Raju Mishra: ବିଶିଷ୍ଟ ଓଡ଼ିଆ ଚଳଚ୍ଚିତ୍ର ନିର୍ଦ୍ଦେଶକ ଓ ନିର୍ମାତା ରାଜୁ ମିଶ୍ରଙ୍କ ପରଲୋକ

Share this:

ଭୁବନେଶ୍ଵର: ବିଶିଷ୍ଟ ଓଡ଼ିଆ ଚଳଚ୍ଚିତ୍ର ନିର୍ଦ୍ଦେଶକ ଓ ନିର୍ମାତା ରାଜୁ ମିଶ୍ର (Raju Mishra) ଙ୍କର ୭୨ବର୍ଷ ବୟସରେ ଆଜି ହୃଦ୍‍ଘାତରେ ପରଲୋକ ଘଟିଛି। ଏ ନେଇ ତାଙ୍କ ପତ୍ନୀ ପ୍ରତିମା ମଞ୍ଜରୀ ମିଶ୍ର ସୂଚନା ଦେଇଛନ୍ତି।

 ଜଟଣୀ ସ୍ଥିତ ନିଜ ବାସଭବନରେ ସେ ବସିଥିବାବେଳେ ହୃଦ୍‍ଘାତ ହୋଇଥିଲା । ଲୋକପ୍ରିୟ ଚଳଚ୍ଚିତ୍ର ଚକାଆଖି ସବୁଦେଖୁଛି, ପୁଅମୋର କଳାଠାକୁର, ସାଗର ଗଙ୍ଗା, ଉଲ୍‍କା ଏବଂ ମମତା ମାଗେ ମୁଲ ଭଳି ଚଳଚ୍ଚିତ୍ରର ନିର୍ଦ୍ଦେଶନା ପାଇଁ ସେ ଅନେକ ସମ୍ମାନରେ ସମ୍ମାନୀତ ହୋଇଛନ୍ତି। ଓଡ଼ିଆ ଚଳଚ୍ଚିତ୍ର ଜଗତର ସର୍ବୋଚ୍ଚ ସମ୍ମାନ ଜୟଦେବ ପୁରସ୍କାରରେ ତାଙ୍କୁ ସମ୍ମାନୀତ କରାଯାଇଛି। ତାଙ୍କ ମୃତ୍ୟୁରେ ସିନେଜଗତରେ ଶୋକର ଛାୟା ଖେଳିଯାଇଛି।

Also Read | Corona Virus Odisha: ରାଜ୍ୟରେ ୯ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ; ମୋଟ ମୃତ୍ୟୁ ୧୩୪୦

Share this: