Covid Cases in Odisha: ଓଡିଶାରୁ ପୁଣି ୧୦୨୯ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ଵର: Covid cases in Odisha in last 24 hours district Wise ରାଜ୍ୟରେ କରୋନା ସଂକ୍ରମଣ (Coronavirus Odisha) କମିବାର ନାଁ ନେଉନି। ଗତକାଲି ଓଡିଶାରୁ ୯୮୧ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଆଜି ରବିବାର ୧୦୨୯ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଜି କରୋନା ସଂକ୍ରମିତଙ୍କ ମଧ୍ୟରୁ ୧୮ ବର୍ଷ ମଧ୍ୟରେ ୧୭୫ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍ ସେଣ୍ଟର (Quarantine) ରୁ ୬୦୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୪୨୭ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
କରୋନା ଚିହ୍ନଟଙ୍କ ମଧ୍ୟରେ ଆଜି ମଧ୍ୟ ସର୍ବାଧିକ ସୁନ୍ଦରଗଡରୁ ୨୨୨ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୁଳରୁ ଜଣେ, ବାଲେଶ୍ଵରରୁ ୧୧ଜଣ, ବରଗଡ଼ରୁ ୬୫ଜଣ, ଭଦ୍ରକରୁ ୧୦ଜଣ, ବଲାଙ୍ଗୀରିରୁ ୨୭ଜଣ, ବୌଦରୁ ୧୫ଜଣ, କଟକରୁ ୬୮ଜଣ ଚିହ୍ନଟ ହୋଇଥିବାବେଳେ ଦେଓଗଡରୁ ୫ଜଣ, ଢେଙ୍କାନାଳରୁ ୨ଜଣ, ଗଜପତିରୁ ୭ଜଣ, ଜଗତସିଂପୁରରୁ ୬ଜଣ, ଯାଜପୁରରୁ ୧୫ଜଣ, ଝାରସୁଗୁଡାରୁ ୧୨ଜଣ, କଳାହାଣ୍ଡିରୁ ୩୮ଜଣ, କନ୍ଧମାଳରୁ ୨୨ଜଣ, କେଉଁଝରରୁ ୧୧ଜଣ, ଖୋର୍ଦ୍ଧାରୁ ୧୭୩ଜଣ, କୋରାପୁଟରୁ ୧୩ଜଣ, ମୟୁରଭଞ୍ଜରୁ ୭୦ଜଣ, ନବରଙ୍ଗପୁରରୁ ୨୮ଜଣ, ନୟାଗଡରୁ ୧୭ଜଣ, ନୂଆପଡ଼ାରୁ ୧୩ଜଣ, ପୁରୀରୁ ୮ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ରାୟଗଡ଼ାରୁ ୧୪ଜଣ, ସମ୍ବଲପୁରରୁ ୯୩ଜଣ ଏବଂ ସୋନପୁରରୁ ୨୪ଜଣ ଚିହ୍ନଟ ହୋଇଛନ୍ତି। ଏଥିସହିତ ଷ୍ଟେଟ୍ ପୁଲରୁ ୩୯ଜଣ ଚିହ୍ନଟ ହୋଇଛନ୍ତି।
ଆଜି ସୁଦ୍ଧା ଓଡ଼ିଶାରେ ୩କୋଟି ୨୬ ଲକ୍ଷ ୪୩ ହଜାର ୯୬୩ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୧୩ ଲକ୍ଷ ୧୩ ହଜାର ୧୪୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୧୦୫୧ଜଣ ସୁସ୍ଥ ହେବା ସହିତ ମୋଟ ୧୨ ଲକ୍ଷ ୯୭ ହଜାର ୩୪୪ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୬୬୦୮ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।
ସଚେତନତା ହିଁ କୋଭିଡରୁ ଆପଣଙ୍କୁ ସୁରକ୍ଷିତ କରିବ। ନିୟମିତ ମାସ୍କ ପିନ୍ଧିବା ସହ ସମସ୍ତ କୋଭିଡ ନିୟମ ପାଳନ ଦିଗରେ ସଚେତନ ହୁଅନ୍ତୁ ଏବଂ ଏହାକୁ କଡ଼ାକଡ଼ି ପାଳନ କରନ୍ତୁ। ଏଥିସହିତ ଜ୍ଵର, ଥଣ୍ଡା ଏବଂ କାଶ ଭଳି ଲକ୍ଷଣ ଦେଖାଦେଲେ ତୁରନ୍ତ କୋଭିଡ୍ ପରୀକ୍ଷା କରି ପୃଥକବାସରେ ରୁହନ୍ତୁ। କୋଭିଡ୍ ନିୟମ ଅନୁପାଳନ ସହ ସତର୍କତା ଅବଲମ୍ବନ କରନ୍ତୁ। କରୋନା ମହାମାରୀ ଶେଷ ହୋଇ ନଥିବାରୁ ଏହାକୁ ନିୟନ୍ତ୍ରଣ କରିବା ଲାଗି ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା ପରି ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ସରକାର ପରାମର୍ଶ ଦେଇଛନ୍ତି।
RECOMMENDED DEALS
crocs unisex-adult Bayaband Slide Slipper
₹1,438.00 (as of August 11, 2022 12:26 GMT +05:30 - More infoProduct prices and availability are accurate as of the date/time indicated and are subject to change. Any price and availability information displayed on [relevant Amazon Site(s), as applicable] at the time of purchase will apply to the purchase of this product.)Bourge Mens Vega-z5 Running Shoes
₹598.00 (as of August 11, 2022 12:26 GMT +05:30 - More infoProduct prices and availability are accurate as of the date/time indicated and are subject to change. Any price and availability information displayed on [relevant Amazon Site(s), as applicable] at the time of purchase will apply to the purchase of this product.)Reebok Men's Velocity Runner Lp Running Shoe
₹1,539.00 (as of August 11, 2022 12:26 GMT +05:30 - More infoProduct prices and availability are accurate as of the date/time indicated and are subject to change. Any price and availability information displayed on [relevant Amazon Site(s), as applicable] at the time of purchase will apply to the purchase of this product.)ASIAN Men's Wonder-13 Sports Running Shoes
₹450.00 (as of August 11, 2022 12:26 GMT +05:30 - More infoProduct prices and availability are accurate as of the date/time indicated and are subject to change. Any price and availability information displayed on [relevant Amazon Site(s), as applicable] at the time of purchase will apply to the purchase of this product.)Read Also | Elephant kills man Hindol: ହାତୀ ଆକ୍ରମଣରେ ଜଣେ ମୃତ