ଢେଙ୍କାନାଳ ଜିଲ୍ଲାରୁ ଆଜି ୨୫୨ଜଣ Corona ପଜିଟିଭ ଚିହ୍ନଟ, ଜଣେ ମୃତ

Share this:

ଢେଙ୍କାନାଳ: ଆଜି ଢେଙ୍କାନାଳ ଜିଲ୍ଲାରେ ୨୫୨ଜଣ କରୋନା ସଙ୍କ୍ରମିତ (Covid-19) ଚିହ୍ନଟ ହୋଇଛନ୍ତି। ହୋମ କ୍ୱାରାଣ୍ଟାଇନ୍‌ (Home Quarantine)ରୁ ୨୨୩ଜଣ ଏବଂ ହସ୍ପିଟାଲରୁ ୨୯ଜଣ ଚିହ୍ନଟ ହୋଇଛନ୍ତି।

ଆଜି ଚିହ୍ନଟଙ୍କ ମଧ୍ୟରେ ଗଁଦିଆ ବ୍ଲକ (Gondia Block) ରୁ ୪୯ଜଣ, ଢେଙ୍କାନାଳ ପୌରାଞ୍ଚଳ (Dhenkanal Municipality) ରୁ ୪୭ ଜଣ, ସଦର ବ୍ଲକ (Sadar Block) ରୁ ୩୮ଜଣ, ଓଡ଼ାପଡା ବ୍ଲକ (Odapada Block) ରୁ ୩୬ଜଣ ଚିହ୍ନଟ ହୋଇଛନ୍ତି।

ସେହିପରି ହିନ୍ଦୋଳ ବ୍ଲକ (Hindol Block) ରୁ ଚିହ୍ନଟ ୩୧ଜଣଙ୍କ ମଧ୍ୟରୁ ନୂଆହିନ୍ଦୋଳରୁ ୮ଜଣ, କାରନ୍ଦାରୁ ୪ଜଣ, ରଞ୍ଜାଗୋଳରୁ ୩ଜଣ, କୁକୁଟାରୁ ୨ଜଣ, ଓସ୍ତପାଳ, ବାରସିଙ୍ଗା, ବରଣପାଳ, ଗାଲପଡା, ପାଟଲା, ଧୋବଣୀନନ୍ଦର, ଜରଡା, ମଣିଆନଳୀ, ମହୁଲପଡା, କନ୍ତରା, ମାହାଲୁଣ୍ଡା, ବାବନ୍ଧ, କନମିଳା ଏବଂ ବେରୁଆଁପାଳରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି। ହିନ୍ଦୋଳ ଏନଏସି (Hindol NAC) କମଣ୍ଡଳୀରୁ ୨ଜଣ, ଶରଧାପୁର ଏବଂ ପଠାଣିପୋତାରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି। 

ଭୁବନ ବ୍ଲକ (Bhuban Block) ରୁ ୧୫ଜଣ, କାମାକ୍ଷାନଗର ବ୍ଲକ (Kamakhyanagar Block) ରୁ ୧୦ଜଣ, ପର୍ଜଙ୍ଗ ବ୍ଲକ (Parjang Block) ରୁ ୭ଜଣ, କାମାକ୍ଷାନଗର ଏନଏସି ରୁ ୪ଜଣ ଏବଂ ଅନ୍ୟାନ୍ୟ ହସ୍ପିଟାଲରୁ ୩ଜଣ ଚିହ୍ନଟ ହୋଇଛନ୍ତି।     

ଢେଙ୍କାନାଳ ଜିଲ୍ଲାରେ ଗତକାଲି ୧୯୧୪ଟି ସାମ୍ପୁଲ ଟେଷ୍ଟ ହୋଇଛି। ମୋଟ ୨ ଲକ୍ଷ ୯୭ ହଜାର ୪୮୨ଟି ସାମ୍ପୁଲ ଟେଷ୍ଟ ହୋଇଛି। ସେଥିମଧ୍ୟରୁ ମୋଟ ୧୪ ହଜାର ୫୯୮ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଜିଲ୍ଲାରୁ ମୋଟ ୧୦ ହଜାର ୫୬୦ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ଜିଲ୍ଲାରେ ୪ ହଜାର ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି। ଢେଙ୍କାନାଳ ଜିଲ୍ଲାରୁ ଆଜି ହିନ୍ଦୋଳ ବ୍ଲକରୁ ଜଣଙ୍କର କରୋନାରେ ଜୀବନ ଯାଇଛି। ଏହାକୁ ମିଶାଇ ଜିଲ୍ଲାରେ ମୋଟ ୩୮ ଜଣଙ୍କ ଜୀବନ ଯାଇଛି।

[amazon_auto_links id=”10233″]

Also Read | Angul:ଆଜି ଅନୁଗୁଳ ଜିଲ୍ଲାରୁ ୪୩୧ ଜଣ କରୋନା ପଜିଟିଭ ଚିହ୍ନଟ, ସୁସ୍ଥ ୧୦୨୯

Share this: