Covid-19:ଆଜି ଢେଙ୍କାନାଳ ଜିଲ୍ଲାରୁ ୫୭ଜଣ କରୋନା ପଜିଟିଭ ଚିହ୍ନଟ

Share this:

ଢେଙ୍କାନାଳ: ଢେଙ୍କାନାଳ (Dhenkanal) ଜିଲ୍ଲାରୁ ଆଜି  ଆଉ ୫୭ଜଣ ନୂଆ କରୋନା (Covid-19) ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଜିଲ୍ଲାରେ ଆଜି ପୁଣି ବଢିଛି କରୋନା ସଂକ୍ରମଣଙ୍କ ସଂଖ୍ୟା। ଆଜି ଚିହ୍ନଟଙ୍କ ମଧ୍ୟରେ ହୋମ କ୍ୱାରାଣ୍ଟାଇନ୍‌ (Home Quarantine) ରୁ ୫୧ ଏବଂ ହସ୍ପିଟାଲରୁ ୬ଜଣ ଚିହ୍ନଟ ଅଛନ୍ତି।

ଆଜି ଢେଙ୍କାନାଳ ପୌରାଞ୍ଚଳ (Dhenkanal Municipality) ରୁ ୧୫ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ବସଷ୍ଟାଣ୍ଡ, ଖମାରସାହି ଏବଂ ଗୁଡିଆନାଳିରୁ ୩ଜଣ ଅଛନ୍ତି। କୁଞ୍ଜକାନ୍ତ, ଦକ୍ଷିଣକାଳୀ, ଦେଉଳସାହି, ଟାଉନପ୍ଲାନିଂ, କଲେଜ କୋଲୋନୀ ଏବଂ  ଦୋଳମଣ୍ଡପସାହିରୁ ଜଣେ ଲେଖାଏଁ ଅଛନ୍ତି।

ହିନ୍ଦୋଳ ବ୍ଲକ (Hindol Block) ରୁ ୧୨ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟଙ୍କ ମଧ୍ୟରୁ ରଞ୍ଜାଗୋଳରୁ ୧୦ଜଣ ଥିବାବେଳେ ନନ୍ଦପୁର ଏବଂ ରକଲାରୁ ଜଣେ ଲେଖାଏଁ ଅଛନ୍ତି। କଙ୍କଡାହାଡ ବ୍ଲକରୁ ଜଣେ ଚିହ୍ନଟ ହୋଇଛନ୍ତି।

ସଦର ବ୍ଲକ (Sadar) ବ୍ଲକରୁ ଚିହ୍ନଟ ୧୧ଜଣଙ୍କ ମଧ୍ୟରୁ  ଗୋବିନ୍ଦପୁରରୁ ୨ଜଣ ଥିବାବେଳେ ବେଲଟିକିରି, ଝୁମୁଡିଆ, ନମିଚିର, କାଇମାଟି, ତଳବରକୋଟ, ବଳଦିଆବନ୍ଧ, ରଞ୍ଜା, ମାନିପୁର ଏବଂ ସିଆରିଆରୁ ଜଣେ ଲେଖାଏଁ ଅଛନ୍ତି। ପର୍ଜଙ୍ଗ ବ୍ଲକର ବସୁଲେଇରୁ ୩ଜଣ ଅଛନ୍ତି।

ଓଡ଼ାପଡା ବ୍ଲକ (Odapada Block) ରୁ ୬ଜଣ ଅଛନ୍ତି। ଗଁଦିଆ ବ୍ଲକ (Gondia Block) ରୁ ୪ଜଣ ଚିହ୍ନଟ ହୋଇଛନ୍ତି। କାମାକ୍ଷାନଗର ବ୍ଲକ (Kamakhyanagar Block) ଅଞ୍ଚଳରୁ ୩ଜଣ ଚିହ୍ନଟ ହୋଇଛନ୍ତି। ଅନ୍ୟାନ୍ୟ ହସ୍ପିଟାଲରୁ ୨ଜଣ ଅଛନ୍ତି। 

ଢେଙ୍କାନାଳ ଜିଲ୍ଲାରେ ଗତକାଲି ୧୬୩୩ଟି ସାମ୍ପୁଲ ଟେଷ୍ଟ ହୋଇଛି। ମୋଟ ୩ ଲକ୍ଷ ୨୯ ହଜାର୧୩ ସାମ୍ପୁଲ ଟେଷ୍ଟ ହୋଇଛି। ସେଥିମଧ୍ୟରୁ ମୋଟ ୧୬ ହଜାର ୮୯୧ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଗତକାଲି ଜିଲ୍ଲାରୁ ୮୫ଜଣ କରୋନାରୁ ସୁସ୍ଥ ହେବାସହ ମୋଟ ୧୬ ହଜାର ୯୦ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ଜିଲ୍ଲାରେ ୭୪୫ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି।

[amazon_auto_links id=”9932″]

Also Read | ଓଡ଼ିଶାରୁ ଆଜି ୩୪୫୬ ଜଣ Covid ସଂକ୍ରମିତ ଚିହ୍ନଟ

Share this: