India vs Sri Lanka ODI Highlight: ଶ୍ରୀଲଙ୍କାକୁ ହରାଇ ଦିନିକିଆ ସିରିଜ ଜିତିଲା ଭାରତ

Share this:

ଥିରୁଅନନ୍ତପୁରମ: India vs Sri Lanka ODI Highlight ଆଜି ଟିମ ଇଣ୍ଡିଆ  ଶ୍ରୀଲଙ୍କାକୁ ହରାଇ ଦିନିକଆ ସିରିଜକୁ ୩-୦ ରେ ଜିତିନେଇଛି। ୩ୟ ତଥା ଶେଷ ଦିନିକିଆରେ ଭାରତ ଟସ୍‌ ଜିତି ବ୍ୟାଟିଂ ପ୍ରଥମେ ବ୍ୟାଟିଂ କରି ୫ ୱିକେଟ ହରାଇ ୩୯୦ ରନର ଏକ ବଡ଼ ସ୍କୋର କରିଥିଲା। ମ୍ୟାଚ ଜିତିବାକୁ ଶ୍ରୀଲଙ୍କାକୁ ୩୯୧ ରନର ଆବଶ୍ୟକତା ରହିଥିଲା। କିନ୍ତୁ ଶ୍ରୀଲଙ୍କା ୨୨ ଓଭରରେ ସମସ୍ତ ୱେକଟ ହରାଇ ମାତ୍ର ୭୨ ରନ ସଂଗ୍ରହ କରିପାରିଛି। ଭାରତ ଏହ ମ୍ୟାଚକୁ ୩୧୭ ରନରେ ଜିତି ନେଇଛି।

ଭାରତ ପକ୍ଷରୁ ଅଧିନାୟକ ରୋହିତ ଶର୍ମା ୪୯ ବଲରେ ୪୨ ରନ କରି ଆଉଟ ହୋଇଥିଲେ। ଶୁଭମନ ଗିଲ୍‌ ଓ ବିରାଟ କୋହଲି ପାରିକୁ ସମ୍ଭାଳିଥିଲେ। ଶୁଭମନ ଗିଲ୍‌ ଓ ବିରାଟ କୋହଲି ଉଭୟ ଶତକୀୟ ଇଂନିସ ଖେଳିଥିଲେ। ଶୁଭମନ ଗିଲ୍‌ ୯୭ ବଲରେ ୧୧୬ ରନ କରି ଆଉଟ ହୋଇଥିଲେ। ପରେ ଶ୍ରେୟାସ ଆୟର ୩୨ ବଲରେ ୩୮ ରନ କରି ଆଉଟ ହୋଇଥିଲେ। କିନ୍ତୁ ପୂର୍ବତନ ଅଧିନାୟକ ବିରାଟ ପାରିକୁ ସମ୍ଭାଳିଥିଲେ। ଶ୍ରେୟାସ ଆୟର ଆଉଟ ହେବା ପରେ କେଏଲ୍‌ ରାହୁଲ ଆସି ୬ ବଲରେ ୭ ରନ କରି ଆଉଟ ହୋଇଥିଲେ। ବିରାଟ କୋହଲି ଅପରାଜିତ ରହି ୧୧୦ ବଲରେ ୧୬୬ ରନ କରିଥିଲେ। ଏଥିରେ ୮ଟି ଛକା ୧୩ଟି ଚୌକା ରହିଛି।

ADVERTISEMENT

ସେହିପରି ଶ୍ରୀଲଙ୍କା ଟିମ ତାସ ପତା ପରି ଭୁଷୁଡି ପଡିଲା। ଦଳ ପକ୍ଷରୁ ଅଭିସ୍କା ଫର୍ଣ୍ଣାଣ୍ଡୋ ୪ ବଲରେ ୧ ରନ କରି ଆଉଟ ହୋଇଥିଲେ। ନୁଆନିନ୍ଦୁ ଫର୍ଣ୍ଣାଣ୍ଡୋ  ୨୭ ବଲରେ ୧୯ ରନ କରି ଆଉଟ ହୋଇଥିବା ବେଳେ  କୁଶଲ ମେଣ୍ଡିସ୍‌ ୭ ବଲରେ  ୪ ରନ କରି ଆଉଟ ହୋଇଥିଲେ। ଚରିଥ ଆଶାଲଙ୍କା ୪ ବଲରେ ୧ ରନ କରି ଆଉଟ ହୋଇଥିଲେ। ଅଧିନାୟକ ଡାସୁନ ଶଣକା ୨୬ ବଲରେ ୧୧ ରନ କରି ଆଉଟ ହୋଇଥିଲେ। ୱାନିଣ୍ଡୁ ହସରଙ୍ଗା ୭ ବଲରେ ୧ ଓ ଚାମିକା କରୁଣାରତ୍ନେ ୬ ବଲରେ ୧ ରନ କରି ଆଉଟ ହୋଇଥିଲେ। ଦୁନିଥ ୱେଲାଲାଗେ ୧୩ ବଲରେ ୩ ରନ କରି ଆଉଟ ହୋଇଥିଲେ। ଲାହିରୁ କୁମାରା ୧୯ ବଲରେ ୯ ରନ କରି ଆଉଟ ହୋଇଯାଇଥିଲେ।

ଭାରତୀୟ ଦଳ ପକ୍ଷରୁ ମହମ୍ମଦ ସିରାଜ ସର୍ବାଧିର ୪ଟି ୱେକେଟ ନେଇଥିବା ବେଳ ମହମ୍ମଦ ସାମି ଓ କୁଲଦୀପ ଯାଦବ ୨ଟି ଲେଖାଏଁ ୱିକେଟ ନେଇଥିଲେ।

Read Also | India vs Sri Lanka ODI Highlight

FROM THE WEB

Share this:

Leave a Reply

Your email address will not be published. Required fields are marked *