Corona: ଓଡ଼ିଶାରୁ ଆଜି ୭ ହଜାର ୩୯୫ ସଂକ୍ରମିତ ଚିହ୍ନଟ

Share this:

ଭୁବନେଶ୍ଵର: ଓଡ଼ିଶାରୁ ଗତ ୨୪ ଘଣ୍ଟାରେ ୭ ହଜାର ୩୯୫ଜଣ କରୋନା ସଂକ୍ରମିତ (Corona Virus) ଚିହ୍ନଟ ହୋଇଛନ୍ତି। ରାଜ୍ୟରେ କମିବାରେ ଲାଗିଛି କରୋନା ସଂକ୍ରମିତ। ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୪୧୬୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୩୨୨୬ ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସର୍ବାଧିକ ୧୦୬୯ ଜଣ କରୋନା ସଂକ୍ରମିତ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି। ସେହିପରି, ଅନୁଗୁଳରୁ ୪୪୩ଜଣ, ବାଲେଶ୍ଵରରୁ ୨୮୫ଜଣ, ବରଗଡ଼ରୁ ୧୭୧ଜଣ, ଭଦ୍ରକରୁ ୨୩୮ଜଣ, ବଲାଙ୍ଗୀରିରୁ ୮୧ଜଣ, ବୌଦ୍ଧରୁ ୧୩୩ଜଣ, କଟକରୁ ୮୬୮ଜଣ, ଦେଓଗଡ଼ରୁ ୫୭ଜଣ, ଢେଙ୍କାନାଳରୁ ୮୧ଜଣ, ଗଜପତିରୁ ୫୨ଜଣ, ଗଞ୍ଜାମରୁ ୬୯ଜଣ, ଜଗତସିଂପୁରରୁ ୨୮୮ଜଣ, ଯାଜପୁରରୁ ୫୧୬ଜଣ, ଝାରସୁଗୁଡାରୁ ୬୬ ଜଣ, କଳାହାଣ୍ଡିରୁ ୧୬୬ଜଣ, କନ୍ଧମାଳରୁ ୭୬ଜଣ, କେଉଁଝରରୁ ୧୫୮ଜଣ, କୋରାପୁଟରୁ ୧୬୧ଜଣ, କେନ୍ଦ୍ରାପଡ଼ାରୁ ୩୪୧ଜଣ, ମୟୁରଭଞ୍ଜରୁ ୩୮୪ଜଣ, ମାଲକାନଗିରିରୁ ୧୧୦ଜଣ, ନବରଙ୍ଗପୁରରୁ ୧୯୬ଜଣ, ନୟାଗଡ଼ରୁ ୨୪୩ଜଣ, ନୂଆପଡ଼ାରୁ ୨୨ଜଣ, ପୁରୀରୁ ୩୫୬ଜଣ, ରାୟଗଡାରୁ ୧୨୫ଜଣ, ସମ୍ବଲପୁରରୁ ୧୩୭ଜଣ, ସୋନପୁରରୁ ୯୧ଜଣ, ସୁନ୍ଦରଗଡରୁ ୨୬୭ଜଣ ଏବଂ ଷ୍ଟେଟ୍ ପୁଲ (State Pool) ରୁ ୧୪୫ଜଣ ସଂକ୍ରମିତ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ  ୧ କୋଟି ୨୧ ଲକ୍ଷ ୧୧ ହଜାର ୧୪୩ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୮ ଲକ୍ଷ ୬ ହଜାର ୯୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୧୧ ହଜାର ୩୪୭ ସୁସ୍ଥ ହେବା ସହିତ ମୋଟ ୭ ଲକ୍ଷ ୨୪ ହଜାର ୪୦୨ ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୭୮ ହଜାର ୬୮୭ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।  

Also Read | CHSE +2 Exam Cancelled: ଯୁକ୍ତ ଦୁଇ ପରୀକ୍ଷାକୁ ବାତିଲ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

AC_without-Bank_1242x450._CB659868804_SY500_
Share this: