India T20 Match: ଟି-୨୦ ବିଶ୍ଵକପରୁ ଭାରତ ବିଦାୟ, ଟିମ କଲା ନିରାଶ

Share this:

India T20 Match ଆଜି ଟି-୨୦ ବିଶ୍ୱକପ (T-20 World Cup)ର ଦ୍ୱିତୀୟ ସେମିଫାଇନାଲରେ ଇଂଲଣ୍ଡ ଭାରତ (England vs India)କୁ ୧୦ ୱିକେଟରେ ପରାସ୍ତ କରିଛି। ଭାରତର ପରାଜୟ ସହିତ ବିଶ୍ଵକପରୁ ବିଦାୟ ନେଇଛି। ସମସ୍ତ ଭାରତୀୟ ପ୍ରଶଂସକ ଭାବୁଥିଲେ ଯେ ଏହି ବର୍ଷ ଟିମ ଇଣ୍ଡିଆ ଟି-୨୦ ବିଶ୍ଵକପ ଜିତିବ କିନ୍ତୁ ଏହା ହୋଇପାରିଲା ନାହିଁ। ଟସ୍ ରେ ଇଂଲଣ୍ଡ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଲାଗୁଥିଲା ଯେ ରୋହିତ-ରାହୁଲଙ୍କ ଯୋଡି ବହୁତ ବଡ଼ ସ୍କୋର କରିବ କିନ୍ତୁ ଉଭୟ ବ୍ୟାଟ୍ସମ୍ୟାନ୍ ସମ୍ପୂର୍ଣ୍ଣ ବିଫଳ ହୋଇଥିଲେ। ଇଂଲଣ୍ଡର ୨ ବ୍ୟାଟ୍ସମ୍ୟାନ୍ ଏହି ମ୍ୟାଚ୍ ଅତି ସହଜରେ ଜିତି ନେଇଛନ୍ତି। ଇଂଲଣ୍ଡ ୧୩ ତାରିଖରେ ଫାଇନାଲ ମ୍ୟାଚ୍ ପାକିସ୍ତାନ ସହିତ ଖେଳିବ।   

ଭାରତର ଫ୍ଲପ୍ ବ୍ୟାଟିଂ

ଆଜିର ମ୍ୟାଚ୍ ବିଷୟରେ କହିବାକୁ ଗଲେ ଭାରତୀୟ ଦଳ ସମ୍ପୂର୍ଣ୍ଣ ବିଫଳ ହୋଇଛି। ଅଧିନୟକ ରୋହିତ ଶର୍ମାଙ୍କ ବ୍ୟାଟ ଆଜି ମୋଟେ ଚାଲୁନଥିଲା। ସେ ୨୮ଟି ବଲରୁ ୨୭ ରନ୍ ସଂଗ୍ରହ କରିଥିଲେ। କେଏଲ ରାହୁଲ ମାତ୍ର ୫ରନ୍ ସ୍କୋର କରିବା ପରେ ନିଜର ୱିକେଟ ଦେଇ ପ୍ୟାଭିଲିୟନ ଆଡକୁ ଯାଇଥିଲେ। ସୂର୍ଯ୍ୟ କୁମାର ଯାଦବ ମଧ୍ୟ ୧୪ରନ୍ ସ୍କୋର କରିପାରିଲେ। କେବଳ ପୂର୍ବତନ ଅଧିନୟକ ବିରାଟ କୋହଲି ନିଜର ଚମତ୍କାର ଫର୍ମ ବଜାୟ ରଖି ଅର୍ଦ୍ଧଶତକ ପୂରଣ କରିଥିଲେ। ଆଜି ମଧ୍ୟ ହାର୍ଦ୍ଦିକଙ୍କ ବ୍ୟାଟରୁ ରନ୍ ଆସିଥିଲା। ସେ ମାତ୍ର ୩୩ଟି ବଲରୁ ୬୩ ରନର ବହୁମୂଲ୍ୟ ଇନିଂସ ଖେଳିଥିଲେ। ଭାରତ ୨୦ ଓଭରରେ ୬ ୱିକେଟ ହରାଇ ୧୬୮ ରନ କରିଥିଲା ଆଶା କରୁଥିଲା ଯେ ବ୍ୟାଟିଂକୁ ନେଇ ଭାରତ ନିରାଶ ହେବ ନାହିଁ, କିନ୍ତୁ ଆରମ୍ଭରେ ୱିକେଟ୍ ଖସିପଡିବା ସହ ରନ୍ ଦ୍ରୁତ ଗତିରେ ଆସି ନଥିଲା।

smart-watch_amazon

ବୋଲର କଲେ ନିରାଶ

ଆଜି ଭାରତର କୌଣସି ବୋଲରଙ୍କ ବୋଲିଂ ଚାଲିନଥିଲା। କହିବାକୁ ଗଲେ ସମସ୍ତ ବୋଲରମାନେ ଫ୍ଲପ୍ ବୋଲି ପ୍ରମାଣିତ ହୋଇଥିଲେ। ଆରମ୍ଭରୁ ଭାରତର ଏଇ ଭୟ ଥିଲା। ଏହି ମ୍ୟାଚରେ ଯାହା ସତ୍ୟ ବୋଲି ପ୍ରମାଣିତ ହୋଇଗଲା।

ସୂଚନାଯୋଗ୍ୟ ୨୦୦୭ ମସିହାରେ ଭାରତ ପ୍ରଥମ ଥର ପାଇଁ ଏହି ବିଶ୍ୱକପ (India T20 Match) ଜିତିଥିଲା।

Read Also | Corona Odisha : ଆଜି ବଢିଛି ସଂକ୍ରମଣ, କଟକରୁ ସର୍ବାଧିକ

YOU MIGHT LIKE IT

Share this:

Leave a Reply

Your email address will not be published. Required fields are marked *