ନୀତି ଆୟୋଗ ପକ୍ଷରୁ SDG India Index ପ୍ରକାଶିତ, ତାଲିକାରେ ଓଡ଼ିଶା ତଳେ

Share this:

ନୂଆଦିଲ୍ଲୀ: ଏସ୍‌ଡିଜି ଇଣ୍ଡିଆ ଇଣ୍ଡେକ୍ସ ଓ ଡାଶ୍‌ବୋର୍ଡ ୨୦୨୦-୨୧ (SDG India Index- 2020-21)ର ତୃତୀୟ ସଂସ୍କରଣ ନୀତି ଆୟୋଗ (NITI Ayog) ଦ୍ୱାରା ପ୍ରକାଶିତ ହୋଇଛି। ୨୦୧୮ରେ ଏହାର ପ୍ରଥମ ସଂସ୍କରଣ ପ୍ରକାଶ ପାଇଥିଲା ଏବଂ ଏହା ମାଧ୍ୟମରେ ନିରନ୍ତର ବିକାଶ ଲକ୍ଷ୍ୟ (SDG ) ହାସଲ କରିବାରେ ରାଜ୍ୟ ସମୂହଙ୍କ ପ୍ରୟାସ, ଉପଲବ୍ଧି ଏବଂ ସ୍ଥାନ ଆଦି ସବିଶେଷ  ଉଲ୍ଲେଖ କରାଯାଇଛି। ନିତି ଆୟୋଗ ଜାରି କରିଥିବା ନିରନ୍ତର ବିକାଶ ଲକ୍ଷ୍ୟ ସୂଚୀରେ ୬୧ ସ୍କୋର ସହ ଓଡ଼ିଶା ୨୧ତମ ସ୍ଥାନରେ ରହିଛି। ସାମାଜିକ, ଅର୍ଥନୈତିକ ଏବଂ ପରିବେଶ ମାପଦଣ୍ଡ ବିଚାରକୁ ନେଇ ନିତି ଆୟୋଗ ପକ୍ଷରୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ ସ୍କୋର ପ୍ରଦାନ କରାଯାଇଛି।

ନୀତି ଆୟୋଗର ଉପାଧ୍ୟକ୍ଷ ଡକ୍ଟର ରାଜୀବ କୁମାର ଏହି ରିପୋର୍ଟକୁ ଉନ୍ମୋଚନ କରିଛନ୍ତି। ଏହାର ନାମ ରଖାଯାଇଛି “ଏସ୍‌ଡିଜି  ଇଣ୍ଡିଆ ଇଣ୍ଡେକ୍ସ ଆଣ୍ଡ ଡାଶ୍‌ବୋର୍ଡ ୨୦୨୦-୨୧: ପାର୍ଟନରସିପ୍ ଇନ୍ ଦି ‘ଡିକେଡ୍ ଅଫ ଆକ୍ସନ।” ଏହି କାର୍ଯ୍ୟକ୍ରମରେ ନୀତି ଆୟୋଗର ସ୍ୱାସ୍ଥ୍ୟ ସଦସ୍ୟ ଡକ୍ଟର ଭି.କେ ପାଲ୍‌, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅମିତାଭ କାନ୍ତ ଓ ନୀତି ଆୟୋଗର ଏସ୍‌ଡିଜି ପରାମର୍ଶଦାତା ସୁଶ୍ରୀ ସଂଯୁକ୍ତା ସମାଦ୍ଦାର ଉପସ୍ଥିତ ଥିଲେ। ଏହି ରିପୋର୍ଟର ଡିଜାଇନ ଓ ବିକାଶ କାର୍ଯ୍ୟ  ନୀତି ଆୟୋଗ ଦ୍ୱାରା କରାଯାଇଛି। ତଥ୍ୟାବଳୀର ସଂକଳନ ପୂର୍ବରୁ ବ୍ୟାପକ ବିଚାରବିମର୍ଶ, ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ବିଭିନ୍ନ ସଂଯୁକ୍ତ ପକ୍ଷଙ୍କ ସହ କରାଯାଇ ନିର୍ଭୁଲ ସୂଚନା ଓ ଡାଟା ସଂଗୃହୀତ ହୋଇଛି। ଏହାଛଡା ଏହି କାର୍ଯ୍ୟରେ ଭାରତରେ ଥିବା ମିଳିତ  ଜାତିସଂଘ ନେତୃତ୍ୱରେ କାର୍ଯ୍ୟ କରୁଥିବା ବିଭିନ୍ନ ସଂସ୍ଥା, କେନ୍ଦ୍ର ପରିସଂଖ୍ୟନ ଓ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟ ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟର ସହାୟତା ନିଆଯାଇଛି।

ନୀତି ଆୟୋଗର ମୁଖ୍ୟ କାର୍ଯ୍ୟନିର୍ବାହୀ ଶ୍ରୀ ଅମିତାଭ କାନ୍ତ କହିଛନ୍ତି ଯେ, ୨୦୩୦ ସୁଦ୍ଧା ନିରନ୍ତର ବିକାଶ ଲକ୍ଷ୍ୟ ପୂରଣ କରିବା ପଥରେ ଭାରତ ଆଗେଇ ଚାଲିଛି ଏବଂ ଏ କ୍ଷେତ୍ରରେ ଆଉ ଏକ ତୃତୀୟାଂଶ କାମ ବାକି ରହିଛି। ଅଂଶୀଦାରୀ ଭିତିରେ ହେଉଥିବା ଏହି କ୍ଷେତ୍ରର କାମ ସମ୍ପର୍କରେ ଏହି ରିପୋର୍ଟରେ ତଥ୍ୟମାନ ରହିଛି। ସହଯୋଗଭିତିକ ଉଦ୍ୟମ ଦ୍ୱାରା କିପରି ଲକ୍ଷ୍ୟ ସାଧନ ଅଧିକ ସହଜ ଓ ସଫଳ ହେଉଛି ସେ କଥା ଏହି ରିପୋର୍ଟ କହୁଛି।

ଏସ୍‌ଡଜି ଇଣ୍ଡିଆ ଇଣ୍ଡେକ୍ସ ୨୦୨୦-୨୧ ଭାରତରେ ଥିବା ଜାତିସଂଘ  କାର୍ଯ୍ୟାଳୟ  ଓ ସବୁ ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳରେ ପ୍ରଦର୍ଶନ ରେକର୍ଡ ସହାୟତାରେ ପ୍ରସ୍ତୁତ ଓ ବିକଶିତ ହେଇଛି। ମୋଟ ୧୧୫ଟି ସୂଚକକୁ ଏଥିରେ ବିଚାରକୁ ନିଆଯାଇଛି ଓ କେନ୍ଦ୍ର ପରିସଂଖ୍ୟାନ ଓ  ରୂପାୟନ ମନ୍ତ୍ରଣାଳୟ ଆବଶ୍ୟକ ତଥ୍ୟାବଳୀ ସହାୟତା ଯୋଗାଇଛି। ଏଥିପାଇଁ ଏକ ଜାତୀୟ ସୂଚକ ଢାଞ୍ଚା ପ୍ରସ୍ତୁତ କରାଯାଇଛି।

ଏସ୍‌ଡିଜି ଇଣ୍ଡିଆ ଇଣ୍ଡେକ୍ସ ୧୬ଟି ଏସ୍‌ଡିବି ସମ୍ପର୍କରେ ରାଜ୍ୟମାନଙ୍କର ଲକ୍ଷ୍ୟଭିତ୍ତିକ ପ୍ରଦର୍ଶନକୁ ହିସାବକୁ ନେଇଛି। ଏଥିପାଇଁ ଶୂନ୍ୟରୁ ୧୦୦ଯାଏ ପ୍ରଦର୍ଶନ ବା ସ୍କୋର ପଏଣ୍ଟ ବ୍ୟବସ୍ଥା କରାଯାଇଛି। ୨୦୩୦ ସୁଦ୍ଧା ଏସ୍‌ଡିଜି ଲକ୍ଷ୍ୟପୂରଣ କରିବା କ୍ଷେତ୍ରରେ ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଲକ୍ଷ୍ୟଧାର୍ଯ୍ୟ କ୍ଷେତ୍ରରେ କେତେ ଅଙ୍କ ହାସଲ କରିଛନ୍ତି ତାହାକୁ ହିସାବକୁ ନେଇ ସେମାନଙ୍କର ପ୍ରଦର୍ଶନକୁ ମପାଯାଇଛି।

ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟ

  • କେରଳ-୭୫ପଏଣ୍ଟ
  • ହିମାଚଳ ପ୍ରଦେଶ ଓ ତାମିଲନାଡୁ -୭୪ପଏଣ୍ଟ
  • ଆନ୍ଧ୍ର, ଗୋଆ, କର୍ଣ୍ଣାଟକ ଓ ଉତ୍ତରାଖଣ୍ଡ-୭୨ପଏଣ୍ଟ
  • ସିକ୍କିମ-୭୧ପଏଣ୍ଟ
  • ମହାରାଷ୍ଟ୍ର -୭୦ପଏଣ୍ଟ

ତାଲିକାରେ ତଳେ ରହିଥିବା ପାଞ୍ଚ ରାଜ୍ୟ

  • ଛତିଶଗଡ, ନାଗାଲାଣ୍ଡ ଓ ଓଡିଶା-୬୧ ପଏଣ୍ଟ
  • ଅରୁଣାଚଳ ପ୍ରଦେଶ, ମେଘାଳୟ, ରାଜସ୍ଥାନ ଓ ଉତ୍ତରପ୍ରଦେଶ-୬୦ପଏଣ୍ଟ
  • ଆସାମ-୫୭ପଏଣ୍ଟ
  • ଝାଡଖଣ୍ଡ-୫୬ପଏଣ୍ଟ
  • ବିହାର -୫୨ପଏଣ୍ଟ

ସେହିପରି ସର୍ବାଧିକ ତ୍ୱରିତ ଗତିଶୀଳର ପାଞ୍ଚ ରାଜ୍ୟ ମଧ୍ୟରେ ମିଜୋରାମ , ହରିୟାଣା ଓ ଉତ୍ତରାଖଣ୍ଡ ରହିଥିବାବେଳେ ସେମାନଙ୍କର ସ୍କୋର ଯଥାକ୍ରମେ ପୂର୍ବବର୍ଷ ଅପେକ୍ଷା ୧୨,୧୦ ଓ ୮ ଅଧିକ ରହିଛି।

Also Read | ୭ ବର୍ଷ ପରିବର୍ତ୍ତେ TET ର Valid ବର୍ତ୍ତମାନ ସାରା ଜୀବନ:ଶିକ୍ଷା ମନ୍ତ୍ରଣାଳୟ

[amazon_auto_links id=”9939″]

Share this: