Covid19 Odisha: ଓଡ଼ିଶାରେ ଦ୍ରୁତଗତିରେ ବଢିଲା କରୋନା, ଆଜି ୨୦୪ ଚିହ୍ନଟ
ଭୁବନେଶ୍ଵର: New Covid19 Cases odisha Latest Updates ଓଡ଼ିଶାରେ ବର୍ତ୍ତମାନ ଦ୍ରୁତଗତିରେ ବଢିଚାଲିଛି କରୋନା ସଂକ୍ରମଣ (Coronavirus)। ଗତକାଲି ରାଜ୍ୟରୁ ୧୫୫ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଆଜି ଶୁକ୍ରବାର ଏକାଥରକେ ୨୦୪ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଜି କରୋନା ସଂକ୍ରମିତଙ୍କ ମଧ୍ୟରୁ ୧୮ ବର୍ଷ ମଧ୍ୟରେ ୧୮ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍ ସେଣ୍ଟର (Quarantine) ରୁ ୧୧୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୮୫ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହିତ କରୋନା ମହାମାରୀ ଶେଷ ହୋଇ ନଥିବାରୁ ଏହାକୁ ନିୟନ୍ତ୍ରଣ କରିବା ଲାଗି ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା ପରି ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ସରକାର ପରାମର୍ଶ ଦେଇଛନ୍ତି।
ଆଜି ସର୍ବାଧିକ ଖୋର୍ଦ୍ଧାରୁ ୮୬ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ବାଲେଶ୍ଵରରୁ ୮ଜଣ, ଭଦ୍ରକରୁ ୩ଜଣ, କଟକରୁ ୩୮ଜଣ ଚିହ୍ନଟ ହୋଇଥିବାବେଳେ ଦେଓଗଡରୁ ୩ଜଣ, ଢେଙ୍କାନାଳରୁ ଜଣେ, ଜଗତସିଂପୁରରୁ ୨ଜଣ, ଯାଜପୁରରୁ ଜଣେ, କନ୍ଧମାଳରୁ ଜଣେ, କେନ୍ଦ୍ରାପଡ଼ାରୁ ୨ଜଣ, କେଉଁଝରରୁ ଜଣେ, ମୟୁରଭଞ୍ଜରୁ ୫ଜଣ, ନୟାଗଡରୁ ଜଣେ, ନୂଆପଡ଼ାରୁ ୪ଜଣ, ପୁରୀରୁ ୫ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ସମ୍ବଲପୁରରୁ ୩ଜଣ, ସୁନ୍ଦରଗଡରୁ ୧୮ଜଣ ଚିହ୍ନଟ ହୋଇଛନ୍ତି। ଏଥିସହିତ ଷ୍ଟେଟ୍ ପୁଲରୁ ୨୨ଜଣ ଚିହ୍ନଟ ହୋଇଛନ୍ତି।
ଆଜି ସୁଦ୍ଧା ଓଡ଼ିଶାରେ ୩କୋଟି ୨୦ଲକ୍ଷ ୯୭ହଜାର ୪୮୧ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୧୨ ଲକ୍ଷ ୮୯ ହଜାର ୯୬୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୬୧ଜଣ ସୁସ୍ଥ ହେବା ସହିତ ମୋଟ ୧୨ ଲକ୍ଷ ୭୯ ହଜାର ୯୧୦ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୮୭୨ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।