କମିଲା ସଂକ୍ରମଣ,ଢେଙ୍କାନାଳ ଜିଲ୍ଲାରୁ ଆଜି ୮୧ଜଣ Corona ପଜିଟିଭ ଚିହ୍ନଟ

Share this:

ଢେଙ୍କାନାଳ: ଢେଙ୍କାନାଳ (Dhenkanal) ଜିଲ୍ଲାରେ କରୋନା (Covid-19)ସଂକ୍ରମଣ କମିବାରେ ଲାଗିଛି। ଆଜି ଜିଲ୍ଲାରେ ୮୧ଜଣ ଚିହ୍ନଟ ହୋଇଛନ୍ତି। ଏଥିରେ ହୋମ କ୍ୱାରାଣ୍ଟାଇନ୍‌ (Home Quarantine)ରୁ ୬୭ଜଣ ଏବଂ ହସ୍ପିଟାଲରୁ ୧୪ଜଣ ଚିହ୍ନଟ ହୋଇଛନ୍ତି।

ଆଜି ଚିହ୍ନଟଙ୍କ ମଧ୍ୟରେ ସଦର ବ୍ଲକ (Sadar Block) ରୁ ୧୫ଜଣଙ୍କ ମଧ୍ୟରେ ରିଗିଡାରୁ ୩ଜଣ, ନଗିଆପଶିରୁ ୨ଜଣ, ବେଲଟିକିରୀ, ତାଳବାରକୋଟ, କୁରୁମଟାଙ୍ଗରା, ଦଲକ, ସିଆରିଆ,ମଙ୍ଗଳପୁର, ଦେଓପଡ଼ା, ନଡିଆଳି, ଦାମୋଦରନାଳି ଏବଂ ନମିଚିରାରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି।   

ଗଁଦିଆ ବ୍ଲକ (Gondia Block) ରୁ ୧୨ ଜଣଙ୍କ ମଧ୍ୟରେ ରାଇତଇଳା ଏବଂ ଗୋପାଳପୁର ୨ଜଣ ଲେଖାଏଁ, ବାଲିଯୋରନ୍ଦା, ନାଗେନା, ଷଡଙ୍ଗୀ,  ଅତିନ୍ଦା, ଚମଦଳା, ଯୋରନ୍ଦା, କେନ୍ଦୁପଡ଼ା ଏବଂ ନୂଆଗାଁରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି।

ଓଡ଼ାପଡା ବ୍ଲକ (Odapada Block) ରୁ ୧୧ଜଣଙ୍କ ମଧ୍ୟରେ ଘଟିବିରିରୁ ୨ଜଣ, କୁରୁଣ୍ଟି, ଧଳପୁର, ସଇଁବିରି, କାଣ୍ଡବିନ୍ଧା, ବଳଭଦ୍ରପୁର, ଗୁଣଦେଇ, ଗୁଣ୍ଡିଚାପଡ଼ା, ଶାରିଆପଡା ଏବଂ ମେରାମଣ୍ଡଳୀରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି।

ଢେଙ୍କାନାଳ ପୌରାଞ୍ଚଳ (Dhenkanal Municipality) ରୁ ୯ଜଣଙ୍କ ମଧ୍ୟରେ ଦେଉଳସାହି, ଶାମାଚରଣପୁର, ସଞ୍ଜୟ କଲୋନୀ, ହାଟରୋଡ଼, ଅଳସୁଆ ନୂଆସାହି, ଜୁବୁଲିଟାଉନ,ଷ୍ଟେସନ୍ ବଜାର ଏବଂ ମୀନା ବଜାରରୁ ଜଣେ ଲେଖାଏଁ  ଚିହ୍ନଟ ହୋଇଛନ୍ତି।  

ସେହିପରି ହିନ୍ଦୋଳ ବ୍ଲକ (Hindol Block) ରୁ ଚିହ୍ନଟ ୯ଜଣଙ୍କ ମଧ୍ୟରୁ ମାହାଲୁଣ୍ଡା, ବରଡାପାଳ, ବନ୍ଧାଭୂଇଁ, ନୂଆହିନ୍ଦୋଳ, ପଡ଼ା, ଧୋବଣୀନନ୍ଦର, ନୂଆପଡ଼ା, ଗୁଆଗରିଆ ଏବଂ ବେଡ଼ାପଡାରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି। ହିନ୍ଦୋଳ ଏନଏସି (Hindol NAC) ପଧାନୀରୁ ଜଣେ ଚିହ୍ନଟ ହୋଇଛନ୍ତି।

କାମାକ୍ଷାନଗର ବ୍ଲକ (Kamakhyanagar Block) ରୁ ୭ଜଣଙ୍କ ମଧ୍ୟରେ ଲୋକନାଥପୁର ଶାସନ, କନପୁରା, ମହୁଲି, ରଜକୁଳା କାଟେଣି, ମୋଟ୍ଟ, ବାଇଶିଙ୍ଗା ଏବଂ କାଳିଆହତାରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି। କାମାକ୍ଷାନଗର ଏନଏସି ରୁ ୪ଜଣ ଚିହ୍ନଟ ହୋଇଛନ୍ତି।

ସେହିପରି କଙ୍କଡ଼ାହାଡ ବ୍ଲକରୁ ଚିହ୍ନଟ ୪ଜଣଙ୍କ ମଧ୍ୟରୁ ବିରାଶାଳ, ରାଇବୋଲ, ଖଜୁରିଆ ଏବଂ କାଠପାଳରୁ ଜଣେ ଲେଖାଏଁ, ପର୍ଜଙ୍ଗ ବ୍ଲକରୁ ଚିହ୍ନଟ ୪ଜଣଙ୍କ ମଧ୍ୟରେ ପଥର ଖୁମ୍ବା, ଶୁଣ୍ଢୀକାଟେଣି, କଙ୍କିଳି ଏବଂ ଗୁଳେହୀକାଟେଣିରୁ ଜଣେ ଅଛନ୍ତି। ଭୁବନ ବ୍ଲକ (Bhuban Block) ମୁରୁଗାରୁ ଜଣେ ଏବଂ ଅନ୍ୟାନ୍ୟ ହସ୍ପିଟାଲରୁ ଜଣେ ଚିହ୍ନଟ ହୋଇଛନ୍ତି।

ଢେଙ୍କାନାଳ ଜିଲ୍ଲାରେ ଗତକାଲି ୨୩୦୫ଟି ସାମ୍ପୁଲ ଟେଷ୍ଟ ହୋଇଛି। ମୋଟ ୨ ଲକ୍ଷ ୯୯ ହଜାର ୭୮୭ଟି ସାମ୍ପୁଲ ଟେଷ୍ଟ ହୋଇଛି। ସେଥିମଧ୍ୟରୁ ମୋଟ ୧୪ ହଜାର ୬୭୯ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଜିଲ୍ଲାରୁ ମୋଟ ୧୧ ହଜାର ୫୬୯ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ଜିଲ୍ଲାରେ ୩ ହଜାର ୭୨ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି।

[amazon_auto_links id=”10233″]

Also Read | Corona: ଓଡ଼ିଶାରୁ ଆଜି ୭ ହଜାର ୩୯୫ ସଂକ୍ରମିତ ଚିହ୍ନଟ

Share this: