Free Ration Scheme Odisha: ମୋଦୀ ସରକାରଙ୍କ ଭେଟି, ପୁଣି ବର୍ଷେ ପର୍ଯ୍ୟନ୍ତ ମିଳିବ ମାଗଣା ରେସନ; ହେବକି କୋଭିଡ କଟକଣା!

Share this:

ନୂଆଦିଲ୍ଲୀ: Free Ration Scheme Odisha: ଦେଶର ୮୧ କୋଟି ୩୫ ଲକ୍ଷ ଲୋକଙ୍କୁ କେନ୍ଦ୍ରରେ ଥିବା ମୋଦୀ ସରକାର ନୂଆବର୍ଷ ଉପହାର ଭେଟି ଦେଇଛନ୍ତି। ଜାତୀୟ ଖାଦ୍ୟ ସୁରକ୍ଷା ନିୟମ (National Food Security Act -NFSA) ଅଧୀନରେ ଲୋକମାନଙ୍କୁ ମାଗଣାର ଖାଦ୍ୟଶସ୍ୟ ଦିଆଯିବ। କେନ୍ଦ୍ର ସରକାର ୨୦୨୩ ଡିସେମ୍ବର ଶେଷ ପର୍ଯ୍ୟନ୍ତ ଏହି ଯୋଜନାକୁ ବୃଦ୍ଧି କରିଛନ୍ତି। ଆଜି ଅନୁଷ୍ଠିତ କ୍ୟାବିନେଟ୍ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

Related Post | PM Kisan Beneficiary New Status: ଏହି ଦିନ ମିଳିବ ପିଏମ କିସାନ ୧୩ତମ କିସ୍ତି

କେନ୍ଦ୍ର ସରକାର ମାଗଣା ରାସନ ଯୋଗାଣକୁ (Free Ration Scheme Odisha) ଆଉ ବର୍ଷେ ବଢ଼ାଇବା ନେଇ ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ ହିତାଧିକାରୀ ପରିବାରକୁ ପ୍ରତି ମାସରେ ମୁଣ୍ଡପିଛା ୫ କିଲୋଗ୍ରାମ ଚାଉଳ କିମ୍ବା ଗହମ ଯୋଗାଇ ଦିଆଯାଉଛି। ଏହାବାଦ ଅନ୍ତୋଦୟ ଅନ୍ନ ଯୋଜନା ହିତାଧିକାରୀ ପରିବାରକୁ ମାସିକ ୩୫କିଲୋଗ୍ରାମ ରାସନ ମିଳୁଛି। ଖାଦ୍ୟ ସୁରକ୍ଷା ଆଇନର ହିତାଧିକାରୀଙ୍କୁ କେଜି ପିଛା ୩ ଟଙ୍କାରେ ଚାଉଳ ଓ କେଜି ପିଛା ୨ ଟଙ୍କାରେ ଗହମ ଦିଆଯାଉଛି। ଏ ବାବଦରେ ସରକାର ୨ଲକ୍ଷ କୋଟି ଟଙ୍କା ଭରଣା କରିବେ ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ ପୀୟୁଷ ଗୋଏଲ (Shri Piyush Goyal) କହିଛନ୍ତି।

ସେହିପରି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ଅବଧିକୁ ସରକାର ବଢ଼ାଇନାହାନ୍ତି। ଏହି ଯୋଜନାଟି ଡିସେମ୍ବର ମାସ ୩୧ରେ ଶେଷ ହେବ।

Advertisement

You Read | Free Ration Scheme Odisha: ମୋଦୀ ସରକାରଙ୍କ ଭେଟି, ପୁଣି ବର୍ଷେ ପର୍ଯ୍ୟନ୍ତ ମିଳିବ ମାଗଣା ରେସନ; ହେବକି କୋଭିଡ କଟକଣା!

Read Also

FROM THE WEB



Share this:

Leave a Reply

Your email address will not be published. Required fields are marked *