Covid India Today: ୪୧ ବିଦେଶ ଫେରନ୍ତା କରୋନା ପଜିଟିଭ୍‌, ୨୪ ଘଣ୍ଟାରେ ୧୮୮ ନୂଆ ଚିହ୍ନଟ

Share this:

ନୂଆଦିଲ୍ଲୀ: Covid India Today ଭାରତରେ ଧୀରେ ଧୀରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ବୁଧବାର ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି। ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ଆଜି ବୁଧବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୧୮୮ ଜଣ କରୋନା ସଂକ୍ରମିତ ରେକର୍ଡ କରାଯାଇଛି।

ଗତକାଲି ଅପେକ୍ଷା ୩୧ ଆକ୍ରାନ୍ତ ଅଧିକ। ଫଳରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩,୪୬୮କୁ ବୃଦ୍ଧି ପାଇଛି। ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୪ କୋଟି ୪୬ ଲକ୍ଷ ୭୭ ହଜାର ୬୪୭ରେ ପହଞ୍ଚିଛି। କୋଭିଡ୍-୧୯ ଜନିତ ମୃତ୍ୟୁସଂଖ୍ୟା ୫ ଲକ୍ଷ ୩୦ ହଜାର ୬୯୬ ରହିଛି।

ସେହିପରି ଗତ ୨୪ ଘଣ୍ଟାରେ କୋଭିଡ୍ ସଂକ୍ରମଣରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ୪ କୋଟି ୪୧ ଲକ୍ଷ ୪୩ ହଜାର ୪୮୩ ଅଛି। ଦେଶରେ ସୁସ୍ଥତା ହାର ୯୮.୮୦% ରହିଛି।

ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ (Covid India Today) ସଂଖ୍ୟା ୩,୪୬୮ ଥିବା ରେକର୍ଡ କରାଯାଇଛି। ଏହା ହେଉଛି ଦେଶର ସମୁଦାୟ ସଂକ୍ରମଣର ୦.୦୧%।

amazon_smart-wathc_999

ଏଥି ସହିତ ଡିସେମ୍ବର ୨୪ ଠାରୁ ଆଜି ପର୍ଯ୍ୟନ୍ତ ୪୧ଜଣ ବିଦେଶ ଫେରନ୍ତାଙ୍କ ନମୁନା ପରୀକ୍ଷା ରିପୋର୍ଟ କୋଭିଡ ପଜିଟିଭ୍‌ ରହିଛି।

ରିପୋର୍ଟ ଅନୁଯାୟୀ, ଡିସେମ୍ବର ୨୪ ରୁ ୪୯୮ ଟି ଅନ୍ତର୍ଜାତୀୟ ବିମାନ ଚଳାଚଳର ଯାଞ୍ଚ୍‌ କରାଯାଇଛି। ଏହି ସମୟ ମଧ୍ୟରେ କରୋନା ପଜିଟିଭ ମିଳି ଥିବା ଯାତ୍ରୀଙ୍କ ସମସ୍ତ ନମୁନା ଜିନୋମ କ୍ରମ ପାଇଁ ପଠାଯାଇଛି।

Read Also | Odisha Covid Guidelines: କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ, ନୂଆ ଭାରିଆଣ୍ଟକୁ ନେଇ ଆତଙ୍କିତ ହୁଅନ୍ତୁ ନାହିଁ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

FROM THE WEB

Share this:

Leave a Reply

Your email address will not be published. Required fields are marked *