Angul:ଆଜି ଅନୁଗୁଳ ଜିଲ୍ଲାରୁ ୪୩୧ ଜଣ କରୋନା ପଜିଟିଭ ଚିହ୍ନଟ, ସୁସ୍ଥ ୧୦୨୯

Share this:

ଅନୁଗୁଳ: ଆଜି ଅନୁଗୁଳ (Angul) ଜିଲ୍ଲାରେ ୪୩୧ଜଣ ନୂଆ କରୋନା ପଜିଟିଭ (Covid-19) ଚିହ୍ନଟ ହୋଇଥିବାର ଜଣାପଡିଛି। ଜିଲ୍ଲାରେ ଆଜିସୁଦ୍ଧା ମୋଟ ୩୫ ହଜାର ୪୩୭ଜଣ କରୋନା ସଂକ୍ରମିତ ଚିହ୍ନଟ ହେଲେଣି।

ଆଜି ସମଗ୍ର ଜିଲ୍ଲା ମଧ୍ୟରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରେ ସର୍ବାଧିକ ବଅଁରପାଳ ବ୍ଳକ୍‌ ଅଂଚଳରୁ ୧୦୩ଜଣ (୫୩ଜଣ ପୁରୁଷ ଓ ୫୦ଜଣ ମହିଳା), ଛେଣ୍ଡିପଦା ବ୍ଳକ୍‌ ଅଂଚଳରୁ ୭୬ଜଣ (୩୯ଜଣ ପୁରୁଷ ଓ ୩୭ଜଣ ମହିଳା), କଣିହାଁ ବ୍ଳକ୍ ଅଂଚଳରୁ ୬୨ଜଣ (୩୪ଜଣ ପୁରୁଷ ଓ ୨୮ଜଣ ମହିଳା), ତାଳଚେର ବ୍ଲକ୍ ଅଂଚଳରୁ ୪୭ଜଣ(୨୯ଜଣ ପୁରୁଷ ଓ ୧୮ଜଣ ମହିଳା), ଅନୁଗୁଳ ବ୍ଳକ୍ ଅଂଚଳରୁ ୩୫ଜଣ (୨୦ଜଣ ପୁରୁଷ ଓ ୧୫ଜଣ ମହିଳା), ଅନୁଗୋଳ ପୌରାଞ୍ଚଳରୁ ୩୧ଜଣ (୧୮ ଜଣ ପୁରୁଷ ଓ ୧୩ଜଣ ମହିଳା), କିଶୋରନଗର ବ୍ଳକ୍ ଅଂଚଳରୁ ୨୭ ଜଣ (୧୬ଜଣ ପୁରୁଷ ଓ ୧୧ଜଣ ମହିଳା), ଆଠମଲ୍ଲିକ ବ୍ଲକ୍ ଅଂଚଳରୁ ୧୭ଜଣ (୧୦ଜଣ ପୁରୁଷ ଓ ୭ଜଣ ମହିଳା), ପାଳଲହଡା ବ୍ଳକ୍ ଅଂଚଳରୁ ୧୬ଜଣ (୯ଜଣ ପୁରୁଷ ଓ ୭ଜଣ ମହିଳା), ତାଳଚେର ପୌରାଞ୍ଚଳରୁ ୧୨ଜଣ (୯ଜଣ ପୁରୁଷ ଓ ୩ଜଣ ମହିଳା) ଓ ଆଠମଲ୍ଲିକ ବିଜ୍ଞାପିତ ଅଂଚଳ ପରିଷଦରୁ ୫ଜଣ (୫ଜଣ ପୁରୁଷ) ଅଛନ୍ତି।

ଆଜି ଚିହ୍ନଟ ହୋଇଥିବା ଲକ୍ଷଣଯୁକ୍ତ ଆକ୍ରାନ୍ତମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କରୋନା ୱାର୍ଡ ଓ ୧୦୨ ଜଣଙ୍କୁ ତାଳଚେର କୋଭିଡ ହସପିଟାଲକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଉଥିବା ବେଳେ ସ୍ଵଳ୍ପ ଲକ୍ଷଣଯୁକ୍ତ ଓ ଲକ୍ଷଣ ବିହିନ ଆକ୍ରାନ୍ତମାନଙ୍କୁ ନିଜ ଘରେ Isolation ରେ ରଖାଯାଇ ନିରିକ୍ଷଣ କରାଯାଉଛି ବୋଲି ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ପ୍ରକାଶ କରିଛନ୍ତି।

Also Read | Covid-19:ରାଜ୍ୟରୁ ଆଜି ରେକର୍ଡ ସଂଖ୍ୟକ ୪୨ଜଣଙ୍କ କରୋନାରେ ମୃତ୍ୟୁ

[amazon_auto_links id=”10233″]

Share this: