Covid-19 Odisha:ଓଡ଼ିଶାରେ ପୁଣି ବଢିଲା, ଆଜି ୩୬୫୦ ଜଣ କରୋନା ସଂକ୍ରମିତ ଚିହ୍ନଟ

Share this:

ଭୁବନେଶ୍ଵର: ରାଜ୍ୟରେ ଆଜି ପୁଣି ଥରେ କରୋନା ସଂକ୍ରମିତଙ୍କ (Coronavirus) ସଂଖ୍ୟା ବଢିଛି। ଗତ ୨୪ ଘଣ୍ଟାରେ ଓଡ଼ିଶାରୁ ୩ ହଜାର ୬୫୦ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୨୦୯୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୧୫୫୨ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସର୍ବାଧିକ ୬୦୪ଜଣ କରୋନା ସଂକ୍ରମିତ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି। ସେହିପରି, ଅନୁଗୁଳରୁ ୧୧୨ଜଣ, ବାଲେଶ୍ଵରରୁ ୨୭୮ଜଣ, ବରଗଡ଼ରୁ ୪୫ଜଣ, ଭଦ୍ରକରୁ ୧୭୦ଜଣ, ବଲାଙ୍ଗୀରିରୁ ୧୬ଜଣ, ବୌଦ୍ଧରୁ ୪୧ଜଣ, କଟକରୁ ୪୮୫ଜଣ, ଦେଓଗଡ଼ରୁ ୪ଜଣ, ଢେଙ୍କାନାଳରୁ ୧୧୦ଜଣ, ଗଜପତିରୁ ୮ଜଣ, ଗଞ୍ଜାମରୁ ୧୪ଜଣ, ଜଗତସିଂପୁରରୁ ୧୩୮ଜଣ, ଯାଜପୁରରୁ ୩୩୨ଜଣ, ଝାରସୁଗୁଡାରୁ ୮ଜଣ, କଳାହାଣ୍ଡିରୁ ୨୩ଜଣ, କନ୍ଧମାଳରୁ ୨୬ଜଣ, କେନ୍ଦ୍ରାପଡ଼ାରୁ ୧୦୬ଜଣ, କେଉଁଝରରୁ ୬୮ଜଣ, କୋରାପୁଟରୁ ୧୦୪ଜଣ, ମୟୁରଭଞ୍ଜରୁ ୧୪୫ଜଣ, ମାଲକାନଗିରିରୁ ୬୭ଜଣ, ନବରଙ୍ଗପୁରରୁ ୬୯ଜଣ, ନୟାଗଡ଼ରୁ ୧୨୨ଜଣ, ନୂଆପଡ଼ାରୁ ୧୦ଜଣ, ପୁରୀରୁ ୧୮୭ଜଣ, ରାୟଗଡାରୁ ୧୦୬ଜଣ, ସମ୍ବଲପୁରରୁ ୩୫ଜଣ, ସୋନପୁରରୁ ୨୨ଜଣ, ସୁନ୍ଦରଗଡରୁ ୧୦୬ଜଣ ଏବଂ ଷ୍ଟେଟ୍ ପୁଲ (State Pool) ରୁ ୮୯ଜଣ ସଂକ୍ରମିତ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୧ କୋଟି ୩୩ ଲକ୍ଷ ୫୩ ହଜାର ୧୩୨ ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୮ ଲକ୍ଷ ୯୦ ହଜାର ୫୯୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୪ ହଜାର ୫୨ସୁସ୍ଥ ହେବା ସହିତ ମୋଟ ୮ ଲକ୍ଷ ୫୩ ହଜାର ୧୨ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩୩ ହଜାର ୭୭୦ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

Also Read | Covid ର ଡେଲଟା ପ୍ଲସ୍ ଭାରିଆଣ୍ଟ ଚିନ୍ତାର ବିଷୟ, ସତର୍କତା ଆବଶ୍ୟକ: ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

[amazon_auto_links id=”9932″]

Share this: