Covid-19 Odisha News: ଦିନେ ବଢିଲେ ଦିନେ କମୁଛି କରୋନା ସଂକ୍ରମଣ ଆଜି ୧୫୭୨ ଚିହ୍ନଟ, ୨୦ ମୃତ୍ୟୁ

Coronavirus-COVID19_2
Share this:

ଭୁବନେଶ୍ଵର: Odisha Covid-19 news ଓଡିଶାରେ ଆଜି ୧୫୭୨ କୋଭିଡ-୧୯ (Covid-19) ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କାଲି ଅପେକ୍ଷା ଆଜି ରାଜ୍ୟରେ ବଢିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଦିନେ ବଢିଲେ ଦିନେ କମୁଛି। କୋଭିଡ ନିୟମ ପାଳନ କରି ନିଜେ ସୁରକ୍ଷିତ ରହିବା ସହ ଅନ୍ୟମାନଙ୍କୁ ସୁରକ୍ଷିତ ରହିବାରେ ସହାୟକ ହୁଅନ୍ତୁ। ଏଥିସହିତ ୧୮ ବର୍ଷ ଚିହ୍ନଟଙ୍କ ମଧ୍ୟରେ ଅଛନ୍ତି ୩୦୯ଜଣ। ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୯୧୮ଜଣ  ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୬୫୪ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୩୩ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି, ଅନୁଗୁଳ ଜିଲ୍ଲାରରୁ ୯ଜଣ, ବାଲେଶ୍ଵରରୁ ୬୨ଜଣ, ବରଗଡ଼ରୁ ୨୫ଜଣ, ଭଦ୍ରକରୁ ୨୭ଜଣ, ବଲାଙ୍ଗୀରିରୁ ୪୦ଜଣ, ବୌଦରୁ ୨୫ଜଣ, କଟକରୁ ୧୬୧ଜଣ, ଦେଓଗଡ଼ରୁ ୨୦ଜଣ, ଢେଙ୍କାନାଳରୁ ୩୫ଜଣ, ଗଜପତିରୁ ୪୭ଜଣ, ଗଞ୍ଜାମରୁ ୨୭ଜଣ, ଜଗତସିଂପୁରରୁ ୪୮ଜଣ, ଯାଜପୁରରୁ ୫୨ଜଣ, ଝାରସୁଗୁଡାରୁ ୧୩ଜଣ, କଳାହାଣ୍ଡିରୁ ୨୨ଜଣ, କନ୍ଧମାଳରୁ ୬୨ଜଣ, କେନ୍ଦ୍ରାପଡ଼ାରୁ ୩୦ଜଣ, କେଉଁଝରରୁ ୪୩ଜଣ, କୋରପୁଟରୁ ୮୭ଜଣ, ମାଲକାନଗିରିରୁ ୬ଜଣ, ମୟୁରଭଞ୍ଜରୁ ୬୦ଜଣ, ନବରଙ୍ଗପୁରୁ ୨୦ଜଣ, ନୟାଗଡ଼ରୁ ୩୫ଜଣ, ନୂଆପଡ଼ାରୁ ୨୩ଜଣ, ପୁରୀରୁ ୩୯ଜଣ, ରାୟଗଡାରୁ ୭୪ଜଣ, ସମ୍ବଲପୁରରୁ ୭୩ଜଣ, ସୋନପୁରରୁ ୧୨ଜଣ, ସୁନ୍ଦରଗଡରୁ ୧୧୩ଜଣ ଏବଂ ଷ୍ଟେଟ୍ ପୁଲ (State Pool) ରୁ ୪୯ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୨ କୋଟି ୮୨ ଲକ୍ଷ ୯୩ ହଜାର ୮୪୧ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୧୨ ଲକ୍ଷ ୭୪ହଜାର ୫୭୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୩ ହଜାର ୨୭୯ଜଣ ସୁସ୍ଥ ହେବା ସହିତ ମୋଟ ୧୨ ଲକ୍ଷ ୫୧ ହଜାର ୪୩୧ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୪ ହଜାର ୨୫୩ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

ସେହିପରି ରାଜ୍ୟରେ ୨୦ କରୋନା ସଂକ୍ରମିତଙ୍କ ପ୍ରାଣହାନି ହୋଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୮୮୩୮ କୁ ବୃଦ୍ଧି ପାଇଛି।

Share this: