Pradhan Mantri Awas Yojana 2023 Odisha: ଯୋଗ୍ୟ ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ, ଅଯୋଗ୍ୟ ଘର ପାଇଥିଲେ ଏହି ନମ୍ବରରେ କରନ୍ତୁ ଅଭିଯୋଗ

Share this:

ଭୁବନେଶ୍ଵର : Pradhan Mantri Awas Yojana 2023 Odisha ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡ଼ିଶାକୁ ପୁଣି ନୂଆ ୯ ଲକ୍ଷ ୫୯ ହଜାର ଗୃହ ମିଳିବ। ଏଥିପାଇଁ ରାଜ୍ୟ ସରକାର ସମ୍ଭାବ୍ୟ ଯୋଗ୍ୟ ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ କରିଛନ୍ତି। ଏହି ତାଲିକା ଗ୍ରାମ ପଞ୍ଚାୟତ ଏବଂ ଗ୍ରାମର ପ୍ରମୁଖ ସ୍ଥାନଗୁଡ଼ିକରେ ଆଜିଠାରୁ ୨୪ ତାରିଖ ପର୍ଯ୍ୟନ୍ତ ପ୍ରଦର୍ଶିତ ହେବ। ଏଥିପାଇଁ
ପ୍ରକ୍ରିୟା ଆରମ୍ଭ ହୋଇଛି।

ସୂଚନାଅନୁସାରେ ସମସ୍ତ ଜିଲ୍ଲା ଓ ଫନି ପ୍ରଭାବିତ ଜିଲ୍ଲାର ହିତାଧିକାରୀଙ୍କ ପାଇଁ ଏହି ଗୃହ ମଞ୍ଜୁର କରାଯାଇଛି। ଏଥିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ (Pradhan Mantri Awas Yojana 2023 Odisha) ରେ ୩୦ଟି ଜିଲ୍ଲାରୁ ୮ ଲକ୍ଷ ୧୭ ହଜାର ହିତାଧିକାରୀ ଥିବାବେଳେ ଫନି କ୍ଷତିଗ୍ରସ୍ତ ୧୪ଟି ଜିଲ୍ଲାରୁ ୧ ଲକ୍ଷ ୪୨ ହଜାର ହିତାଧିକାରୀ ଅଛନ୍ତି। ଏହି ତାଲିକାରେ ଯଦି କେହି ଅଯୋଗ୍ୟ ହିତାଧିକାରୀ ଥିବା ନେଇ ଅଭିଯୋଗ ଆସିବ, ତେବେ ଆସନ୍ତା ୨୪ ତାରିଖ ସୁଦ୍ଧା ବିଧିବଦ୍ଧ ଭାବେ ଅଭିଯୋଗ କରାଯାଇପାରିବ ବୋଲି ପଞ୍ଚାୟତିରାଜ ଓ ଗ୍ରାମ୍ୟ ପାନୀୟଜଳ ବିଭାଗ ପକ୍ଷରୁ କୁହାଯାଇଛି। ଟୋଲ ଫ୍ରି’ ନମ୍ବର ୧୮୦୦-୩୪୫୬-୭୭୦ କିମ୍ବା ୧୫୫୩୩୫, ଅନ୍‌ଲାଇନ୍‌ ମାଧ୍ୟମରେ rhodisha.gov.in ପୋର୍ଟାଲ୍‌ରେ ଏହି ଅଭିଯୋଗ କରାଯାଇପାରିବ।

Advertisement

ସେହିପରି ତଦନ୍ତ ଓ ଗ୍ରାମସଭା ଅନୁମୋଦନ ପରେ ସମ୍ପୃକ୍ତ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯିବ ବୋଲି ପଞ୍ଚାୟତିରାଜ ବିଭାଗ ପ୍ରମୁଖ ଶାସନ ସଚିବ ସୁଶୀଲ କୁମାର ଲୋହାନି ସୂଚନା ଦେଇଛନ୍ତି।

Read Also | Mahima Gosain Express: ସମ୍ବଲପୁର-ଶାଲିମାର ଟ୍ରେନର ନାମ ମହିମା ଗୋସ୍ୱାଇଁଙ୍କ ନାମରେ ନାମିତ

YOU MIGHT LIKE IT

Share this:

Leave a Reply

Your email address will not be published. Required fields are marked *