5G Odisha Plans : ଓଡିଶାରେ ଆସନ୍ତା କାଲିଠାରୁ ଫାଇଭ୍‌-ଜି ସେବା ଆରମ୍ଭ ହେବ

Share this:

ଭୁବନେଶ୍ଵର : 5G Odisha Plans ଓଡିଶାରେ ଆସନ୍ତାକାଲି ଫାଇଭ୍‌-ଜି ସେବାର ଶୁଭାରମ୍ଭ ହେବ। କେନ୍ଦ୍ର ରେଳ, ଯୋଗାଯୋଗ, ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଭୁବନେଶ୍ୱରଠାରେ ପ୍ରାୟ ସାଢ଼େ ୯ଟାରେ ଏହି ସେବାର ଲୋକାର୍ପଣ କରିବେ।

ଭୁବନେଶ୍ୱରସ୍ଥିତ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏଥିରେ ୧୦୦ଟି ଟେଲିକମ୍‌ ଟାୱାରର ଉଦ୍‌ଘାଟନ କରାଯିବ।

ଏହି ଫାଇଭ୍‌-ଜି ସେବା ଉପଲକ୍ଷେ ପ୍ରଯୁକ୍ତି କମ୍ପାନୀ, ଷ୍ଟାର୍ଟଅପ୍‌ ସଂସ୍ଥାନ ଓ ଟେଲିକମ୍‌ ସେବା ପ୍ରଦାନକାରୀଙ୍କ ପକ୍ଷରୁ ଦୁଇଦିନିଆ ଡିଜିଟାଲ ଯୋଗାଯୋଗ ପ୍ରଦର୍ଶନୀ ଆରମ୍ଭ ହେବ ବୋଲି ଜଣାପଡିଛି। ଓଡ଼ିଶାରେ ୨ଟି ଟେଲିକମ୍‌ ଅପରେଟର କମ୍ପାନୀ ରିଲାଏନ୍ସ ଜିଓ (JIO)ଏବଂ ଏୟାରଟେଲ (Airtel) କୁ ଫାଇଭ୍‌-ଜି ସେବା ଯୋଗାଇବା ପାଇଁ ଅନୁମତି ମିଳିଛି।

Advertisement

OPPO_AMAZON_5G

ସୂଚନାଯୋଗ୍ୟ, ଗତ ଡିସେମ୍ବର ୨୯ ତାରିଖରେ ଭୁବନେଶ୍ୱର ରେଲୱେ ଷ୍ଟେସନର ନବକଳେବର ପାଇଁ ଭୂମି ପୂଜନ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ୧ ମାସ ଭିତରେ ଓଡ଼ିଶାକୁ ଫାଇଭ୍‌-ଜି ସେବା ( 5G Odisha Plans) ମିଳିବ ବୋଲି ଘୋଷଣା କରିଥିଲେ। ଜାନୁଆରୀ ୨୬ ପୂର୍ବରୁ ଓଡ଼ିଶାରେ ଫାଇଭ୍‌-ଜି ସେବାର ଆରମ୍ଭ ହେବ ବୋଲି ସେ କହିଥିଲେ।

Read Also | Kala Utsav 2022-23 : ଦେଶର ଐତିହ୍ୟକୁ ମନେ ନ ରଖିଲେ ଆମର ପାଠପଢ଼ା ପୂର୍ଣ୍ଣାଙ୍ଗ ହେବ ନାହିଁ- ଧର୍ମେନ୍ଦ୍ର ପ୍ରଧାନ

FROM THE WEB

Share this:

Leave a Reply

Your email address will not be published. Required fields are marked *