ଓଡ଼ିଶାରୁ ଆଜି ୩୪୫୬ ଜଣ Covid ସଂକ୍ରମିତ ଚିହ୍ନଟ

Share this:

ଭୁବନେଶ୍ଵର: ରାଜ୍ୟରେ ଆଜି ପୁଣି ଥରେ କରୋନା ସଂକ୍ରମିତଙ୍କ (Coronavirus) ସଂଖ୍ୟା ବଢିଛି। ଗତ ୨୪ ଘଣ୍ଟାରେ ଓଡ଼ିଶାରୁ ୩ ହଜାର ୪୫୬ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୧୯୭୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୧୪୮୩ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସର୍ବାଧିକ ୪୯୯ଜଣ କରୋନା ସଂକ୍ରମିତ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି। ସେହିପରି, ଅନୁଗୁଳରୁ ୧୧୮ଜଣ, ବାଲେଶ୍ଵରରୁ ୧୭୪ଜଣ, ବରଗଡ଼ରୁ ୬୯ଜଣ, ଭଦ୍ରକରୁ ୧୯୪ଜଣ, ବଲାଙ୍ଗୀରିରୁ ୨୮ଜଣ, ବୌଦ୍ଧରୁ ୨୫ଜଣ, କଟକରୁ ୪୮୦ଜଣ, ଦେଓଗଡ଼ରୁ ୧୧ଜଣ, ଢେଙ୍କାନାଳରୁ ୫୭ଜଣ, ଗଜପତିରୁ ୧୭ଜଣ, ଗଞ୍ଜାମରୁ ୧୯ଜଣ, ଜଗତସିଂପୁରରୁ ୮୧ଜଣ, ଯାଜପୁରରୁ ୨୩୭ଜଣ, ଝାରସୁଗୁଡାରୁ ୨୦ଜଣ, କଳାହାଣ୍ଡିରୁ ୨୧ଜଣ, କନ୍ଧମାଳରୁ ୩୧ଜଣ, କେନ୍ଦ୍ରାପଡ଼ାରୁ ୧୪୭ଜଣ, କେଉଁଝରରୁ ୭୩ଜଣ, କୋରାପୁଟରୁ ୮୧ଜଣ, ମୟୁରଭଞ୍ଜରୁ ୧୮୦ଜଣ, ମାଲକାନଗିରିରୁ ୮୨ଜଣ, ନବରଙ୍ଗପୁରରୁ ୪୨ଜଣ, ନୟାଗଡ଼ରୁ ୧୨୬ଜଣ, ନୂଆପଡ଼ାରୁ ୧୬ଜଣ, ପୁରୀରୁ ୨୮୯ଜଣ, ରାୟଗଡାରୁ ୫୬ଜଣ, ସମ୍ବଲପୁରରୁ ୩୯ଜଣ, ସୋନପୁରରୁ ୪୩ଜଣ, ସୁନ୍ଦରଗଡରୁ ୯୦ଜଣ ଏବଂ ଷ୍ଟେଟ୍ ପୁଲ (State Pool) ରୁ ୮୧ଜଣ ସଂକ୍ରମିତ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୧ କୋଟି ୩୨ ଲକ୍ଷ ୮୩ ହଜାର ୬୫୨ ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୮ ଲକ୍ଷ ୮୬ ହଜାର ୯୪୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୪ ହଜାର ୧୫୯ସୁସ୍ଥ ହେବା ସହିତ ମୋଟ ୮ ଲକ୍ଷ ୪୮ ହଜାର ୯୬୦ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩୪ହଜାର ୨୧୬ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

[amazon_auto_links id=”9932″]

Share this: