Elephant kills man Hindol: ହାତୀ ଆକ୍ରମଣରେ ଜଣେ ମୃତ

Share this:

ଢେଙ୍କାନାଳ: Elephant kills Man in Hindol ହିନ୍ଦୋଳ ଅଞ୍ଚଳରେ ପୁଣି ହାତୀ ଆକ୍ରମଣରେ ଜଣେ ପୁରୁଷ ଲୋକଙ୍କ ମୃତ୍ୟୁ ହୋଇଛି। ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ କନ୍ତିମିଲି ପଞ୍ଚାୟତର କୁମୁରିସିଂହା (Kumurisingha) ଗ୍ରାମରେ ହାତୀ ଆକ୍ରମଣରେ ଜଣେ ମୃତ୍ୟୁବରଣ କରିଛନ୍ତି। ମୃତ୍ୟୁବରଣ କରିଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି କୁମୁରିସିଂହା ଗ୍ରାମର ସ୍ଵର୍ଗତ କପିଳ ନାଏକଙ୍କ ସାନ ପୁଅ ବୈଷ୍ଣବ ନାଏକ (୫୫)। ଏହି ଘଟଣା ଘଟିଛି କୁମୁରିସିଂହା-ଦୁଦୁରକୋଟ ରାସ୍ତାରେ।

ସୂଚନା ଅନୁସାରେ, କୁମୁରିସିଂହା ଗ୍ରାମର ବୈଷ୍ଣବ ନାଏକ ଗତକାଲି ଉପରବେଳା ପାଖ ଦୁଦୁରକୋଟ ଗ୍ରାମକୁ ଯାଇଥିଲେ। ସେ ଫେରିବା ବାଟରେ ହାତୀ ସହିତ ମୁହାଁମୁହିଁ ହୋଇ ହାତୀ ଆକ୍ରମଣର ଶିକାର ହୋଇଥିଲେ। ରାସ୍ତା ପାର୍ଶ୍ଵରେ ତାଙ୍କ ସାଇକେଲ ପଡିଛି। ସାଇକେଲ ଉପରୁ ତାକୁ ଟେକି ନେଇ ହାତୀ ଦଳି ଚକଟି ଦେଇଛି। ଘରେ ତାଙ୍କର ଅନ୍ଧୁଣୀ ସ୍ତ୍ରୀ ଓ ଦୁଇ ବୋହୂ ଅଛନ୍ତି। ଦୁଇ ବିବାହିତ ପୁଅ ରାଜ୍ୟ ବାହାରେ କାମ କରୁଛନ୍ତି। ଝିଅର ବିବାହ ସରିଛି। ବୈଷ୍ଣବ ନାଏକଙ୍କ ପରିବାରକୁ ସାହାଯ୍ୟ କରିବାକୁ ଗ୍ରାମବାସୀ ସରକାରଙ୍କ ନିକଟରେ ଦାବି କରିଛନ୍ତି।

ସୂଚନାଯୋଗ୍ୟ କୁମୁରିସିଂହା ଗ୍ରାମରେ ଗତ ମାର୍ଚ୍ଚ ମାସଠାରୁ ପ୍ରାୟ ୨୦ରୁ ଅଧିକ ହାତୀ ଅଛନ୍ତି। ଭୟରେ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଦିନରାତି ସବୁବେଳେ ହାତୀପଲ ଗାଁକୁ ପଶି ଆସୁଛନ୍ତି। ହାତୀ ଭୟରେ ଲୋକେ ଏବର୍ଷ ଜମିବାଡି ପଡିଆ ରଖିଛନ୍ତି। କିଛି ଦିନ ପୂର୍ବରୁ ଗ୍ରାମର ମଙ୍ଗୁଳୁ  ଦଳେଇଙ୍କ ରୋଷେଇ ଘର ଭାଙ୍ଗି ଭାତ ହାଣ୍ଡି ଟେକି ନେଇଥିଲା। ଗାଁରୁ ହାତୀ ଘଉଡେଇବା ପାଇଁ ହିନ୍ଦୋଳ ଫରେଷ୍ଟ ରେଞ୍ଜରୁ ଦୈନିକ ଗାଡି ଆସୁଛି କିନ୍ତୁ ସେମାନେ କୌଣସି ଉପଯୁକ୍ତ ପଦକ୍ଷେପ ନେଉନାହାନ୍ତି ବୋଲି ଗ୍ରାମବାସୀ ଦାବି କରିଛନ୍ତି।

Read Also | Bank Holidays in August: ଅଗଷ୍ଟରେ ୧୮ ଦିନ ବ୍ୟାଙ୍କ ବନ୍ଦ

[amazon_auto_links id=”9939″]

advertisement_mahimalive
Share this:

Leave a Reply

Your email address will not be published. Required fields are marked *