Coal India Ltd MGB 19 Percent: କୋଲ ଇଣ୍ଡିଆ କର୍ମଚାରୀଙ୍କୁ ମିଳିବ;୧୯ % ସର୍ବନିମ୍ନ ଗ୍ୟାରେଣ୍ଟି ଲାଭ, ପାଇବେ ୨.୩୮ ଲକ୍ଷ କର୍ମଚାରୀ

Share this:

ତାଳଚେର: Coal India Ltd MGB 19 Percent କୋଲ ଇଣ୍ଡିଆ କର୍ମଚାରୀଙ୍କ ପାଇଁ ଆଜି ଖୁସି ଖବର ମିଳିଛି। ମଜୁରୀ ବୋର୍ଡ ଏବଂ କୋଲ ଇଣ୍ଡିଆ ଲିମିଟେଡ୍ (CIL) ଏବଂ ଚାରିଟି କର୍ମଚାରୀ କେନ୍ଦ୍ରୀୟ ଟ୍ରେଡ ୟୁନିଅନ୍ ବିଏମ୍ଏସ୍, ଏଚ୍ଏମ୍ଏସ୍, ଏଆଇଟିୟୁସି ଏବଂ ସିଇଟିୟୁ (BMS, HMS, AITUC and CITU) ରେ ଆଜି ୩ ଜାନୁଆରୀ ବୁଧବାର ଏକ ମେମୋରେଣ୍ଡମ୍ (MoU) ହୋଇଛି।

ବୁଝାମଣା ପତ୍ର ଅନୁସାରେ ୧୯% ସର୍ବନିମ୍ନ ଗ୍ୟାରେଣ୍ଟି ଲାଭ (Coal India Ltd MGB 19 Percent-MGB) କୁ କୋଲ ଇଣ୍ଡିଆ ସୁପାରିଶ କରିଛି। ଯାହାକି ଚାଲୁଥିବା ଜାତୀୟ କୋଇଲା ମଜୁରୀ ଚୁକ୍ତିନାମା –XI (NCWA-XI) ର ଅଂଶ ଭାବରେ ୨.୩୮ ଲକ୍ଷ ଅଣ-କାର୍ଯ୍ୟନିର୍ବାହୀ କର୍ମଚାରୀ (Non-Executive Employees) ଉପକୃତ ହେବେ।

ମିନିମମ ଗ୍ୟାରେଣ୍ଟି ବେନିଫ଼ିଟ (MGB) ୧୯% ଗତ ୩୦ ଜୁନ୍ ୨୦୨୧ ପର୍ଯ୍ୟନ୍ତ ଲାଗୁ ହୋଇଛି। ଯେଉଁଥିରେ ମୌଳିକ ଦରମା (Basic pay), ଭତ୍ତା (Variable Dearness Allowance), ସ୍ୱତନ୍ତ୍ର ଭତ୍ତା  (Special Dearness Allowance) ଏବଂ ଉପସ୍ଥାନ ବୋନସ୍ (special dearness allowance Attendance Bonus) ଅନ୍ତର୍ଭୁକ୍ତ।

Advertisement

amazon-end-sesion-sale

ତେଲେଙ୍ଗାନା ଭିତ୍ତିକ ସିଙ୍ଗାରେନି କଲିଆରିଜ୍ କମ୍ପାନୀ ଲିମିଟେଡ୍ (Singareni Collieries Company Limited – SCCL) ହେଉଛି ଅନ୍ୟ ଏକ ସଂସ୍ଥା ଯାହା ଏହି ଚୁକ୍ତିରେ ସ୍ଵାକ୍ଷର କରିଛି। ଉଭୟ ରାଷ୍ଟ୍ରାୟତ୍ତ କୋଇଲା ସଂସ୍ଥା, CIL ଏବଂ SCCL ର ପ୍ରାୟ ୨.୮୨ ଲକ୍ଷ କର୍ମଚାରୀ, ଯେଉଁମାନେ ଜୁଲାଇ ୧, ୨୦୨୧ ସୁଦ୍ଧା କମ୍ପାନୀର ତାଲିକାରେ ଥିଲେ, ସେମାନେ ହିଁ କେବଳ ହିତାଧିକାରୀ ଭାବେ ଉପକୃତ ହେବେ। ସେହିପରି SCCL ର କର୍ମଚାରୀମାନେ ପାଖାପାଖି ୪୪ ହଜାର ଉପକୃତ ହେବେ।

ଜାନୁଆରୀ ୩, ୨୦୨୩ ରେ କୋଲକାତାରେ CIL ର କର୍ପୋରେଟ୍ ମୁଖ୍ୟାଳୟରେ ଆୟୋଜିତ କୋଇଲା ଶିଳ୍ପ- XI ପାଇଁ ମିଳିତ ଦ୍ୱିପାକ୍ଷିକ କମିଟିର ଅଷ୍ଟମ ବୈଠକରେ ଏହି ସୁପାରିଶ କରାଯାଇଛି।

ନାସନାଲ କୋଲ ୱେଜ ଏଗ୍ରୀମେଣ୍ଟ -NCWA ର ଏକାଦଶ ସଂସ୍କରଣ ପାଇଁ ଏକ ଆନୁଷ୍ଠାନିକ ଚୁକ୍ତି, ୧ ଜୁଲାଇ ୨୦୨୧ ରୁ ଏହା ପାଞ୍ଚ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ। MGB ବ୍ୟତୀତ ଅବଶିଷ୍ଟ ପ୍ରସଙ୍ଗ ଉପରେ ବିଚାର ବିମର୍ଶ ପରେ ଚୂଡ଼ାନ୍ତ ନିଷ୍ପତି ହେବ।  

Read Also | Kala Utsav 2022-23 : ଦେଶର ଐତିହ୍ୟକୁ ମନେ ନ ରଖିଲେ ଆମର ପାଠପଢ଼ା ପୂର୍ଣ୍ଣାଙ୍ଗ ହେବ ନାହିଁ- ଧର୍ମେନ୍ଦ୍ର ପ୍ରଧାନ

FROM THE WEB

Share this:

Leave a Reply

Your email address will not be published.