Tunisha Sharma Suicide Case: ତୁନିଶା ଶର୍ମା ଆତ୍ମହତ୍ୟା କେସ୍ ରେ ଶିଜାନ ମହମ୍ମଦ ଖାନକୁ ୪ ଦିନ ହେପାଜତକୁ ନେଲା ପୋଲିସ

Share this:

ମୁମ୍ବାଇ : Tunisha Sharma Suicide Case ଟେଲି ଅଭିନେତ୍ରୀ ତୁନିଶା ଶର୍ମାଙ୍କ ମୃତ୍ୟୁ ସମସ୍ତଙ୍କୁ ଚକିତ କରିଛି। ଅଭିନେତ୍ରୀ ଗତକାଲି ଆତ୍ମହତ୍ୟା କରିଥିଲେ। ତୁନିଶା ଶର୍ମାଙ୍କ ସାଥି ଅଭିନେତା ତଥା ଅଭିଯୁକ୍ତ ଶିଜାନ ଖାନଙ୍କୁ ମୁମ୍ବାଇ କୋର୍ଟ ପୋଲିସ ହେପାଜତରେ ୪ ଦିନ ପାଇଁ ପଠାଇ ଦେଇଛନ୍ତି। ପୋଲିସ ଏପର୍ଯ୍ୟନ୍ତ କୌଣସି ପ୍ରମାଣ ନାହିଁ। ତାଙ୍କ ବିରୋଧରେ କେବଳ ଅଭିଯୋଗ ହୋଇଛି। ତେବେ ଅଧିକ ଅନୁସନ୍ଧାନ ପରେ ଏହି ମାମଲା ସମ୍ପୂର୍ଣ୍ଣ ଜଣା ପଡିବ।

ତୁନିଶା ଶର୍ମାଙ୍କ ସହ-ଅଭିନେତା ଶିଜାନ ମହମ୍ମଦ ଖାନଙ୍କ ଉପରେ ଆତ୍ମହତ୍ୟା (Tunisha Sharma Suicide Case) କରିବାକୁ ଉସୁକେଇ ଥିବା ଅଭିଯୋଗ ହୋଇଛି, ଯଦିଓ କିଛି ସ୍ପଷ୍ଟ ଜଣାପଡିନାହିଁ। କିନ୍ତୁ ଜନସାଧାରଣ ତାଙ୍କ ମୃତ୍ୟୁକୁ ଲବ ଜିହାଦ ସହିତ ଯୋଡି ସୋସିଆଲ ମିଡିଆରେ ଏକ ଇନଷ୍ଟାଗ୍ରାମ ପୋଷ୍ଟରେ ମନ୍ତବ୍ୟ ଦେଉଛନ୍ତି। ଯେପର୍ଯ୍ୟନ୍ତ କୋର୍ଟ ଏହାର ରାୟ ନ ଦିଅନ୍ତି, ସେପର୍ଯ୍ୟନ୍ତ ଏହା ଉପରେ ମତାମତ ଦେବା ଠିକ୍ ନୁହେଁ।  

ସୂଚନାଯୋଗ୍ୟ, ତୁନିଶା ‘ଅଲି ବାବା: ଦାସ୍ତାନ-ଏ-କାବୁଲ’ରେ କାମ କରୁଥିଲେ। ଏହାର ସୁଟିଂ ପାଇଁ ସେ ସୁଟିଂ ସେଟ୍‌କୁ ଯାଇଥିଲେ। ସେଟକୁ ଯିବା ପରେ ସେ ନିଜ ମେକଅପ ରୁମକୁ ଯାଇ ଆତ୍ମହତ୍ୟା କରିଥିଲେ। ମାତ୍ର ୨୦ବର୍ଷ ବୟସରେ ତୁନିଶାଙ୍କ ଏଭଳି ନିଷ୍ପତ୍ତି ସମସ୍ତଙ୍କୁ ଦୋହଲାଇ ଦେଇଛି। ଟିଭି ସୋ’ ଭାରତ କା ବୀର ପୁତ୍ର: ମହାରଣା ପ୍ରତାପରୁ ତୁନିଶା ଶର୍ମା ତାଙ୍କ କ୍ୟାରିଅର୍ ଆରମ୍ଭ କରିଥିଲେ। ସେ ଚକ୍ରବର୍ତ୍ତୀ ଅଶୋକ ସମ୍ରାଟ, ଗବର ପୁଛୱାଲା, ଶେର-ଏ-ପଞ୍ଜାବ: ମହାରାଜ ରଣଜିତ୍ ସିଂ, ଇଣ୍ଟରନେଟ୍ ୱାଲା ଲଭ୍ ଏବଂ ଇସ୍କ ସୁଭାନ୍ ଆଲ୍ଲାହା ଭଳି ସୋ’ରେ କାମ କରିଥିଲେ।

ତୁନିଶା ଶର୍ମା ଫିଲ୍ମରେ ମଧ୍ୟ ତାଙ୍କର ଅଭିନୟର ଦକ୍ଷତା ପ୍ରଦର୍ଶନ କରିଥିଲେ। ସେ ‘ଫିତୁର’, ‘ବାର ବାର ଦେଖୋ’, ‘କାହାନି ୨: ଦୁର୍ଗା ରାନୀ ସିଂ’ ଏବଂ ‘ଦବଙ୍ଗ ୩’ ଆଦି ସିନେମାରେ କାମ କରିଥିଲେ।

Read Also | Free Ration Scheme Odisha: ମୋଦୀ ସରକାରଙ୍କ ଭେଟି, ପୁଣି ବର୍ଷେ ପର୍ଯ୍ୟନ୍ତ ମିଳିବ ମାଗଣା ରେସନ; ହେବକି କୋଭିଡ କଟକଣା!

FROM THE WEB

Odisha Covid Guidelines: କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ, ନୂଆ ଭାରିଆଣ୍ଟକୁ ନେଇ ଆତଙ୍କିତ ହୁଅନ୍ତୁ ନାହିଁ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: Odisha Covid Guidelines ପୁଣି ମହାମାରୀ କରୋନା (Coronavirus) ତାର କାୟାବିସ୍ତାର କରୁଛି। ଚୀନରେ ଦୈନିକ ୩ କୋଟିରୁ ଅଧିକ ଲୋକ ସଂକ୍ରମିତ ହେଉଛନ୍ତି। ବିଶ୍ଵର ଅନ୍ୟ ଦେଶରେ ମଧ୍ୟ କୋଭିଡ-୧୯ ବଢିବାରେ ଲାଗିଛି। ତେବେ ଏହାର ମୁକାବିଲା ନେଇ ରାଜ୍ୟ ସରକାର ସମ୍ପୂର୍ଣ ସଜାଗ ଅଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ କରୋନାର ନୂଆ ଭାରିଆଣ୍ଟ BF.7 କୁ ନେଇ ଆତଙ୍କିତ ନହେବାକୁ ପରାମର୍ଶ ଦେଇଛି। ଏହି ଭାରିଆଣ୍ଟ ଦୁଇ ବର୍ଷ ହେଲା ଅଛି। ଏହି ଭାରିଆଣ୍ଟର ସଂକ୍ରମଣ କ୍ଷମତା ଅଧିକ ହେଲେ ମଧ୍ୟ ବିଶେଷ ବିପଦ ନାହିଁ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର।

ସୂଚନାଯୋଗ୍ୟ ଗତ କରୋନାର ୪ଟି ଲହର ପାଇଁ ଆମର ରୋଗ ପ୍ରତିରୋଧକ ଶକ୍ତି ଅଧିକ ଅଛି। ତେଣୁ ଏହା ଅଧିକ ସଂକ୍ରମିତ କରିପାରିବ ନାହିଁ। ୩ ମାସରୁ ଅଧିକ ହେଲାଣି ରାଜ୍ୟରେ ପଜିଟିଭ ହାର ବଢ଼ିନାହିଁ। ଆଗକୁ ଯଦି ସଂକ୍ରମଣ ବଢେ ଏହାର ମୁକାବିଲା କରିବା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ। ସର୍ଭେଲାନ୍ସକୁ ଜୋରଦାର କରାଯିବ। ହେଲେ ଯେଉଁମାନଙ୍କଠାରେ ଲକ୍ଷଣ ଦେଖାଯାଉଛି ସେମାନେ ତୁରନ୍ତ ଟେଷ୍ଟ କରାନ୍ତୁ। ରାଜ୍ୟରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ମଜଭୁତ ଅଛି। ବର୍ତ୍ତମାନ ରୋଗୀ ନଥିଲେ ମଧ୍ୟ ବେଡ଼ ମହଜୁଦ ରଖାଯାଇଛି। ଦରକାର ପଡ଼ିଲେ ବେଡ଼ ସଂଖ୍ୟା ବଢାଯିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

amazon winter sales


ଓଡ଼ିଶାରେ କୋଭିଡ ସ୍ଥିତି – Odisha Covid Guidelines Today


ସୂଚନାଯୋଗ୍ୟ ଦେଶରେ କୋଭିଡ ସ୍ଥିତି ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବୀୟଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ବିଭିନ୍ନ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀମାନେ ଯୋଗ ଦେଇଛନ୍ତି। ଏହି ଅବସରରେ ଶ୍ରୀ ମାଣ୍ଡବୀୟ କୋଭିଡର ମୁକାବିଲା ନେଇ ପ୍ରସ୍ତୁତି ଉପରେ ଆଲୋଚନା କରିବା ସହ କୋଭିଡ ନିୟମାବଳୀ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି। ବୈଠକରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଟେଷ୍ଟ, ଟ୍ରାକ୍‌, ଟ୍ରିଟ୍‌ ଏବଂ ଭ୍ୟାକ୍ସିନେସନ ଉପରେ ଗୁରୁତ୍ୱ ଦେଇଛନ୍ତି। ରାଜ୍ୟମାନଙ୍କୁ ଆବଶ୍ୟକ ସ୍ଥଳେ ସଠିକ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି। ଏହାସହ ବୁଷ୍ଟର ଡୋଜ୍‌କୁ ତ୍ୱରାନ୍ୱିତ କରିବାକୁ ନିର୍ଦେଶ ଦିଆଯାଇଛି।

BUY BEST MASK… Click Here


ସେହିପରି କୋଭିଡ ସମ୍ପର୍କରେ ଏକ ସମୀକ୍ଷା ବୈଠକ ପରେ ରାଜ୍ୟ ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ଜନସାଧାରଣଙ୍କୁ କୋଭିଡ ମାର୍ଗଦର୍ଶିକା ପାଳନ କରିବା ପାଇଁ ନିବେଦନ କରିଛନ୍ତି। ସେ କହିଛନ୍ତି, ଗତ ୩ ମାସ ମଧ୍ୟରେ କୌଣସି ସଂକ୍ରମିତ ଆଇସିୟୁରେ ଭର୍ତ୍ତି ହୋଇନାହାନ୍ତି। ବର୍ତ୍ତମାନ ରାଜ୍ୟରେ ଦୈନିକ ୧୫ଟି କୋଭିଡ କେସ୍‌ ଆସୁଛି। ରାଜ୍ୟର ୩ଟି ପ୍ରମୁଖ ମେଡ଼ିକାଲ କଲେଜ ଏବଂ ହସ୍ପିଟାଲରେ ୨୦ଟି ଲେଖାଏଁ ଶଯ୍ୟା ପ୍ରସ୍ତୁତ ରହିଛି। ଆବଶ୍ୟକ ପଡିଲେ ଶଯ୍ୟା ସଂଖ୍ୟା ଆହୁରି ବୃଦ୍ଧି କରାଯିବ ବୋଲି ସେ କହିଛନ୍ତି।

ଭୟ କରିବାର କୌଣସି କାରଣ ନଥିବାବେଳେ ପୂର୍ବଭଳି କରୋନା ନିୟମ ପାଳନ ପାଇଁ ସେ ପରାମର୍ଶ ଦେଇଛନ୍ତି। ସାମାନ୍ୟ ଲକ୍ଷଣ ଦେଖାଦେଲେ ପରୀକ୍ଷା କରାଇବା ସହିତ ନିଜକୁ ସଙ୍ଗରୋଧରେ ରଖିବା ପାଇଁ କହିଛନ୍ତି। ଆଗକୁ ଉତ୍ସବ ଋତୁ ଥିବାରୁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ରହିବାକୁ ନିର୍ଦେଶ ଦେଇଛନ୍ତି। ବିମାନବନ୍ଦର ଓ ରେଳଷ୍ଟେସନରେ ସର୍ବେକ୍ଷଣକୁ ଗୁରୁତ୍ୱ ଦିଆଯିବ। କରୋନାର ନୂଆ ପ୍ରଜାତିର ମୁକାବିଲା ପାଇଁ ଜିନମ ସ୍ୱିକେନ୍ସିଂ ଉପରେ ଅଧିକ ଗୁରୁତ୍ୱ ଦିଆଯିବ ବୋଲି ସ୍ୱାସ୍ଥ୍ୟ ସଚିବ କହିଛନ୍ତି।

FROM THE WEB

Read Also

Share this:

Leave a Reply

Your email address will not be published. Required fields are marked *