Covid-19:ରାଜ୍ୟରୁ ଆଜି ୩୯ ଜଣ କରୋନାରେ ମୃତ୍ୟୁ

Share this:

ଭୁବନେଶ୍ୱର: ରାଜ୍ୟରେ ଗତକାଲି କରୋନା (Corona Virus) ଜନିତ ମୃତ୍ୟୁ ସଂଖ୍ୟା ୪୨ ଥିଲା। ପୁଣି ଆଜି ଆଉ ୩୯ ଜଣ କରୋନା ଆକ୍ରାନ୍ତଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୨ ହଜାର ୯୧୨ କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ଆଜି କରୋନା ମୃତକଙ୍କ ମଧ୍ୟରେ ଅନୁଗୁଳରୁ ୩ଜଣ, ବୌଦ୍ଧରୁ ୨ଜଣ, ବଲାଙ୍ଗୀରିରୁ ଜଣେ, ଭୁବନେଶ୍ଵରରୁ ୩ଜଣ, କଟକରୁ ୨ଜଣ, ଦେଓଗଡରୁ ୨ଜଣ, ଢେଙ୍କାନାଳରୁ ଜଣେ, ଗଜପତିରୁ ୨ଜଣ, ଗଞ୍ଜାମରୁ ୨ଜଣ, ଜଗତସିଂପୁରରୁ ଜଣେ, ଝାରସୁଗୁଡାରୁ ୩ଜଣ, କଳାହାଣ୍ଡି ଜିଲ୍ଲାରୁ ୩ଜଣ, କେନ୍ଦ୍ରାପଡ଼ାରୁ ଜଣେ, ଖୋର୍ଦ୍ଧାରୁ ୩ଜଣ, ମୟୁରଭଞ୍ଜରୁ ଜଣେ, ପୁରୀରୁ ୨ଜଣ, ରାୟଗଡାରୁ ୩ଜଣ, ସମ୍ବଲପୁରରୁ ଜଣେ ଏବଂ ସୁନ୍ଦରଗଡ଼ରୁ ୩ଜଣ ଅଛନ୍ତି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ  ୧ କୋଟି ୨୦ ଲକ୍ଷ ୪୦ହଜାର ୮୩୦ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୭ ଲକ୍ଷ ୯୮ ହଜାର ୬୯୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୧୦ ହଜାର ୪୩୪ ସୁସ୍ଥ ହେବା ସହିତ ମୋଟ ୭ ଲକ୍ଷ ୧୩ ହଜାର ୫୫ ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୮୨ ହଜାର ୬୭୯ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି। 

Also Read | ଗାଁଲୋକ କରୋନା ଟିକା ନେଲେନି,SDM ଗାଁର ବିଦ୍ୟୁତ ଦେଲେ କାଟି,ରେସନ ବନ୍ଦ

[amazon_auto_links id=”9932″]

Share this: