Odisha Cyclone Updates: ଆସୁଛି ବାତ୍ୟା, ମୁକାବିଲା ପାଇଁ ସରକାର ପ୍ରସ୍ତୁତ

Share this:

ଭୁବବେଶ୍ଵର: Odisha Cyclone Updates ପୁଣି ଓଡ଼ିଶାକୁ ବାତ୍ୟା ଭୟ ଦେଖାଦେଇଛି। ସମ୍ଭାବ୍ୟ ବାତ୍ୟା (Odisha Cyclone) କୁ ନେଇ ସରକାର ପ୍ରସ୍ତୁତ। ଆଣ୍ଡାମାନ ସାଗର ଏବଂ ଏହାର ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଅଧିକ ଘନୀଭୂତ ହେବାରେ ଲାଗିଛି। ଏହାର ପ୍ରଭାବରେ ପୂର୍ବ- କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ ଭୂବନେଶ୍ଵର।

ପାଣିପାଗକେନ୍ଦ୍ର ସୂଚନା ଅନୁଯାୟୀ ସୃଷ୍ଟି ହେବାକୁ ଥିବା ଲଘୁଚାପ ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ସହ ଆସନ୍ତା ୨୨ ତାରିଖରେ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ପରେ ଏହା ଆହୁରି ଅଧିକ ଘନୀଭୂତ ହୋଇ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ବାତ୍ୟା ରୂପ ନେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର କହିଛି।

ପବନ ବହିବ ୪୦ରୁ ୫୫ କିମି ବେଗରେ

ଆସନ୍ତା ୨୨ ତାରିଖ ଶନିବାରଠାରୁ ଗଭୀର ସମୁଦ୍ର ଭାଗରେ ଝଡ଼ ପବନ ହେବା ସହ ଘଣ୍ଟା ପ୍ରତି ୪୫ରୁ ୫୫ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। ଏହି ସମୟ ମଧ୍ୟରେ ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀମାନଙ୍କୁ ମଧ୍ୟକୁ ଯିବା ପାଇଁ ବାରଣ କରାଯାଇଛି। ସେହିପରି ଘୂର୍ଣ୍ଣିବଳୟ ବାତ୍ୟାର ରୂପ ନେବାପରେ ଏହାର ଗତି, ତୀବ୍ରତା, ଲ୍ୟାଣ୍ଡଫଲ ଓ ପ୍ରଭାବ ସମ୍ପର୍କରେ ସ୍ପଷ୍ଟ ଚିତ୍ର ମିଳିବ ବୋଲି ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏ ସମ୍ପର୍କିତ ସ୍ଥିତି ଉପରେ ବିଭାଗ ପକ୍ଷରୁ ତୀକ୍ଷ୍ଣ ଦୃଷ୍ଟି ରଖାଯାଇଛି ଓ ତାଜା ରିପୋର୍ଟ ସରକାର ଏବଂ ଗଣମାଧ୍ୟମକୁ ପ୍ରଦାନ କରାଯାଉଛି ବୋଲି ଡକ୍ଟର ମହାପାତ୍ର କହିଛନ୍ତି।

ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

ସେହିପରି ସମ୍ଭାବ୍ୟ ବାତ୍ୟା ଓ ଏହାର ମୁକାବିଲା ପ୍ରସ୍ତୁତି ନେଇ ସ୍ୱତନ୍ତ୍ର ରିଲିଫ୍‍ କମିଶନଙ୍କ ଦାୟିତ୍ୱରେ ଥିବା ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଉପକୂଳବର୍ତ୍ତୀ ଜିଲ୍ଲାପାଳମାନଙ୍କୁ ସତର୍କ ରହିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ଏବଂ ଦୀପାବଳୀ ଛୁଟିକୁ ବାତିଲ କରାଯିବା ସହ ମୁଖ୍ୟାଳୟ ନ ଛାଡ଼ିବାକୁ ସରକାରୀ କର୍ମଚାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବାତ୍ୟା ସମୟରେ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବା ସମ୍ପର୍କରେ ଆଲୋଚନା ହୋଇଛି। ଉଦ୍ଧାର କାର୍ଯ୍ୟ ପାଇଁ ଓଡ୍ରାଫ୍‍, ଏନ୍‍ଡିଆରଏଫ୍‍କୁ ସଜାଗ ରହିବା ଲାଗି ସରକାରୀ ନିର୍ଦ୍ଦେଶ ଦିଆଯାଇଛି।

Read Also | PM Kisan Status Check: ମୋଦୀ ସରକାରଙ୍କ ଚାଷୀଙ୍କୁ ଦୀପାବଳି ଭେଟି, ମିଳିଲା ପିଏମ କିସାନ କିସ୍ତି

Share this:

Leave a Reply

Your email address will not be published. Required fields are marked *