Fog Warning Issued In Odisha: ଆସନ୍ତା ୩ ଦିନ ଓଡ଼ିଶାରେ ହେବ ଘନ କୁହୁଡ଼ି

Share this:

ଭୁବନେଶ୍ଵର : Fog Warning Issued In Odisha ଆସନ୍ତା ତିନିଦିନ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ପାଗ ଶୁଷ୍କ ରହିବା ସହିତ ଘନକୁହୁଡ଼ି ଦେଖାଯିବାର ସମ୍ଭାବନା ରହିଛି। ରାଜ୍ୟ ଉପରେ ଏକ ଗୁରୁଚାପ-ବଳୟ ପ୍ରଭାବ ରହିଛି। ଫଳରେ ରାଜ୍ୟକୁ ଜଳୀୟବାଷ୍ଫପୂର୍ଣ୍ଣ ବାୟୁ ପ୍ରବେଶ ଜାରି ରହିଛି। ଏଥିପାଇଁ ରାଜ୍ୟରେ ଶୀତର ପ୍ରକୋପ କମିଥିବା ବେଳେ କୁହୁଡ଼ି ହେବାର ସମ୍ଭାବନା ରହଛି।

କୁହୁଡ଼ି ଦ୍ୱାରା ପ୍ରଭାବିତ ହେବାକୁଥିବା ଜିଲ୍ଲାଗୁଡିକ ମଧ୍ୟରେ ଅନୁଗୁଳ, ଢେଙ୍କାନାଳ, କଟକ, ନୟାଗଡ଼, କନ୍ଧମାଳ, କଳାହାଣ୍ଡି, ବଲାଙ୍ଗୀର, ରାୟଗଡ଼ା, କୋରାପୁଟ, କେନ୍ଦୁଝର ଏବଂ ଜଗତସିଂହପୁର। ଏହି ଜିଲ୍ଲାଗୁଡିକରେ ଆସନ୍ତା ଦୁଇଦିନ ଯାଏଁ ପ୍ରବଳ କୁହୁଡ଼ି (Fog Warning Issued In Odisha) ଦେଖାଯିବାର ଆଶଙ୍କା କରାଯାଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହିସବୁ ଅଞ୍ଚଳରେ ତାପମାତ୍ରାରେ କୌଣସି ବିଶେଷ ହ୍ରାସ ହେବ ନାହିଁ।

Advertisement

ସେହିପରି ଶୁକ୍ରବାର ମଧ୍ୟ ରାତିରୁ ଶନିବାର ସକାଳ ମଧ୍ୟରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ, ରାୟଗଡ଼ା ଓ କୋରାପୁଟ ଆଦିରେ ଘନ କୁହୁଡ଼ି ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ରହିଛି।

FROM THE WEB

Advertisement

Read Also |Pradhan Mantri Awas Yojana 2023 Odisha: ଯୋଗ୍ୟ ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ, ଅଯୋଗ୍ୟ ଘର ପାଇଥିଲେ ଏହି ନମ୍ବରରେ କରନ୍ତୁ ଅଭିଯୋଗ

Advertisement

amazon-jackets-under-999
Share this:

Leave a Reply

Your email address will not be published. Required fields are marked *