COVID-19 vaccination Odisha: ଆଜିଠାରୁ ପୁଣି ଟୀକାକରଣ ଆରମ୍ଭ, ଉଭୟ ଅନଲାଇନ ଅଫ ଲାଇନରେ ଆରମ୍ଭ

Share this:

ଭୁବନେଶ୍ଵର : (COVID-19 vaccination Odisha) ବିଶ୍ୱରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜିଠାରୁ ଓଡ଼ିଶାରେ କୋଭିଡ୍‌ ଟିକାକରଣ କାର୍ଯ୍ୟକ୍ରମ ପୁଣି ଥରେ ଆରମ୍ଭ ହେଉଛି। କେନ୍ଦ୍ର ସରକାର ମଙ୍ଗଳବାର ଦିନ ୧ ଲକ୍ଷ ଡୋଜ୍‌ କୋଭିସିଲ୍‌ଡ୍‌ ଟିକା (Covid-19 Vaccine) ପଠାଇବା ପରେ ଏହାକୁ ଟିକାକରଣ କେନ୍ଦ୍ରଗୁଡ଼ିକୁ ପଠାଯାଇଛି।

ସୂଚନାଅନୁସାରେ କୋଭାକ୍ସିନ୍‌ ଟିକା (Covaxin vaccine) ନେଇଥିବା ହିତାଧିକାରୀଙ୍କୁ କୋଭାକ୍ସିନ୍‌ ଆସିବା ପରେ ବୁଷ୍ଟର ଡୋଜ୍‌ ଦିଆଯିବ। ହକି ବିଶ୍ୱକପ୍‌ ଚାଲିଥିବାରୁ ଭୁବନେଶ୍ୱର, ସୁନ୍ଦରଗଡ଼ ଓ କଟକରେ ଅଧିକ ଟିକା ଗଚ୍ଛିତ କରାଯାଇଛି।

କରୋନା ଟୀକା (COVID-19 vaccination Odisha )ନେବାକୁ ଥିବା ହିତାଧିକାରୀ ଉଭୟ ଅଫ୍‌ଲାଇନ୍‌ ଓ ଅନ୍‌ଲାଇନ୍‌ (CoWin Portal Registration) ମାଧ୍ୟମରେ ପଞ୍ଜୀକରଣ କରିବା ସହ ଟିକାକରଣ କେନ୍ଦ୍ରକୁ ଯାଇ ଟିକା ନେଇପାରିବେ ବୋଲି ରାଜ୍ୟ ପରିବାର କଲ୍ୟାଣ ନିର୍ଦେଶକ ଡାକ୍ତର ବିଜୟ କୁମାର ପାଣିଗ୍ରାହୀ କହିଛନ୍ତି।

Read Also | Pradhan Mantri Awas Yojana 2023 Odisha: ଯୋଗ୍ୟ ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ, ଅଯୋଗ୍ୟ ଘର ପାଇଥିଲେ ଏହି ନମ୍ବରରେ କରନ୍ତୁ ଅଭିଯୋଗ

Share this:

Leave a Reply

Your email address will not be published. Required fields are marked *