Weather Report of Odisha: ଆସନ୍ତା ୨ଦିନ ପରେ କମିବ ଶୀତ, ବଢିବ ତାପମାତ୍ରା

Share this:

ଭୁବନେଶ୍ଵର: Weather Report of Odisha ଓଡ଼ିଶାରେ ଦିନକୁ ଦିନ ଶୀତ ହ୍ରାସ ପାଇବାରେ ଲାଗିଛି। ଗତକାଲି ରାତିରୁ ରାଜ୍ୟର ତାପମାତ୍ରା ବଢ଼ିବା ଆରମ୍ଭ କରିଛି। ଏଥିସହିତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ଶୀତ ଜାରି ରହିଛି। ଆସନ୍ତା ୨ ଦିନ ମଧ୍ୟରେ ରାଜ୍ୟର କିଛି ସ୍ଥାନରେ ତାପମାତ୍ରା ୨ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ, ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିଛି। ଗତକାଲି ଫୁଲବାଣୀଠାରେ ସର୍ବନିମ୍ନ ତାପମାତ୍ରା ୮.୫ ଡିଗ୍ରୀ ସେଲସିୟସ୍‌ ରେକର୍ଡ କରାଯାଇଛି। ଆଜି ଦିନର ସର୍ବୋଚ୍ଚ ତାପମାତ୍ରା ବୌଦଠାରେ ୩୪.୫ଡିଗ୍ରି ରେକର୍ଡ କରାଯାଇଛି।


ତେବେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, କଟକ, ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାର କେତେକ ସ୍ଥାନରେ କୁହୁଡ଼ି ଦୃଶ୍ୟମାନ ହେବାର ସମ୍ଭାବନା ରହିଛି।
ସେହିପରି ଆସନ୍ତା ୫ ଦିନ ମଧ୍ୟରେ ତାପମାତ୍ରାରେ (Weather Report of Odisha) ବିଶେଷ ପରିବର୍ତ୍ତନ ହେବ ନାହିଁ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।

Read Also | Pradhan Mantri Awas Yojana 2023 Odisha: ଯୋଗ୍ୟ ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ, ଅଯୋଗ୍ୟ ଘର ପାଇଥିଲେ ଏହି ନମ୍ବରରେ କରନ୍ତୁ ଅଭିଯୋଗ

FROM THE WEB

Share this:

Leave a Reply

Your email address will not be published. Required fields are marked *