OSSC Teacher Recruitment 2023: ମାଧ୍ୟମିକ ଶିକ୍ଷକ ନିଯୁକ୍ତି ପରୀକ୍ଷା ମାର୍ଚ୍ଚ ୧୦ ରୁ ଆରମ୍ଭ

Share this:

ଭୁବନେଶ୍ୱର: OSSC Teacher Recruitment 2023 ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (OSSC) ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ ଆସନ୍ତା ମାର୍ଚ୍ଚ ମାସ ୧୦ରୁ ୧୩ ତାରିଖ ମଧ୍ୟରେ ମାଧ୍ୟମିକ ଶିକ୍ଷକଙ୍କ ଦକ୍ଷତା ପରୀକ୍ଷା ଅନୁଷ୍ଠିତ ହେବ। ମାର୍ଚ୍ଚ ମାସରେ ପ୍ରିଲିମ୍‌‌ ଏବଂ ନୂଆ ଶିକ୍ଷାବର୍ଷ ଆରମ୍ଭ ପୂର୍ବରୁ ନିଯୁକ୍ତି ପ୍ରକ୍ରିୟା ଶେଷ କରାଯିବାକୁ ସ୍ଥିର କରିଛି ଓଏସଏସସି ।

ଶିକ୍ଷକ ନିଯୁକ୍ତି ପାଇଁ ପ୍ରଲିମ୍‌‌ ପରୀକ୍ଷା କେବଳ ଟିଜିଟି କଳା ଓ ବିଜ୍ଞାନ ଆଶାୟୀ ପରୀକ୍ଷାର୍ଥୀଙ୍କୁ ଦେବାକୁ ହେବ। ସଂସ୍କୃତ, ହିନ୍ଦୀ, ଊର୍ଦ୍ଧୁ, ତେଲୁଗୁ ଏବଂ ପିଇଟି ଶିକ୍ଷକ ପରୀକ୍ଷାର୍ଥୀଙ୍କୁ କେବଳ ମେନ୍‌‌ ପରୀକ୍ଷା ଦେବାକୁ ପଡିବ।

ସୂଚନା ଅନୁସାରେ ମୋଟ ଆବେଦନକାରୀଙ୍କ ତାଲିକା ପ୍ରକାଶ ପାଇଥିବାବେଳେ ଅସମ୍ପୂର୍ଣ୍ଣ ତଥ୍ୟ ଓ ଆବେଦନ ପ୍ରକ୍ରିୟାରେ ଅନ୍ୟାନ୍ୟ ତ୍ରୁଟି ଥିବା ୫ ହଜାର ୪୮୪ ଜଣ ଆଶାୟୀଙ୍କ ଆବେଦନ ପତ୍ର ନାକଚ୍‌‌ କରାଯାଇଛି।

ମୋଟ ପଦବୀ ସଂଖ୍ୟା – ୭,୫୪୦

ଟିଜିଟି କଳା -୧୯୭୦

ପିସିଏମ(ବିଜ୍ଞାନ) -୧୪୧୯

ସିବିଜେଡ୍‌‌(ବିଜ୍ଞାନ) – ୧୨୦୫

ହିନ୍ଦୀରେ -୧୩୫୨

ସଂସ୍କୃତ- ୭୨୩

ତେଲୁଗୁ – ୬

ପିଇଟି – ୮୪୧

ଊର୍ଦ୍ଧୁ – ୨୪

Advertisement

OSSC Teacher Preliminary Exam 2023- ପ୍ରିଲିମ୍‌‌ ପରୀକ୍ଷା ୧୦୦ ମାର୍କ

ସାଧାରଣ ଜ୍ଞାନ – ୩୦ ମାର୍କ

ବୀଜଗଣିତ – ୨୦ ମାର୍କ

କମ୍ପ୍ୟୁଟର – ୨୦ ମାର୍କ

କରେଣ୍ଟ ଆଫେୟାର୍ସ – ୧୦ ମାର୍କ

OSSC ସୂଚନା ଅନୁସାରେ ପ୍ରକାଶିତ ସମୁଦାୟ ପଦର ୫ଗୁଣା ଆବେଦନକୁ ଭିତ୍ତିକରି ପ୍ରିଲିମ୍‌‌ ପରୀକ୍ଷାର ନିଷ୍ପତ୍ତି ନିଆଯାଇଛି। ଟିଜିଟି କଳା, ଟିଜିଟି ପିସିଏମ(ବିଜ୍ଞାନ) ଓ ଟିଜିଟି ସିବିଜେଡ୍‌‌ ଆଶାୟୀଙ୍କ ପ୍ରିଲିମ୍‌‌ ପରୀକ୍ଷା ଅନୁଷ୍ଠିତ ହେବାକୁ ଥିବାବେଳେ ଅବଶିଷ୍ଟ ପଦଗୁଡ଼ିକ ପାଇଁ ପ୍ରଲିମ୍‌‌ ପରୀକ୍ଷା ହେବ ନାହିଁ।

Advertisement

OSSC Teacher Recruitment 2023 Main Exam – ମେନ୍‌‌ ପରୀକ୍ଷା ମୋଟ ମାର୍କ- ୧୫୦

Odisha Teacher Recruitment 2022: OSSC ମାଧ୍ୟମରେ ନିଯୁକ୍ତି ହେବେ ୭୫୪୦ ଶିକ୍ଷକ

FROM THE WEB

Share this:

Leave a Reply

Your email address will not be published. Required fields are marked *