Kalia Yojana: କାଳିଆ ଯୋଜନାରେ ଚାଷୀଙ୍କ ଖାତାକୁ ଗଲା ଟଙ୍କା, ୪୨ ଲକ୍ଷ ଚାଷୀ ହେବେ ଉପକୃତ

Share this:

ଭୂବନେଶ୍ଵର: ଅକ୍ଷୟ ତୃତୀୟା (Akshaya Tritiya) ଏବଂ କୃଷକ ଦିବସ ଅବ୍ୟବହିତ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (CM Naveen Patnaik) କୃଷକମାନଙ୍କ ଲାଗି ସହାୟତା ରାଶି ପ୍ରଦାନ କରିଛନ୍ତି। କାଳିଆ ଯୋଜନା (Kalia Yojana) ରେ ଚଳିତ ବର୍ଷର ଦ୍ୱିତୀୟ କିସ୍ତି ମୁଖ୍ୟମନ୍ତ୍ରୀ ଆଜି ପ୍ରଦାନ କରିବେ ବୋଲି ଜଣାପଡିଛି। ବିଶେଷ କରି ଚାଷୀକୂଳ ପବିତ୍ର ଅକ୍ଷୀତୃତୀୟାରେ ହିଁ ଅକ୍ଷୀମୁଠି ଅନୁକୂଳ କରିଥାନ୍ତି, ସେଥିଲାଗି ଅକ୍ଷୟ ତୃତୀୟାର ଦିନକ ପୂର୍ବରୁ ଚାଷୀଙ୍କ ଆକାଉଣ୍ଟକୁ ସରକାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି।

ପବିତ୍ର ଅକ୍ଷୟ ତୃତୀୟା ଅବସରରେ ରାଜ୍ୟ ସରକାର କାଳିଆ ଯୋଜନାରେ ଚାଷୀମାନଙ୍କର ବ୍ୟାଙ୍କ ଆକାଉଣ୍ଟକୁ କିସ୍ତି ଟଙ୍କା ପଠାଇଥିବା କହିଛନ୍ତି। ସରକାର ମୋଟ ୯୨୦ କୋଟି ଟଙ୍କା ପଠାଇଛନ୍ତି। ଏଥିରେ ମୋଟ ୪୨ ଲକ୍ଷ ପଞ୍ଜୀକୃତ ଚାଷୀ ଉପକୃତ ହେବେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, କାଳିଆ ଯୋଜନା ଚାଷୀଙ୍କ ପାଇଁ ଭଲ ଯୋଜନା। ଏହି ଟଙ୍କା ଲୋକଙ୍କର ମନରେ ଖୁସି ଆଣିଛି। କାଳିଆ ଟଙ୍କା ଚାଷୀର ଋଣଭାର ଲାଘବ କରିଛି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଚାଷୀ ଆମର ଗର୍ବ ଓ ଗୌରବ। ସମାଜ, ଦେଶ ପାଇଁ ଚାଷୀଙ୍କ ଅବଦାନ ଅତୁଳନୀୟ। ଗତବର୍ଷ କୋଭିଡ ବେଳେ ଚାଷୀମାନେ ଅର୍ଥନୀତିକୁ ବଳ ଦେଇଥିଲେ। ଚାଷ କାମ ପାଇଁ ଲକଡାଉନ କଟକଣା ନାହିଁ। କିନ୍ତୁ କୋଭିଡ ନିୟମ ମାନି ଚାଷ କରନ୍ତୁ। ଚାଷୀ ପରିବାରର ଉନ୍ନତି ହେଉ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Also Read | PM-Kisan: ଆଜି ପ୍ରଧାନମନ୍ତ୍ରୀ ମୋଦୀ ପିଏମ-କିଷାନର ଅଷ୍ଟମ କିସ୍ତି କଲେ ପ୍ରଦାନ, ସାଢେ ୯ କୋଟି ଚାଷୀ ଉପକୃତ

Share this:

Leave a Reply

Your email address will not be published. Required fields are marked *