Corona Odisha:ରାଜ୍ୟରେ କରୋନା ବିସ୍ପୋଟକ; ୬ ହଜାର ୫୯୯ ଜଣ ଚିହ୍ନଟ, ୪୯ହଜାରରୁ ଅଧିକ ହେଉଛନ୍ତି ଚିକିତ୍ସିତ

Share this:

ଭୁବନେଶ୍ଵର: ଓଡ଼ିଶା (Odisha) ରେ କରୋନା ତାର ସୁନାମୀ ଜାରି ରଖିଛି। ଲଗାତାର ଭାବରେ କରୋନା ବଢୁଛି। ଗତ ୨୪ ଘଣ୍ଟାରେ ରାଜ୍ୟର ୩୦ଜିଲ୍ଲାରୁ ଭାବେ ୬ ହଜାର ୫୯୯ ଜଣ କରୋନା (Corona Virus) ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୩୮୨୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୨୭୭୨ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Related Post : Mann Ki Baat:ଦେଶରେ ମାଗଣା କରୋନା ଟିକାକରଣ ଜାରି ରହିବ:ପ୍ରଧାନମନ୍ତ୍ରୀ ମୋଦୀ

ଆଜି ସର୍ବାଧିକ ୯୫୮ଜଣ କରୋନା ସଂକ୍ରମିତ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୁଳରୁ ୧୮୭ଜଣ, ବାଲେଶ୍ଵରରୁ ୧୩୭ଜଣ, ବରଗଡ଼ରୁ ୨୦୩ଜଣ, ଭଦ୍ରକରୁ ୮୭ଜଣ, ବଲାଙ୍ଗୀରିରୁ ୯୮ଜଣ, ବୌଦ୍ଧରୁ ୭୦ଜଣ, କଟକରୁ ୪୮୮ଜଣ, ଦେଓଗଡ଼ରୁ ୩୮ଜଣ, ଢେଙ୍କାନାଳରୁ ୨୦ଜଣ, ଗଜପତିରୁ ୮୧ଜଣ, ଗଞ୍ଜାମରୁ ୩୨୩ଜଣ, ଜଗତସିଂପୁରରୁ ୯୩ଜଣ, ଯାଜପୁରରୁ ୨୩୭ଜଣ, ଝାରସୁଗୁଡାରୁ ୪୩୬ଜଣ, କଳାହାଣ୍ଡିରୁ ୫୧୮ଜଣ, କନ୍ଧମାଳରୁ ୩୫ଜଣ, କେଉଁଝରରୁ ୧୬୬ଜଣ, କୋରାପୁଟରୁ ୬୯ଜଣ, କେନ୍ଦ୍ରାପଡ଼ାରୁ ୩୮ଜଣ, ମୟୁରଭଞ୍ଜରୁ ୧୮୦ଜଣ, ମାଲକାନଗିରିରୁ ୨୨ଜଣ, ନବରଙ୍ଗପୁରରୁ ୨୨୧ଜଣ, ନୟାଗଡ଼ରୁ ୯୧ଜଣ,ନୂଆପଡ଼ାରୁ ୫୫୧ଜଣ, ପୁରୀରୁ ୧୪୫ଜଣ, ରାୟଗଡାରୁ ୧୧୭ଜଣ, ସମ୍ବଲପୁରରୁ ୨୨୬ଜଣ, ସୋନପୁରରୁ ୧୨୯ଜଣ, ସୁନ୍ଦରଗଡ଼ରୁ ୪୩୪ଜଣ ଏବଂ ଷ୍ଟେଟ୍ ପୁଲ (State Pool) ରୁ ୨୦୧ଜଣ ସଂକ୍ରମିତ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୯୯ ଲକ୍ଷ ୧୭ ହଜାର ୮୯୪ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୪ ଲକ୍ଷ ୧୪ ହଜାର ୫୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୩୪୬୪ଜଣ ସୁସ୍ଥ ହେବା ସହିତ ମୋଟ ୩ ଲକ୍ଷ ୬୨ ହଜାର ୯୩୧ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୪୯ହଜାର ୭୫ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

Also Read | Corona Vaccine Free:ରାଜ୍ୟରେ ୧୮ରୁ ୪୪ ବର୍ଷ ବୟସ୍କଙ୍କୁ ଦିଆଯିବ ମାଗଣା ଟିକା:ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Share this: