Odisha Covid Updates: ଆଜି ଓଡ଼ିଶାରୁ ୧୬୪୮ ଜଣ ପଜିଟିଭ ଚିହ୍ନଟ

Share this:

ଭୁବନେଶ୍ଵର: ଓଡ଼ିଶା (Odisha) ରେ କରୋନା (Coronavirus) ସଂକ୍ରମିତ କମିଛି। ଗତ ୨୪ ଘଣ୍ଟାରେ ୧ହଜାର ୬୪୮ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୯୫୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୬୯୩ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସର୍ବାଧିକ ୩୩୫ଜଣ କରୋନା ସଂକ୍ରମିତ କଟକରୁ ଚିହ୍ନଟ ହୋଇଛନ୍ତି। ସେହିପରି, ଅନୁଗୁଳରୁ ୮୯ଜଣ, ବାଲେଶ୍ଵରରୁ ୮୩ଜଣ, ବରଗଡ଼ରୁ ୧୭ଜଣ, ଭଦ୍ରକରୁ ୭୭ଜଣ, ବଲାଙ୍ଗୀରିରୁ ୧ଜଣ, ବୌଦ୍ଧରୁ ୫ଜଣ, ଦେଓଗଡ଼ରୁ ୧ଜଣ, ଢେଙ୍କାନାଳରୁ ୫୪ଜଣ, ଗଜପତିରୁ ୫ଜଣ, ଗଞ୍ଜାମରୁ ୧୧ଜଣ, ଜଗତସିଂପୁରରୁ ୧୧୨ଜଣ, ଯାଜପୁରରୁ ୧୧୩ଜଣ, ଝାରସୁଗୁଡାରୁ ୯ଜଣ, କଳାହାଣ୍ଡିରୁ ୧୧ଜଣ, କନ୍ଧମାଳରୁ ୧୫ଜଣ, କେନ୍ଦ୍ରାପଡ଼ାରୁ ୫୦ଜଣ, କେଉଁଝରରୁ ୨୧ଜଣ, ଖୋର୍ଦ୍ଧାରୁ ୨୩୦ଜଣ,  କୋରାପୁଟରୁ ୬ଜଣ, ମାଲକାନଗିରିରୁ ୩୫ଜଣ, ମୟୁରଭଞ୍ଜରୁ ୭୭ଜଣ, ନବରଙ୍ଗପୁରରୁ ୧୨ଜଣ, ନୟାଗଡ଼ରୁ ୭୩ଜଣ, ନୂଆପଡ଼ାରୁ ୭ଜଣ, ପୁରୀରୁ ୬୭ଜଣ, ରାୟଗଡାରୁ ୨୧ଜଣ, ସମ୍ବଲପୁରରୁ ୨୪ଜଣ, ସୋନପୁରରୁ ୧୦ଜଣ, ସୁନ୍ଦରଗଡରୁ ୩୩ଜଣ ଏବଂ ଷ୍ଟେଟ୍ ପୁଲ (State Pool) ରୁ ୪୪ଜଣ ସଂକ୍ରମିତ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୧ କୋଟି ୫୧ଲକ୍ଷ ୩୫ହଜାର ୮୬୨ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୯ ଲକ୍ଷ ୫୫ ହଜାର ୯୭୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୨ ହଜାର ୪୯୨ଜଣ ସୁସ୍ଥ ହେବା ସହିତ ମୋଟ ୯ ଲକ୍ଷ ୩୦ ହଜାର ୪୧୮ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨୦ ହଜାର ୩୮୭ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

[amazon_auto_links id=”9932″]

Also Read | ଗୃହ ରାଜ୍ୟମନ୍ତ୍ରୀ ନିଶିଥ ପ୍ରମାଣିକ ଜଣେ ବାଂଲାଦେଶୀ ନାଗରିକ, କଂଗ୍ରେସ ରାଜ୍ୟସଭା ସାଂସଦଙ୍କ ଦାବି

Share this: