PM Kisan Status Check: ମୋଦୀ ସରକାରଙ୍କ ଚାଷୀଙ୍କୁ ଦୀପାବଳି ଭେଟି, ମିଳିଲା ପିଏମ କିସାନ କିସ୍ତି
ନୂଆଦିଲ୍ଲୀ: PM Kisan PM Kisan Status Check Installments ଆଜି ମିଳିଛି ଚାଷୀଙ୍କୁ ଦୀପାବଳି ଭେଟି। ପ୍ରଧାନମନ୍ତ୍ରୀ କିସାନ ସମାନ ନିଧି (PM Kisan Samman Nidhi)ର ଦ୍ୱାଦଶ କିସ୍ତି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ (PM Narendra Modi) ୨ ହଜାର ଟଙ୍କା ଦେଶର ୧୦ କୋଟି ଚାଷୀଙ୍କ ଆକାଉଣ୍ଟକୁ ସିଧାସଳଖ ପଠାଇଛନ୍ତି।
ସୂଚନାଯୋଗ୍ୟ ଯେ ପିଏମ କିସାନ ସରକାରଙ୍କ ଏକ ଯୁଗାନ୍ତକାରୀ ତଥା ଏକ ଉଚ୍ଚକୋଟୀର ଯୋଜନା। ଆଜି ସୁଦ୍ଧା କେନ୍ଦ୍ର ସରକାର ଏହାର ୧୨ଟି କିସ୍ତି କୃଷକମାନଙ୍କୁ ବଣ୍ଟନ କରିଛନ୍ତି। ପୂର୍ବରୁ ଏହାର ଏକାଦଶ କିସ୍ତି ପ୍ରଧାନମନ୍ତ୍ରୀ ମୋଦୀ ନିଜେ ୩୦ ମେ ୨୦୨୨ରେ କୃଷକଙ୍କ ଆକାଉଣ୍ଟରେ ସ୍ଥାନାନ୍ତର କରିଥିଲେ। ତେବେ ଏଥର ମଧ୍ୟ କିଛି କୃଷକ ଏହି ଯୋଜନାର ଲାଭରୁ ବଞ୍ଚିତ ହୋଇଛନ୍ତି। କାରଣ କିଛି କୃଷକ ଏପର୍ଯ୍ୟନ୍ତ eKYC କରିନାହାଁନ୍ତି।
ସୂଚନାଯୋଗ୍ୟ ଏହି ଯୋଜନାରେ ବାର୍ଷିକ କୃଷକମାନଙ୍କୁ ୬ ହଜାର ଟଙ୍କା ଦିଆଯାଇଥାଏ। ଯୋଗ୍ୟ କୃଷକମାନେ ଏପର୍ଯ୍ୟନ୍ତ ଏହି ଯୋଜନାର ୧୧ ଟି କିସ୍ତି ପାଇଛନ୍ତି। ଆଜି ପ୍ରଧାନମନ୍ତ୍ରୀ ମୋଦୀ କୃଷକମାନଙ୍କୁ ଦ୍ୱାଦଶ କିସ୍ତି ଉପହାର ଦେଇଛନ୍ତି। ଏହା କୁହାଯାଉଛି ଯେ ଏହା ସରକାରଙ୍କ ଉପରେ ୧୬ ହଜାର କୋଟି ଟଙ୍କା ଅତିରିକ୍ତ ବୋଝ ପଡିବ।
Read Also | Krushak Odisha Registration: ଏଥର PM Kisan ଓ Kalia Yojana ରୁ ବାଦ ପଡ଼ିବେ ବହୁ ଚାଷୀ; ଶୀଘ୍ର କରନ୍ତୁ ପଞ୍ଜୀକରଣ