାଜପୁରରୁ ୧୫ଜଣ, ଝାରସୁଗୁଡାରୁ ୨୧ଜଣ, କଳାହାଣ୍ଡିରୁ ୩ଜଣ,କନ୍ଧମାଳରୁ ଜଣେ, କେନ୍ଦ୍ରାପଡ଼ାରୁ ଜଣେ, ଖୋର୍ଦ୍ଧା ଜିଲ୍ଲାରୁ ୨୩ଜଣ, କୋରପୁଟରୁ ୪ଜଣ, ମୟୁରଭଞ୍ଜରୁ ୮ଜଣ, ନବରଙ୍ଗପୁରୁ ୩ଜଣ, ପୁରୀରୁ ଜଣେ, ରାୟଗଡାରୁ ୫ଜଣ, ସମ୍ବଲପୁରରୁ ୨୨ଜଣ, ସୁନ୍ଦରଗଡରୁ ୭ଜଣ ଏବଂ ଷ୍ଟେଟ୍ ପୁଲ (State Pool) ରୁ ୫ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୨ କୋଟି ୯୨ ଲକ୍ଷ ୬୩ ହଜାର ୫୬ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୧୨ ଲକ୍ଷ ୮୫ ହଜାର ୩୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୩୮୨ଜଣ ସୁସ୍ଥ ହେବା ସହିତ ମୋଟ ୧୨ ଲକ୍ଷ ୭୩ ହଜାର ୩୦୪ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨ହଜାର ୩୧୦ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

ସେହିପରି ରାଜ୍ୟରେ ୭ କରୋନା ସଂକ୍ରମିତଙ୍କ ପ୍ରାଣହାନି ହୋଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୯ ହଜାର ୭୧କୁ ବୃଦ୍ଧି ପାଇଛି।

Read Also | Odisha Board Examination 2022: ବୋର୍ଡ଼ ଓ ପରିଷଦର ରିପୋର୍ଟ ପରେ ଦଶମ ଓ +2 ବୋର୍ଡ଼ ପରୀକ୍ଷା ପାଇଁ ନିଆଯିବ ନିଷ୍ପତ୍ତି

Share this: