BJP National President JP Nadda: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଓଡ଼ିଶା ଗସ୍ତ

Share this:

ଫୁଲବାଣୀ : BJP National President JP Nadda in Odisha କନ୍ଧମାଳରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡାଙ୍କ ଉପସ୍ଥିତି ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ପାଇଁ ଦଳୀୟ ଶିବିରରେ ମାନସିକ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଆଗାମୀ ନିର୍ବାଚନରେ ବିଜେପି ସ୍ଵାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କ ହତ୍ୟା ପ୍ରସଙ୍ଗକୁ ମାଧ୍ୟମ କରିପାରେ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତୁମୁଡ଼ିବନ୍ଧଠାରେ ଜନସଭାରେ ଉଦ୍‌ବୋଧନ ଦେବା ପରେ ଜଲେସପଟା ଆଶ୍ରମ ପରିଦର୍ଶନ କରିବା ସହ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ଏକ ଜନସଭାରେ ବିଜେପି ଅଧ୍ୟକ୍ଷ କହିଛନ୍ତି ଯେ, ଅନ୍ତର୍ଜାତୀୟ ମୁଦ୍ରାପାଙଋି (IMF) ର ରିପୋର୍ଟ ଅନୁସାରେ ଭାରତରେ ଅତି ଗରିବଙ୍କ ସଂଖ୍ୟା ହ୍ରାସ ପାଇଛି। ଜନଧନ ଯୋଜନାରେ ୪୬ କୋଟି ଲୋକଙ୍କ ବ୍ୟାଙ୍କଖାତାରେ ସରକାରୀ ଅର୍ଥ ପହଁଞ୍ଚୁଛି।

ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡା (BJP National President JP Nadda) ଓଡ଼ିଶା ଗସ୍ତରେ ଆସି କନ୍ଧମାଳର ତୁମୁଡ଼ିବନ୍ଧରେ ଆୟୋଜିତ ଜନସଭାରେ ଉଦ୍‌ବୋଧନ ଦେବାବେଳେ ଏହା କହିଛନ୍ତି। ଆୟୁଷ୍ମାନ ଭାରତ ଯୋଜନାରେ ୧୦ କୋଟି ୭୪ ଲକ୍ଷ ହିତାଧିକାରୀଙ୍କୁ ସ୍ୱାସ୍ଥ୍ୟସେବା ମିଳିପାରୁଛି। ଉଜ୍ଜ୍ୱଳା ଯୋଜନାରେ ଲୋକଙ୍କ ଘରେ ଗ୍ୟାସ୍‌ର ସୁବିଧା ପହଞ୍ଚି ପାରୁଛି, ଫଳରେ ମହିଳାମାନଙ୍କୁ କାଠ ପାଇଁ ଆଉ ଜଙ୍ଗଲକୁ ଯିବାକୁ ପଡ଼ୁନାହିଁ ବୋଲି ଶ୍ରୀ ନଡ୍ଡା କହିଛନ୍ତି।

ମୋଦି ସରକାର ୧୨ କୋଟି ଶୌଚାଳୟ ତିଆରି କରି ୧୨ କୋଟି ପରିବାରକୁ ସମ୍ମାନର ସହ ବଞ୍ଚିବାର ଅଧିକାର ଦେଇଛନ୍ତି। ଷ୍ଟାର୍ଟ-ଅପ୍‌ ଜରିଆରେ ଦେଶର ଷ୍ଟାର୍ଟ-ଅପ୍‌ ବାତାବରଣକୁ ସମୃଦ୍ଧ କରାଯାଇପାରିଛି ଏବଂ ଏବେ ଦେଶରେ ୧୦୦ଟି ୟୁନିକର୍ଣ୍ଣ ରହିଛି ବୋଲି ସେ କହିଛନ୍ତି।

ସେହିପରି ଆଦିବାସୀଙ୍କ ପିଲାଙ୍କ ପାଇଁ ୮୭ଟି ଏକଲବ୍ୟ ଆବାସିକ ସ୍କୁଲ ଖୋଲାଯାଇଛି। ୩୦୦ କୋଟି ଟଙ୍କା ବ୍ୟୟରେ ଭୁବନେଶ୍ୱର ରେଳଷ୍ଟେସନ୍‌ ବିକାଶ ଚାଲିଛି। ସମ୍ବଲପୁରରେ ୪୦୧ କୋଟି ଟଙ୍କା ବ୍ୟୟରେ ଆଇ.ଆଇ.ଏମ୍‌. ଖୋଲାଯାଇଛି। ଓଡ଼ିଶାରେ ୯ ହଜାର କୋଟି ଟଙ୍କା ବ୍ୟୟରେ ୧ ହଜାର ୨୧୪ କିଲୋମିଟର ଜାତୀୟ ରାଜପଥ ନିର୍ମାଣ ଚାଲିଛି ବୋଲି ଶ୍ରୀ ନଡ୍ଡା କହିଛନ୍ତି।

ଏହି ଜନସଭାରେ ଉଦ୍‌ବୋଧନ ଦେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଆଦିବାସୀଙ୍କ ବିକାଶ ପାଇଁ କନ୍ଧମାଳରେ ୩୨ କୋଟି ଟଙ୍କା ବିନିମୟରେ ୮ଟି ଏକଲବ୍ୟ ସ୍କୁଲ ଖୋଲାଯାଇଛି।

Read Also | Odisha Covid Guidelines: କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ, ନୂଆ ଭାରିଆଣ୍ଟକୁ ନେଇ ଆତଙ୍କିତ ହୁଅନ୍ତୁ ନାହିଁ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

FROM THE WEB

Advertisement

soney tv_amazon
Share this:

Leave a Reply

Your email address will not be published. Required fields are marked *