NGT: ପ୍ରଦୂଷଣକୁ ନେଇ ୧୮ଟି ରାଜ୍ୟକୁ NGT ର ନୋଟିସ

Share this:

ନୂଆଦିଲ୍ଲୀ: ଦିନକୁ ଦିନ ବୃଦ୍ଧି ପାଉଥିବା ପ୍ରଦୂଷଣ ମାମଲାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ଏନଜିଟି (National Green Tribunal-NGT) ମଧ୍ୟ କଡାକଡି ହୋଇଛି। ଏନଜିଟି ୧୮ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ବାଣ ଜଳିବା କାରଣରୁ ପ୍ରଦୂଷଣ ମାମଲାର ଶୁଣାଣି ପରିସରକୁ ବୃଦ୍ଧି କରିଛି। ବାଣ ଜଳିବା ଦ୍ୱାରା ପ୍ରଦୂଷଣକୁ ଦୃଷ୍ଟିରେ ରଖି କର୍ତ୍ତୃପକ୍ଷ ଏହି ବିଜ୍ଞପ୍ତି ଜାରି କରିଛନ୍ତି। ଏଗୁଡ଼ିକ ହେଉଛି ସେଇ ରାଜ୍ୟ ଯେଉଁଠାରେ ବାୟୁ ଗୁଣବତ୍ତା ଖରାପ ଅଛି।

ପ୍ରଦୂଷଣ ମାମଲାର ଶୁଣାଣି ବେଳେ ଏନଜିଟି କହିଛି ଯେ ଏହି ପ୍ରସଙ୍ଗରେ ଦିଲ୍ଲୀ, ଉତ୍ତରପ୍ରଦେଶ ଏବଂ ହରିୟାଣାକୁ ପୂର୍ବରୁ ନୋଟିସ ଜାରି କରାଯାଇଛି। ଏଥି ସହିତ ଓଡିଶା (Odisha) ଏବଂ ରାଜସ୍ଥାନ ସରକାର ବାଣ ବିକ୍ରୟ ଓ କ୍ରୟ ଉପରେ ପ୍ରତିବନ୍ଧକ ଲଗାଇ ସାରିଛନ୍ତି। ଏହି ପରିପ୍ରେକ୍ଷୀରେ ଆନ୍ଧ୍ରପ୍ରଦେଶ, ଆସାମ, ବିହାର, ଚଣ୍ଡିଗଡ଼, ଛତିଶଗଡ, ଗୁଜୁରାଟ, ହିମାଚଳ ପ୍ରଦେଶ, ଜାମ୍ମୁ କାଶ୍ମୀର, ଝାଡଖଣ୍ଡ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ମେଘାଳୟ, ନାଗାଲାଣ୍ଡ, ତାମିଲନାଡୁ, ତେଲେଙ୍ଗାନା, ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗ କୁ ନୋଟିସ ଜାରୀ କରିଛନ୍ତି।

Related Post |Diwali:ରାଜ୍ୟରେ ବାଣ ସମ୍ପୂର୍ଣ୍ଣ ନିଷେଧ, ବାଣ ବିକ୍ରି ଏବଂ ଫୁଟାଇ ପାରିବେ ନାହିଁ

ଏହି ରାଜ୍ୟଗୁଡିକରେ ବାୟୁ ଗୁଣବତ୍ତାର ଅବସ୍ଥା କିପରି ରହିଛି ସେ ସମ୍ପର୍କରେ ଉତ୍ତର ମାଗିବା ପାଇଁ ଏନଜିଟି ଏହି ରାଜ୍ୟଗୁଡିକୁ ନୋଟିସ୍ ଜାରି କରିଛି। ଏହାର ଉନ୍ନତି ପାଇଁ କେଉଁ ପଦକ୍ଷେପ ନିଆଯାଇପାରେ। ଏହା ସହିତ ଏନଜିଟି ଦୀପୱାଲୀ ବିଷୟରେ ଚିନ୍ତା ପ୍ରକଟ କରି ଏହି ରାଜ୍ୟମାନଙ୍କଠାରୁ ଉତ୍ତର ମାଗିଛି ଯେ ଏହି ରାଜ୍ୟଗୁଡ଼ିକରେ ୧୦ ଦିନ ପୂର୍ବରୁ ଏବଂ ପରେ ବାୟୁ ପ୍ରଦୂଷଣକୁ ରୋକିବା ପାଇଁ କ’ଣ ପଦକ୍ଷେପ ନିଆଯାଇପାରେ। NTG ଏହା ମଧ୍ୟ କହିଛି ଯେ ଯେଉଁ ରାଜ୍ୟରେ ବାୟୁ ଗୁଣବତ୍ତା ପରିସ୍ଥିତି ଭଲ ନୁହେଁ, ସେମାନେ ଓଡିଶା ଏବଂ ରାଜସ୍ଥାନ ସରକାର ଭଳି ପଦକ୍ଷେପ ନେଇପାରିବେ।

Also Read | Odisha Covid-19: ଓଡ଼ିଶାରେ ହୋଇପାରେ ଦ୍ୱିତୀୟ ପର୍ଯ୍ୟାୟ କରୋନା ସଂକ୍ରମଣ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Share this:

Leave a Reply

Your email address will not be published. Required fields are marked *