Corona Virus Odisha Update: ଆଜି ୩୭୭ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ, ୬୪୨ ସୁସ୍ଥ

Share this:

ଭୁବନେଶ୍ଵର: ରାଜ୍ୟରେ ଦିନକୁ ଦିନ କରୋନା (Corona Virus) ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି। ଆଜି ଆଉ ୩୭୭ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩ଲକ୍ଷ ୨୦ହଜାର ୩୯୪କୁ ବୃଦ୍ଧି ପାଇଛି।

ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ୨୧୫ଜଣ ସଙ୍ଗରୋଧ କେନ୍ଦ୍ରରୁ ଏବଂ ୧୬୨ଜଣ ସ୍ଥାନୀୟ ଅଞ୍ଚଳର ହୋଇଥିବା ଜଣାପଡ଼ିଛି। ଆଜି ଖୋର୍ଦ୍ଧାରୁ ସର୍ବାଧିକ ୫୬ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ସୁନ୍ଦରଗଡ଼ରୁ ୪୭, ଅନୁଗୁଳରୁ ୨୮, ନୟାଗଡ଼ରୁ ୨୫, କଟକରୁ ୧୮, ବାଲେଶ୍ୱରରୁ ୧୬, ନୂଆପଡ଼ାରୁ ୧୪, କେନ୍ଦୁଝର ଓ ପୁରୀରୁ ୧୩ଜଣ ଲେଖାଏଁ, ଯାଜପୁରରୁ ୧୨, ଜଗତସିଂହପୁର ଓ ବରଗଡ଼ରୁ ୧୧ ଜଣ ଲେଖାଏଁ, ଭଦ୍ରକରୁ ୯, ସମ୍ବଲପୁର, କୋରାପୁଟ ଓ ଝାରସୁଗୁଡ଼ାରୁ ୮ ଜଣ ଲେଖାଏଁ, କେନ୍ଦ୍ରାପଡ଼ା ଓ କଳାହାଣ୍ଡିରୁ ୭ ଜଣ ଲେଖାଏଁ, ନୟାଗଡ଼ ଓ ଗଞ୍ଜାମରୁ ୬ ଜଣ ଲେଖାଏଁ, ସୋନପୁରରୁ ୪, ଢ଼େଙ୍କାନାଳରୁ ୩, ରାୟଗଡ଼ା, ଦେବଗଡ଼ ଓ ବଲାଙ୍ଗିରରୁ ୨ ଜଣ ଲେଖାଏଁ, ମାଲକାନଗିରି, କନ୍ଧମାଳରୁ ଜଣେ ଲେଖାଏଁ ଓ ଷ୍ଟେଟପୁଲରୁ ୧୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଆଜି ଚିକିତ୍ସାଧୀନ ଅବସ୍ଥାରେ ୫ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଫଳରେ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧ ହଜାର ୭ଶହ ୬୦କୁ ବୃଦ୍ଧି ପାଇଛି। ମୃତକଙ୍କୁ ମଧ୍ୟରେ କେନ୍ଦୁଝରରୁ ୨ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ମାଲକାନଗିରି, ମୟୂରଭଞ୍ଜ ଓ ନୂଆପଡ଼ାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ୬୪୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେବା ପରେ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୧୪ ହଜାର ୬୬୫ କୁ ବୃଦ୍ଧି ପାଇଛି। ମରୁଭଞ୍ଜରୁ ୭୦, ସୁନ୍ଦରଗଡରୁ ୫୪,ବାଲେଶ୍ଵରରୁ ୫୩, ଖୋର୍ଦ୍ଧାରୁ ୫୦, କଟକରୁ ୪୮, ଅନୁଗୋଳରୁ ୪୦, ବଲାଙ୍ଗୀରରୁ ୪୦, କଳାହାଣ୍ଡିରୁ ୩୨ ଜଣ, ଜଗତସିଂପୁରରୁ  ୩୧, ପୁରୀରୁ ୨୮, ବରଗଡ଼ରୁ ୨୧, ଯାଜପୁରରୁ ୨୧, ନୂଆପଡ଼ାରୁ ୧୮, କେଉଁଝରରୁ ୧୫, ଝାରସୁଗୁଡାରୁ ୧୪, କେନ୍ଦ୍ରାପଡ଼ାରୁ ୧୩, ସମ୍ବଲପୁରରୁ ୯, ଗଞ୍ଜାମରୁ ୮ ଜଣ ସୁସ୍ଥ ହୋଇଛନ୍ତି। ଭଦ୍ରକ, କୋରାପୁଟ,ନବରଙ୍ଗପୁର ଓ ରାୟଗଡାରୁ ୭ ଜଣ ଲେଖାଏଁ, ଢେଙ୍କାନାଳ ଓ ସୋନପୁରରୁ ୬ ଜଣ ଲେଖାଏଁ,ବୌଦ୍ଧ ଓ ମାଲକାନଗିରିରୁ ୫ ଜଣ ଲେଖାଏଁ, ଗଜପତି,କନ୍ଧମାଳ ଓ ନୟାଗଡ଼ରୁ ୪ ଜଣ ଲେଖାଏଁ, ଦେଓଗଡରୁ ୩ ଏବଂ  ଷ୍ଟେଟପୁଲରୁ ୧୨ ସୁସ୍ଥ ହୋଇଛନ୍ତି।

[amazon_auto_links id=”9932″]

Also Read | Help Lines: ସବୁ ଜରୁରୀ ସହାୟତା ପାଇଁ ଏଣିକି ଗୋଟିଏ ନମ୍ବର ୧୧୨

Share this: