School Reopens: ଫେବ୍ରୁ୍ଆରି ୧୪ରେ ଖୋଲିବ ସ୍କୁଲ, କିନ୍ତୁ ପାଠପଢା ଆରମ୍ଭ ହେବ ୨୮ରୁ

Share this:

ଭୁବନେଶ୍ୱର : Odisha school reopens ଗଣଶିକ୍ଷା ସଚିବଙ୍କ ଦ୍ଵାରା ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ଫେବ୍ରୁଆରି ୧୪ରୁ ପ୍ରଥମରୁ ୭ମ ଶ୍ରେଣୀ (Class 1 to 7) ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ଲାଗି ବିଦ୍ୟାଳୟ ଖୋଲିବାକୁ ଅନୁମତି ଦିଆଯାଇଛି। ପ୍ରଥମରୁ ସପ୍ତମ ଶ୍ରେଣୀ ପିଲାଙ୍କ ଶ୍ରେଣୀଗୃହ ପାଠପଢା ୧୪ ବଦଳରେ ୨୮ ଫେବୃଆରୀ ୨୦୨୨ରୁ ଆରମ୍ଭ ହେବ। ଦୀର୍ଘ ଦୁଇ ବର୍ଷ ସ୍କୁଲ ବନ୍ଦ ଥିବା ଯୋଗୁ, ସଫେଇ ତଥା ଛୋଟମୋଟ ମରାମତି କାର୍ଯ୍ୟ କରି ଏକ ଉତ୍ତମ ଶିକ୍ଷା ପରିବେଶ ପ୍ରଦାନକୁ ସୁନିଶ୍ଚିତ କରିବା ପାଇଁ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏଥି ସହିତ ରାଜ୍ୟରେ ପଞ୍ଚାୟତ ନିର୍ବାଚନ (Panchayat Election) ପ୍ରକ୍ରିୟାରେ ବିଭିନ୍ନ ସ୍କୁଲ ଗୃହ ବ୍ୟବହାର ହେବ। କୋଭିଡ୍ (Covid-19) ପରିପ୍ରେକ୍ଷୀରେ ଏହା ଛାତ୍ରଛାତ୍ରୀମାନଙ୍କ ସ୍ଵାସ୍ଥ୍ୟ ଉପରେ ପ୍ରଭାବ ପକାଇବା ସମ୍ଭାବନା ରହିଛି ତେଣୁ ସ୍କୁଲ୍ ପରିସରକୁ ସାନିଟାଇଜ୍ କରି ପାଠପଢା ନିମନ୍ତେ ବ୍ୟବହାର କରାଯିବ ବୋଲି ନିଷ୍ପତ୍ତି ହୋଇଛି।

 ସୂଚନା ଅନୁସାରେ ଆସନ୍ତା ୧୪ତାରିଖରୁ ବିଦ୍ୟାଳୟ ଖୋଲିବ। ଶିକ୍ଷକ ଓ ଶିକ୍ଷୟିତ୍ରୀ ଏବଂ ଅନ୍ୟ କର୍ମଚାରୀ ବିଦ୍ୟାଳୟ ଆସିବେ। ମାତ୍ର ଛାତ୍ରଛାତ୍ରୀ ବିଦ୍ୟାଳୟ ଆସିବେ ନାହିଁ। ସେମାନେ ଅନ୍‌ଲାଇନ୍‌ ମାଧ୍ୟମରେ ପାଠ ପଢ଼ିବେ। ଛାତ୍ରଛାତ୍ରୀ ଚଳିତ ମାସ ୨୮ରୁ ବିଦ୍ୟାଳୟ ଆସିବେ। ଉକ୍ତ ଦିନଠାରୁ ବିଦ୍ୟାଳୟରେ ଶ୍ରେଣୀଗୃହ ଶିକ୍ଷାଦାନ ହେବ। କ୍ୟାମ୍ପସ ସଫେଇ ଓ ବିଶୋଧନ ଉପରେ ବିଶେଷ ଧ୍ୟାନ ଦେବେ। ତେବେ ବିଦ୍ୟାଳୟ କ୍ୟାମ୍ପସ ସଫେଇ ପାଇଁ ଆଉ କିଛି ସମୟ ଆବଶ୍ୟକ ବୋଲି ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳଙ୍କଠାରୁ ସୂଚନା ମିଳିଛି। କେତେକ ବିଦ୍ୟାଳୟରେ ମରାମତି ସହ ଅନ୍ୟ କାମ ଚାଲିଛି। ଦୁଇ ବର୍ଷ ଧରି ବିଦ୍ୟାଳୟ ବନ୍ଦ ଥିବାରୁ ଏବେ ଏହି କାର୍ଯ୍ୟ କରାଯାଉଛି। ଏଥିସହ ଏବେ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟା ଜାରି ରହିଛି। ବହୁ ଶିକ୍ଷକ, ଅଣଶିକ୍ଷକ ଓ କର୍ମଚାରୀ ପଞ୍ଚାୟତ ନିର୍ବାଚନ କାମରେ ନିୟୋଜିତ ଅଛନ୍ତି। ସେମାନେ ନିର୍ବାଚନ ପାଇଁ ପ୍ରଶିକ୍ଷଣ ସହ ଅନ୍ୟ କାମରେ ମଧ୍ୟ ବ୍ୟସ୍ତ ଅଛନ୍ତି। ଅଧିକାଂଶ ବିଦ୍ୟାଳୟରେ ନିର୍ବାଚନ କେନ୍ଦ୍ର କରାଯାଇଛି। ତେଣୁ ସେଠାରେ ନିର୍ବାଚନ ପାଇଁ ପୁଲିସ ସହ ମତଦାତା ଓ ଅନ୍ୟ କର୍ମଚାରୀଙ୍କ ଭିଡ଼ ଜମିବାର ଆଶଙ୍କା ରହିଛି। ଯାହାକି ଛୋଟ ‌ପିଲାଙ୍କ କରୋନା ଓ ସ୍ଵାସ୍ଥ୍ୟଗତ ସମସ୍ୟା ସୃଷ୍ଟି କରିପାରେ। ଜିଲ୍ଲାପାଳଙ୍କ ତଥ୍ୟ ଓ ପ୍ରତିକୂଳ ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପୂର୍ବ ନିଷ୍ପତ୍ତିରେ ପରିବର୍ତ୍ତନ କରିଛନ୍ତି।

ସୂଚନାଯୋଗ୍ୟ ପୂର୍ବ ବିଜ୍ଞପ୍ତି ଅନୁସାରେ ସରକାରୀ, ଅନୁଦାନପ୍ରାପ୍ତ ଓ ଘରୋଇ ବିଦ୍ୟାଳୟରେ ୧୪ରୁ କ୍ଲାସରୁମ୍‌ ପାଠପଢ଼ା ହେବ ବୋଲି କୁହାଯାଇଥିଲା। କିନ୍ତୁ  ଆଜିର ଚିଠିରେ ସେ ବିଷୟରେ କିଛି ଉଲ୍ଲେଖ ହୋଇନାହିଁ। ଏଥିପାଇଁ ଘ‌ରୋଇ ବିଦ୍ୟାଳୟ କର୍ତ୍ତୃପକ୍ଷ ଦ୍ଵନ୍ଦରେ ପଡ଼ିଛନ୍ତି। ଆସନ୍ତା ୧୪ତାରିଖଠାରୁ ସେମାନେ ପିଲାଙ୍କ କ୍ଲାସରୁମ୍‌ ପାଠପଢ଼ା କରିବେ କି ନାହିଁ ଜାଣିପାରୁ ନାହାନ୍ତି। ୨୮ତାରିଖଠାରୁ ଫିଜିକାଲ କ୍ଲାସ ଆରମ୍ଭ ହେବ ବୋଲି କୁହାଯାଇଛି।

Share this: