E-auction Coal Mines: ଓଡ଼ିଶାର ଆଉ ଦୁଇଟି କୋଇଲା ଖଣି ନିଲାମ, ମିଳିଲା ବେଦାନ୍ତକୁ

Share this:

ନୂଆଦିଲ୍ଲୀ: E-auction Coal Mines of Odisha Ghogharpalli and its Dip Extension mines are situated in Sundergargh ଓଡ଼ିଶାର ଆଉ ଦୁଇଟି କୋଇଲା ଖଣି ହୋଇଛି। ଏସବୁ ଖଣି ନିଲାମ ପାଇଁ ମନୋନିତ କର୍ତ୍ତୃପକ୍ଷ କୋଇଲା ମନ୍ତ୍ରଣାଳୟ ପକ୍ଷରୁ ଇ-ନିଲାମୀ ମାଧ୍ୟମରେ ଏସବୁ ଖଣି ନିଲାମ କରାଯାଇଛି। ଓଡ଼ିଶାର ଦୁଇଟି ଖଣି ହେଉଛି ସୁନ୍ଦରଗଡ଼ ଜିଲ୍ଲାର ଘୋଗରପାଲି ଏବଂ ଘୋଗରପାଲି ଡିପ୍‌ ସାଇଡ୍‌ କୋଇଲା ଖଣି ( Ghogharpalli and Ghogharpalli Dip Extension )। ଏହି କୋଲ ବ୍ଲକ ଦୁଇଟିକୁ ବେଦାନ୍ତ ଲିମିଟେଡ (Vedanta Ltd) ପାଇଛି।

ସୂଚନା ଅନୁସାରେ ସିଏମଏସପି ଆଇନ ଏବଂ ଏମଏମଡିଆର ଆଇନ (CMSP Act & MMDR Act) ର ଚତୁର୍ଥ ଓ ପଞ୍ଚମ ପର୍ଯ୍ୟାୟ ଦ୍ୱିତୀୟ ପ୍ରୟାସ ଅଧୀନରେ ବାଣିଜ୍ୟିକ କୋଇଲା ଖଣିର ନିଲାମୀ ମାର୍ଚ୍ଚ ୩୦, ୨୦୨୨ରେ ଆରମ୍ଭ ହୋଇଥିଲା। ଏହି କ୍ରମରେ କୋଇଲା ମନ୍ତ୍ରଣାଳୟ ପକ୍ଷରୁ ଆଜି ଇ-ନିଲାମୀର ଦ୍ୱିତୀୟ ଦିନରେ ଦୁଇଟି ଏମଏମଡିଆର କୋଇଲା ଖଣି ନିଲାମ କରାଯାଇଛି। ଏହି ଦୁଇଟି ହେଲା ଘୋଗରପାଲି ଏବଂ ଏହାର ଗଭୀର ସମ୍ପ୍ରସାରଣ କୋଇଲା ଖଣି।

ସୂଚନାଯୋଗ୍ୟ ଉଭୟ କୋଇଲା ଖଣିରୁ ସମ୍ପୂର୍ଣ୍ଣ ଖଣିଜ ଉତ୍ତୋଳନ କରାଯିବ।  ଏଗୁଡ଼ିକର ମୋଟ ଗଚ୍ଛିତ ଖଣିଜ ଦ୍ରବ୍ୟ ପରିମାଣ ୧୨୮୮.୨୮ ନିୟୁତ ଟନ ରହିଛି। ଏହି ଦୁଇଟି ଖଣିର ପିଆରସି ଦର ବାର୍ଷିକ ୨୦ ନିୟୁତ ଟନ୍‌ ରହିଛି। 

Read Also | Free Electricity Delhi: ଦିଲ୍ଲୀରେ ଆଉ ମିଳିବନି ମାଗଣା ବିଦ୍ୟୁତ, ସିଏମ କେଜ୍ରିୱାଲ ରଖିଲେ ସର୍ତ୍ତ

[amazon_auto_links id=”9939″]

Read Also | E-auction Coal Mines: ଓଡ଼ିଶାର ଦୁଇଟି ଖଣି ସମେତ ୫ ରାଜ୍ୟରେ ନିଲାମ ହେଲା ୮ କୋଇଲା ଖଣି

Share this:

Leave a Reply

Your email address will not be published. Required fields are marked *