ଆଜି ପ୍ରକାଶ ପାଇବ ସିବିଏସଇ ଦଶମ ପରୀକ୍ଷା ଫଳାଫଳ,ଦିନ ୧୨ ସୁଦ୍ଧା

Share this:

ସିବିଏସଇ ବୋର୍ଡ ଦଶମ ଫଳାଫଳ ୨୦୨୦  ଆଜି ଘୋଷଣା କରାଯିବ।  କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଡକ୍ଟର ରମେଶ ପୋଖ୍ରିଆଲ ନିଶ ଏକ ଟ୍ୱିଟରେ ଏହି ସୂଚନା ଦେଇଛନ୍ତି। ଏଥିସହ କେନ୍ଦ୍ର ମନ୍ତ୍ରୀ ସମସ୍ତ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ସିବିଏସ୍ଇ ଅନୁଯାୟୀ, ବର୍ତ୍ତମାନ ଫଳାଫଳ ଦ୍ୱିପ୍ରହର ପୂର୍ବରୁ ଘୋଷଣା କରାଯାଇପାରେ। ଫଳାଫଳ କୁ ଜାଣିବା ପାଇଁ ଛାତ୍ରଛାତ୍ରୀ cbseresults.nic.in କିମ୍ବା  cbse.nic.inକୁ ଯାଇ ଦେଖିପାରିବେ। ଏଥର ସିବିଏସ୍ଇ ଡିଜିଟାଲ ଲକର୍ ଆପ ମାଧ୍ୟମରେ ମାର୍କସିଟ୍, ସ୍ଥାନାନ୍ତରଣ ପ୍ରମାଣପତ୍ର(migration) ଏବଂ ପାସ୍ ସାର୍ଟିଫିକେଟ୍ ଭଳି ଡିଜିଟାଲ୍ ଶିକ୍ଷାଗତ ଦଲିଲ ପ୍ରଦାନ କରାଯିବ। ଡିଜି ଲକର୍(digilocker) ଆକାଉଣ୍ଟର ସବିଶେଷ ତଥ୍ୟ ସିବିଏସଇ ରେ ପଞ୍ଜୀକୃତ ମୋବାଇଲ୍ ନମ୍ବରରେ ଏସଏମଏସ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ପଠାଯିବ।  

Share this: