ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ଆହୁରି ୫ ମାସ ମିଳିବ ମାଗଣା ରାସନ,ମିଳିଲା କ୍ୟାବିନେଟ୍ ମଞ୍ଜୁରି

Share this:

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ (PM Narendra Modi)ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା (Pradhanmantri Garib Kalyan Yojana) ପର୍ଯ୍ୟାୟ-୪  ଅନ୍ତର୍ଗତ ଜୁଲାଇରୁ ନଭେମ୍ବର ୨୦୨୧  ପର୍ଯ୍ୟନ୍ତ ଅଧିକ ପାଞ୍ଚ ମାସ ପାଇଁ ଏନଏଫଏସଏ (National Food Security Act-NFSA) ହିତାଧିକାରୀମାନଙ୍କୁ ଅତିରିକ୍ତ ଖାଦ୍ୟଶସ୍ୟ ଆବଣ୍ଟନ ପ୍ରସ୍ତାବକୁ ଅନୁମୋଦନ କରିଛି। ଏହି ଯୋଜନାରେ ପ୍ରତ୍ୟେକ ହିତାଧିକାରୀଙ୍କୁ ମୁଣ୍ଡ ପିଛା ୫କିଗ୍ରା ଲେଖାଏଁ ଚାଉଳ ମାଗଣାରେ ଯୋଗାଇ ଦିଆଯିବ। ଏଥିରେ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ଯୋଜନା (DBT) ହିତାଧିକାରୀଙ୍କ ସମେତ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା (NFSA) (ଅନ୍ତ୍ୟୋଦୟ ଅନ୍ନ ଯୋଜନା ଏବଂ ପ୍ରାଥମିକ ପରିବାର)ର ସର୍ବାଧିକ ୮୧ କୋଟି ୩୫ ଲକ୍ଷ  ହିତାଧିକାରୀ ଉପକୃତ ହେବେ।

ସୂଚନା ଅନୁସାରେ ୮୧.୩୫ କୋଟି ହିତାଧିକାରୀମାନଙ୍କୁ ଟିପିଡିଏସ ଅନ୍ତର୍ଗତ ମୁଣ୍ଡପିଛା ୫କିଗ୍ରା ଲେଖାଏଁ ଚାଉଳ ଅଧିକ ୫ ମାସ ପର୍ଯ୍ୟନ୍ତ ଯୋଗାଇ ଦେବାକୁ ଏହି ଅନୁମୋଦନ କରାଯିବା ଫଳରେ ରାଜକୋଷରୁ ଖାଦ୍ୟ ସବସିଡି ବାବଦକୁ ୬୪ ହଜାର ୩୧ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ଏହି ଯୋଜନାରେ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକର କୌଣସି ଯୋଗଦାନ ନାହିଁ ଏବଂ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ବ୍ୟୟଭାର ବହନ କରୁଛନ୍ତି। ଏହି କାରଣରୁ ଖାଦ୍ୟଶସ୍ୟ ପରିବହନ ଏବଂ ଏଫପିଏସ ଡିଲରଙ୍କ ମାର୍ଜିନ ବାବଦରେ ଅତିରିକ୍ତ ୩୨୩୪.୮୫ କୋଟି ଟଙ୍କା ବ୍ୟୟ କରିବାକୁ ପଡ଼ିବ। ତେଣୁ ଭାରତ ସରକାର ଏ ବାବଦରେ ମୋଟ ୬୭,୨୬୬.୪୪ କୋଟି ଟଙ୍କାର ବ୍ୟୟଭାର ବହନ କରିବେ।

ସେହିପରି ଗହମ ଓ ଚାଉଳ କେତେ ପରିମାଣରେ ବଣ୍ଟନ କରାଯିବ ତାହା ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ ନିର୍ଦ୍ଧାରଣ କରିବ। ଏହାଛଡ଼ା ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ ମଧ୍ୟ ମୌସୁମୀ, ତୁଷାରପାତ ଆଦି ପ୍ରତିକୂଳ ପାଣିପାଗ ପରିସ୍ଥିତି ଏବଂ ଯୋଗାଣ ଶୃଙ୍ଖଳ ଓ କୋଭିଡ ଜନିତ ବାଧାଗୁଡ଼ିକୁ ଆଖି ଆଗରେ ରଖି ପିଏମଜିକେଏୱାଇ ତୃତୀୟ ଏବଂ ଚତୁର୍ଥ ପର୍ଯ୍ୟାୟ ଖାଦ୍ୟଶସ୍ୟ ଉଠାଣ ଏବଂ ବିତରଣର ଅବଧି ସମ୍ପର୍କରେ ନିଷ୍ପତ୍ତି ଗ୍ରହଣ କରିବ।

ମୋଟ୍ ଖାଦ୍ୟଶସ୍ୟ ବିତରଣ ପରିମାଣ ୨୦୪ ଲକ୍ଷ ମେଟ୍ରିକ୍ ଟନ୍ ହେବ ବୋଲି ଅନୁମାନ କରାଯାଇଛି। ଅତିରିକ୍ତ ଖାଦ୍ୟଶସ୍ୟ ବିତରଣ ଫଳରେ କରୋନା ଭୂତାଣୁ କାରଣରୁ ଦେଶର ଗରିବମାନେ ସମ୍ମୁଖୀନ ହେଉଥିବା ସମସ୍ୟା ଲାଘବ ହେବ। ଆଗାମୀ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଖାଦ୍ୟଶସ୍ୟ ଅଭାବ କାରଣରୁ କୌଣସି ଗରିବ ପରିବାର ସମସ୍ୟାର ସମ୍ମୁଖୀନ ହେବେ ନାହିଁ।

Also Read | ଓଡ଼ିଶାରୁ ଆଜି ୩୪୫୬ ଜଣ Covid ସଂକ୍ରମିତ ଚିହ୍ନଟ

[amazon_auto_links id=”10233″]

Share this:

Leave a Reply

Your email address will not be published. Required fields are marked *