Corona: ଓଡ଼ିଶାରେ କମୁଛି ସଂକ୍ରମଣ, ଆଜି ୭ ହଜାର ୭୨୯ ସଂକ୍ରମିତ ଚିହ୍ନଟ

Share this:

ଭୁବନେଶ୍ଵର: ଓଡ଼ିଶାରୁ ଗତ ୨୪ ଘଣ୍ଟାରେ ୭ ହଜାର ୭୨୯ଜଣ କରୋନା ସଂକ୍ରମିତ (Corona Virus) ଚିହ୍ନଟ ହୋଇଛନ୍ତି। ରାଜ୍ୟରେ କମିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୪୩୩୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୩୩୯୮ ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସର୍ବାଧିକ ୧୦୬୨ଜଣ କରୋନା ସଂକ୍ରମିତ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି। ସେହିପରି, ଅନୁଗୁଳରୁ ୪୪୯ଜଣ, ବାଲେଶ୍ଵରରୁ ୪୨୬ଜଣ, ବରଗଡ଼ରୁ ୧୮୯ଜଣ, ଭଦ୍ରକରୁ ୨୮୭ଜଣ, ବଲାଙ୍ଗୀରିରୁ ୬୧ଜଣ, ବୌଦ୍ଧରୁ ୧୨୮ଜଣ, କଟକରୁ ୭୨୦ଜଣ, ଦେଓଗଡ଼ରୁ ୭୨ଜଣ, ଢେଙ୍କାନାଳରୁ ୨୫୨ଜଣ, ଗଜପତିରୁ ୬୮ଜଣ, ଗଞ୍ଜାମରୁ ୧୫୩ଜଣ, ଜଗତସିଂପୁରରୁ ୨୫୫ଜଣ, ଯାଜପୁରରୁ ୩୮୮ଜଣ, ଝାରସୁଗୁଡାରୁ ୭୧ଜଣ, କଳାହାଣ୍ଡିରୁ ୧୬୭ଜଣ, କନ୍ଧମାଳରୁ ୧୬୭ଜଣ, କେଉଁଝରରୁ ୧୬୬ଜଣ, କୋରାପୁଟରୁ ୧୮୫ଜଣ, କେନ୍ଦ୍ରାପଡ଼ାରୁ ୨୨୩ଜଣ, ମୟୁରଭଞ୍ଜରୁ ୪୪୨ଜଣ, ମାଲକାନଗିରିରୁ ୧୦୪ଜଣ, ନବରଙ୍ଗପୁରରୁ ୨୧୯ଜଣ, ନୟାଗଡ଼ରୁ ୨୧୯ଜଣ, ନୂଆପଡ଼ାରୁ ୪୮ଜଣ, ପୁରୀରୁ ୩୩୩ଜଣ, ରାୟଗଡାରୁ ୩୧୦ଜଣ, ସମ୍ବଲପୁରରୁ ୧୬୧ଜଣ, ସୋନପୁରରୁ ୬୧ଜଣ, ସୁନ୍ଦରଗଡରୁ ୨୭୦ଜଣ ଏବଂ ଷ୍ଟେଟ୍ ପୁଲ (State Pool) ରୁ ୧୮୮ଜଣ ସଂକ୍ରମିତ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ  ୧ କୋଟି ୨୦ ଲକ୍ଷ ୪୦ହଜାର ୮୩୦ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୭ ଲକ୍ଷ ୯୮ ହଜାର ୬୯୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୧୦ ହଜାର ୪୩୪ ସୁସ୍ଥ ହେବା ସହିତ ମୋଟ ୭ ଲକ୍ଷ ୧୩ ହଜାର ୫୫ ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୮୨ ହଜାର ୬୭୯ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।  

Also Read | ଗାଁଲୋକ କରୋନା ଟିକା ନେଲେନି,SDM ଗାଁର ବିଦ୍ୟୁତ ଦେଲେ କାଟି,ରେସନ ବନ୍ଦ

AC_without-Bank_1242x450._CB659868804_SY500_
Share this: