Odisha Weather Report Updates : ଆସନ୍ତା କାଲି ଅନୁଗୁଳ, ଢେଙ୍କାନାଳ ସମେତ ୧୩ ଜିଲ୍ଲାରେ ଦେଖାଦେବ ଘନ କୁହୁଡ଼ି, ୟେଲୋ ୱାଣ୍ଣିଂ ଜାରି

Share this:

ଭୁବନେଶ୍ଵର : Odisha Weather Report Updates ରାଜ୍ୟରେ ଆଜି ଶୀତର ପ୍ରଭାବ ହ୍ରାସ ପାଇଛି। ଗତକାଲି ଫୁଲବାଣୀଠାରେ ସର୍ବନିମ୍ନ ତାପମାତ୍ରା ୧୨ ଡିଗ୍ରୀ ସେଲସିୟସ୍‌ ରେକର୍ଡ କରାଯାଇଛି।

ଆଜି କଟକ, ଗଞ୍ଜାମ, ଅନୁଗୁଳ, ଖୋର୍ଦ୍ଧା, ଢେଙ୍କାନାଳ, ଜଗତ୍‌ସିଂହପୁର ଓ ଭଦ୍ରକ ଜିଲ୍ଲାର କେତେକ ସ୍ଥାନରେ ଘନକୁହୁଡ଼ି ଦେଖାଦେଇଛି। ରାସ୍ତାଘାଟରେ ଯିବା ଆସିବାରେ ଜନସାଧାରଣ ଅସୁବିଧାର ସମ୍ମୁଖୀନ ହୋଇଥିବା ଜଣାଯାଇଛି। ସକାଳ ୯.୩୦ ପରେ ପରେ କୁହୁଡ଼ି ଧୀରେ ଧୀରେ ଅପସରି ଯାଇଥିଲା। ଆଜି ସକାଳେ ଓଡ଼ିଶାର କେତେକ ସ୍ଥାନରେ ଘନ କୁହୁଡ଼ି ଦେଖା ଦେଇଛି। ଆଜି କଟକ ଓ ଭୁବନେଶ୍ୱରରେ କୁହୁଡ଼ିର ଦୃଶ୍ୟମାନ ଦୂରତା ୫୦ ମିଟର ରହିଥିଲା।

Also Read It | Odisha corona update Today : ରାଜ୍ୟରେ ବୋର୍ଡ ପରୀକ୍ଷା କରୋନା କଟକଣା ମଧ୍ୟରେ ହେବ : ଶିକ୍ଷାମନ୍ତ୍ରୀ

Advertisement

amazon-_smart-watch

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଘନକୁହୁଡ଼ି ଦେଖାଦେବା ନେଇ ଅନୁଗୁଳୁ, ଢେଙ୍କାନାଳ, ଖୋର୍ଦ୍ଧା, କଟକ, ଭଦ୍ରକ, କେନ୍ଦ୍ରାପଡ଼ା, ପୁରୀ, ଗଞ୍ଜାମ, ଗଜପତି, କଳାହାଣ୍ଡି, କନ୍ଧମାଳ, ଯାଜପୁର ଓ ଜଗତ୍‌ସିଂହପୁର ଜିଲ୍ଲାପାଇଁ ୟେଲୋ ୱାଣ୍ଣିଂ ଜାରି କରାଯାଇଛି (Odisha Weather Report Updates)।

Read Also | Tunisha Sharma Suicide Case: ତୁନିଶା ଶର୍ମା ଆତ୍ମହତ୍ୟା କେସ୍ ରେ ଶିଜାନ ମହମ୍ମଦ ଖାନକୁ ୪ ଦିନ ହେପାଜତକୁ ନେଲା ପୋଲିସ

FROM THE WEB

Share this:

Leave a Reply

Your email address will not be published. Required fields are marked *