Covid19 Odisha Updates: ଆଜି ଓଡ଼ିଶାରେ ୭୯ କରୋନା ସଂକ୍ରମିତ ଚିହ୍ନଟ

new-corona-virus
Share this:

ଭୁବନେଶ୍ଵର: Odisha Covid-19 Updates News ଆଜି ରାଜ୍ୟରୁ ଆଉ ୭୯ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଜି ରାଜ୍ୟରୁ ଆଜି  ୧୮ ବର୍ଷ ଚିହ୍ନଟଙ୍କ ମଧ୍ୟରେ ଅଛନ୍ତି ୯ଜଣ। ସେହିପରି ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୪୬ଜଣ  ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୩୩ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଚିହ୍ନଟଙ୍କ ମଧ୍ୟରେ ଅନୁଗୋଳରୁ ୩ଜଣ, ବାଲେଶ୍ଵରରୁ ୫ଜଣ, ଭଦ୍ରକରୁ ଜଣେ, ବଲାଙ୍ଗୀରିରୁ ୬ଜଣ, ବୌଦରୁ ଜଣେ, କଟକରୁ ଜଣେ,ଗଜପତି ଜିଲ୍ଲାରୁ ୮ଜଣ, ଗଞ୍ଜାମରୁ ୧୧ଜଣ, ଜଗତସିଂପୁରରୁ ୨ଜଣ, ଯାଜପୁରରୁ ୬ଜଣ, କଳାହାଣ୍ଡିରୁ ଜଣେ, କେନ୍ଦ୍ରାପଡାରୁ ୧୦ଜଣ, ଖୋର୍ଦ୍ଧାରୁ ୩ଜଣ, କୋରାପୁଟରୁ ୩ଜଣ, ମୟୁରଭଞ୍ଜରୁ ଜଣେ, ସମ୍ବଲପୁରରୁ ୬ଜଣ, ସୁନ୍ଦରଗଡରୁ ୯ଜଣ ଏବଂ ଷ୍ଟେଟ୍ ପୁଲ (State Pool) ରୁ ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୩କୋଟି ୧ଲକ୍ଷ ୬ ହଜାର ୩୬୮ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୧୨ ଲକ୍ଷ ୮୭ ହଜାର ୩୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୧୦୮ଜଣ ସୁସ୍ଥ ହେବା ସହିତ ମୋଟ ୧୨ ଲକ୍ଷ ୭୭ ହଜାର ୧୫୩ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୭୧୪ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

Read Also | The kashmir files review: ଦ କାଶ୍ମୀର ଫାଇଲ୍ସ ବକ୍ସଅଫିସରେ ହିଟ, ଅନେକ ରାଜ୍ୟରେ ଟ୍ୟାକ୍ସ ଫ୍ରି

Share this: