Padmapur Byelection: ପଦ୍ମପୁର ଉପନିର୍ବାଚନ ପାଇଁ ବିଜେପି, ବିଜେଡ଼ି ଏବଂ କଂଗ୍ରେସର ପ୍ରାର୍ଥୀପତ୍ର ଦାଖଲ

Share this:

ପଦ୍ମପୁର: Padmapur Byelection  ପଦ୍ମପୁର ଉପନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ କଲେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ। ଆଜି ଗୁରୁବାର ଦଳୀୟ ନେତୃବୃନ୍ଦଙ୍କ ସହିତ ସେ ପଦ୍ମପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ରିଟର୍ନିଂ ଅଫିସରଙ୍କ ନିକଟରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ତାଙ୍କ ସହିତ ବରଗଡ଼ ଲୋକ ସଭା ଏମ୍‌ପି ସୁରେଶ ପୂଜାରୀଙ୍କ ସମେତ ଅନ୍ୟ ନେତୃବୃନ୍ଦ ଉପସ୍ଥିତ ଥିଲେ।

ସେହିପରି ବିଜେଡି ପ୍ରାର୍ଥିନୀ ବର୍ଷା ସିଂ ବରିହା ମଧ୍ୟ ଆଜି ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେ ଦଳୀୟ ନେତୃବୃନ୍ଦଙ୍କ ସହିତ ପଦ୍ମପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ରିଟର୍ଣ୍ଣିଂ ଅଫିସରଙ୍କ ପାଖରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଏହି ଅବସରେରେ ତାଙ୍କ ସହିତ ଦଳର ରାଜ୍ୟ ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ, ମନ୍ତ୍ରୀ ରୀତା ସାହୁ, ରାଜ୍ୟ ମହିଳା ବିଜେଡି ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ପ୍ରମୁଖ ଉପସ୍ଥିତ ଥିଲେ।

Advertisement

AMAZON_LG

ପଦ୍ମପୁର ଉପନିର୍ବାଚନ (Padmapur Byelection)ପାଇଁ ଆଜି କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଦଳୀୟ ନେତୃବୃନ୍ଦଙ୍କ ସହିତ ସେ ପଦ୍ମପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ରିଟର୍ନିଂ ଅଫିସରଙ୍କ ପାଖରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ତାଙ୍କ ସହିତ ପିସିସି ସଭାପତି ଶରତ ପଟ୍ଟନାୟକ, ଜିଲା କଂଗ୍ରେସ ସଭାପତି ନିହାର ରଞ୍ଜନ ମହାନନ୍ଦ, କଂଗ୍ରେସ ନେତା ନରସିଂହ ମିଶ୍ର, ସନ୍ତୋଷ ସିଂ ସାଲୁଜା ପ୍ରମୁଖ ଉପସ୍ଥିତ ଥିଲେ।

ଅନ୍ୟପକ୍ଷରେ ପଦ୍ମପୁର ଆରଏମ୍‍ସି ଷ୍ଟ୍ରଙ୍ଗ ରୁମ୍‍ ରେ ଇଭିଏମ୍‍ ଗୁଡ଼ିକ ପହଞ୍ଚିଛି। ଉପଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଫିସର ଓ ଅନ୍ୟ ଅଧିକାରୀଙ୍କ ଉପସ୍ଥିତିରେ ସେଗୁଡ଼ିକୁ ଷ୍ଟ୍ରଙ୍ଗ ରୁମ୍‍ରେ ସିଲ୍‍ କରି ରଖାଯାଇଛି।

ସୂଚନାଯୋଗ୍ୟ ଆସନ୍ତା ମାସ ୫ ତାରିଖରେ ପଦ୍ମପୁର ବିଧାନସଭା ଉପନିର୍ବାଚନ ଅନୁଷ୍ଠିତ ହେବ। ଭୋଟ୍‍ ଗ୍ରହଣ ସକାଳ ୭ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ହେବ ଏବଂ ଆସନ୍ତାମାସ ୮ ତାରିଖରେ ନିର୍ବାଚନ ଫଳାଫଳ ଘୋଷଣା କରାଯିବ ବୋଲି ରାଜ୍ୟ ନିର୍ବାଚନୀ ଅଧିକାରୀ ସୁଶୀଲ କୁମାଲୋହାନି ସୂଚନା ଦେଇଛନ୍ତି।

ପଦ୍ମପୁର ଉପନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରଚାର ସରଗରମ ହେବାରେ ଲାଗିଛି। ତିନି ମୁଖ୍ୟ ଦଳ ମତଦାତାଙ୍କ ସମର୍ଥନ ଲୋଡ଼ିବା ପାଇଁ ନିଜର ଚେଷ୍ଠା ଚଳାଇଛନ୍ତି। ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ଗତକାଲି ଦଳୀୟ କର୍ମୀ ଓ ସମର୍ଥକଙ୍କୁ ଧରି ଘର ଘର ବୁଲି ଭୋଟ୍‍ ନିଜପାଇଁ ମାଗିଛନ୍ତି। ବରଗଡ଼ ସାଂସଦ ସୁରେଶ ପୂଜାରୀ ଶ୍ରୀ ପୁରୋହିତଙ୍କ ପାଇଁ ପ୍ରଚାର କରିଛନ୍ତି।

Advertisement

okaya battery scooty

 ସେହିପରି ବିଜେଡ଼ି ପ୍ରାର୍ଥୀ ବର୍ଷା ସିଂ ବରିହା ଗତକାଲି ପ୍ରଥମ କରି ପ୍ରଚାର ଅଭିଯାନ ଆରମ୍ଭ କରିଥିଲେ। ସେ ଦୁବ୍‍ଲାବାହାଲର ଦୁଇଟି ସ୍ଥାନରେ ନିର୍ବାଚନୀ ସଭାରେ ଯୋଗଦେଇଥିଲେ। ପାଇକମାଲ ଅଞ୍ଚଳରେ ବର୍ଷାଙ୍କ ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ନିର୍ବାଚନୀ ସଭା କରି ମତଦାତାଙ୍କ ସମର୍ଥନ ଲୋଡ଼ିଥିଲେ।

କଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁ ମଧ୍ୟ ମତଦାତାଙ୍କ ମନ ଜିଣିବା ପାଇଁ ଜୋରଦାର ପ୍ରଚାର ଚଳାଇଛନ୍ତି।

ଅନ୍ୟପକ୍ଷରେ ପଦ୍ମପୁର ଆରଏମ୍‍ସି ଷ୍ଟ୍ରଙ୍ଗ ରୁମ୍‍ ରେ ଇଭିଏମ୍‍ ଗୁଡ଼ିକ ପହଞ୍ଚିଛି। ଉପଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଫିସର ଓ ଅନ୍ୟ ଅଧିକାରୀଙ୍କ ଉପସ୍ଥିତିରେ ସେଗୁଡ଼ିକୁ ଷ୍ଟ୍ରଙ୍ଗ ରୁମ୍‍ରେ ସିଲ୍‍ କରି ରଖାଯାଇଛି।

ସୂଚନାଯୋଗ୍ୟ ଆସନ୍ତା ମାସ ୫ ତାରିଖରେ ପଦ୍ମପୁର ବିଧାନସଭା ଉପନିର୍ବାଚନ ଅନୁଷ୍ଠିତ ହେବ। ଭୋଟ୍‍ ଗ୍ରହଣ ସକାଳ ୭ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ହେବ ଏବଂ ଆସନ୍ତାମାସ ୮ ତାରିଖରେ ନିର୍ବାଚନ ଫଳାଫଳ ଘୋଷଣା କରାଯିବ ବୋଲି ରାଜ୍ୟ ନିର୍ବାଚନୀ ଅଧିକାରୀ ସୁଶୀଲ କୁମାଲୋହାନି ସୂଚନା ଦେଇଛନ୍ତି।

Read Also | Agriculture Input Subsidy: ଚାଷୀଙ୍କୁ ମିଳିବ ୨ଶହ କୋଟି ଟଙ୍କାର ଇନ୍‌ପୁଟ୍‌ ସବସିଡି: ମୁଖ୍ୟମନ୍ତ୍ରୀ

Share this:

Leave a Reply

Your email address will not be published. Required fields are marked *