Covid-19 India: ଦେଶରେ କୋଭିଡ୍‍ ଆରୋଗ୍ୟ ହାର ୯୪.୩୭ ପ୍ରତିଶତକୁ ବୃଦ୍ଧି

Share this:

ନୂଆଦିଲ୍ଲୀ: କୋଭିଡ୍‍ (Covid-19) ମୁକାବିଲାରେ ଦେଶ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିବା ସହିତ ଆରୋଗ୍ୟ ହାର ୯୪.୩୭ ପ୍ରତିଶତକୁ ବୃଦ୍ଧି ପାଇଛି। ଆଜି କ୍ରମାଗତ ଭାବେ ନବମ ଦିନରେ ଦୈନିକ ଆରୋଗ୍ୟଙ୍କ ସଂଖ୍ୟା ଦୈନିକ ନୂତନ ସଂକ୍ରମିତଙ୍କ ସଂଖ୍ୟାକୁ ଅତିକ୍ରମ କରିଛି।

ମୋଟ୍‍ ଆରୋଗ୍ୟଙ୍କ ସଂଖ୍ୟା ୯୧ ଲକ୍ଷରୁ ଅଧିକ ରହିଛି, ଯାହା ବର୍ତ୍ତମାନ ଚିକିତ୍ସିତ ହେଉଥିବା ସଂକ୍ରମିତଙ୍କ ସଂଖ୍ୟାର ପ୍ରାୟ ୨୨ ଗୁଣ ଅଧିକ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଦେଶର ୭୫ ପ୍ରତିଶତ ନୂଆ କୋଭିଡ୍‍ ସଂକ୍ରମିତ ୧୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ରହିଛନ୍ତି। ସେହିଗୁଡ଼ିକ ମଧ୍ୟରେ ଦିଲ୍ଲୀ (Delhi), ମହାରାଷ୍ଟ୍ର (Maharashtra), କେରଳ (Kerala), ପଶ୍ଚିମବଙ୍ଗ (West Bengal), ହରିୟାଣା (Haryana), ରାଜସ୍ଥାନ (Rajasthan) ଆଦି ରହିଛି।

ବିଶେଷକରି କେନ୍ଦ୍ର ସରକାରଙ୍କ ତ୍ୱରିତ ପଦକ୍ଷେପ ଏବଂ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗୁଁ ଦେଶର ଆରୋଗ୍ୟଙ୍କ ସଂଖ୍ୟା ବୃଦ୍ଧି  ପାଇବାରେ ଲାଗିଛି। ସେହଭଳି ମୃତ୍ୟୁସଂଖ୍ୟା ମଧ୍ୟ ହ୍ରାସ ପାଇଁ ୧.୪୫ ପ୍ରତିଶତ ରହିଛି।

Also Read | India China Border: ଚୀନ୍ ସୈନିକ ଲଦାଖର ଶୀତରେ ହତସନ୍ତ; କିନ୍ତୁ ଭାରତୀୟ ସୈନିକ ଶୀତ ପାଇଁ ପ୍ରସ୍ତୁତ

Share this: