Covid Cases Odisha: ୧୦ କୋଭିଡ ପଜିଟିଭ ଆଜି ଚିହ୍ନଟ

Share this:

ଭୁବନେଶ୍ଵର: Covid Cases Odisha ଗତକାଲି ରାଜ୍ୟରୁ ୯ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲାବେଳେ ଆଜି ବୁଧବାର ୪ଜିଲ୍ଲାରୁ ୧୦ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ରାଜ୍ୟରୁ ଆଜି  ୧୮ ବର୍ଷ ଚିହ୍ନଟଙ୍କ ମଧ୍ୟରେ ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୪ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ବାଲେଶ୍ଵରରୁ ୩ଜଣ, ବଲାଙ୍ଗୀରିରୁ ୨ଜଣ, ଖୋର୍ଦ୍ଧାରୁ ୩ଜଣ ଲେଖାଏଁ ଚିହ୍ନଟ ହୋଇଥିବାବେଳେ ସୁନ୍ଦରଗଡରୁ ୨ଜଣ ବ୍ୟକ୍ତି ସଂକ୍ରମିତ ଥିବା ଚିହ୍ନଟ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୩କୋଟି ୧୨ ଲକ୍ଷ ୩୮ ହଜାର ୩୦୪ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୧୨ ଲକ୍ଷ ୮୮ ହଜାର ୧୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୧୦ଜଣ ସୁସ୍ଥ ହେବା ସହିତ ମୋଟ ୧୨ ଲକ୍ଷ ୭୮ ହଜାର ୭୬୦ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୮୦ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

Share this:

Leave a Reply

Your email address will not be published. Required fields are marked *