Odisha: ପିଏମ କିଷାନ ଯୋଜନାରେ ପଞ୍ଜିକୃତ ରାଜ୍ୟର ସମସ୍ତ ଚାଷୀ ଯେପରି ଲାଭ ପାଇପାରିବେ, ସେ ପଦକ୍ଷେପ ରାଜ୍ୟ ସରକାର ନିଅନ୍ତୁ: ଧର୍ମେନ୍ଦ୍ର ପ୍ରଧାନ

Share this:

ଭୂବନେଶ୍ଵର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (Union Minister Dharmendra Pradhan) ଟୁଇଟ୍‍ କରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ସରକାରରେ କ୍ରମାଗତ ଭାବେ ଅନ୍ନଦାତାଙ୍କ ହାତମୁଠାକୁ ଅଧିକ ମଜବୁତ୍ କରାଯାଉଛି। ଓଡ଼ିଶାର ଚାଷୀ ଭାଇମାନେ ପିଏମ୍ କିଷାନ ଯୋଜନା (PM Kisan Yojana)ଅନ୍ତର୍ଗତ ୮ଟି କିସ୍ତି ମାଧ୍ୟମରେ ୨ ହଜାର ଟଙ୍କା ଲେଖାଁଏ ହିସାବରେ ୩ ହଜାର ୮୩୦ କୋଟି ୮୫ ଲକ୍ଷ ଟଙ୍କାର ସହାୟତା ରାଶି ପାଇ ଲାଭାନ୍ୱିତ ହୋଇଛନ୍ତି।

ପିଏମ କିଷାନ ଯୋଜନାରେ ୮ମ କିସ୍ତିରେ ଓଡ଼ିଶାର ୨୭ଲକ୍ଷ ୮୩ ହଜାର ୨୦୯ ଚାଷୀଙ୍କୁ ମୋଟ ୫୫୬.୬୪ କୋଟି ଏବଂ ସମଗ୍ର ଭାରତବର୍ଷର ସାଢେ ୯ କୋଟି ଚାଷୀଙ୍କୁ ୧୯ ହଜାର କୋଟି ଟଙ୍କା ବ୍ୟାଙ୍କ ଖାତାରେ ପ୍ରଦାନ କରୁଥିବାରୁ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର କୃଷି ମନ୍ତ୍ରୀ ଜୀଙ୍କୁ ଧନ୍ୟବାଦ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ କହିଛନ୍ତି, ପିଏମ୍‍ କିଷାନ ଯୋଜନାରେ ଓଡ଼ିଶାର ୪୦ ଲକ୍ଷ ୫୦ ହଜାର ୧୦୩ ଚାଷୀ ପଞ୍ଜୀକୃତ ହୋଇଥିଲେ ମଧ୍ୟ କେବଳ ସପ୍ତମ କିସ୍ତିରେ ୨୪ ଲକ୍ଷ ୭୦ ହଜାର ୬୭୧ ଚାଷୀ ମୋଟ୍‍୪୯୪ କୋଟି ୧୩ ଲକ୍ଷ ଟଙ୍କାର ସହାୟତା ରାଶି ପାଇଛନ୍ତି। ଏ ନେଇ ଗତ ମାର୍ଚ୍ଚ ମାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ଲେଖିବା ପରେ ବଳକା ଚାଷୀମାନେ ଅଷ୍ଟମ କିସ୍ତିରେ ଲାଭାନ୍ୱିତ ହୋଇଛନ୍ତି।

ଓଡିଶାର ଚାଷୀ ମାନଙ୍କ କଲ୍ୟାଣକୁ ଦୃଷ୍ଟିରେ ରଖି ମୁଁ ପୁନର୍ବାର ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରୁଛି ଯେ ପିଏମ କିଷାନ ଯୋଜନାରେ ପଞ୍ଜିକୃତ ହୋଇଥିବା ରାଜ୍ୟର ସମସ୍ତ ଚାଷୀ ଯେପରି ଏହାର ସମ୍ପୂର୍ଣ୍ଣ ଲାଭ ପାଇପାରିବେ ସେଥିପାଇଁ ପଦକ୍ଷେପ ନିଅନ୍ତୁ।

Also Read | Kerala woman: ରକେଟ୍ ଆକ୍ରମଣରେ ନିହତ ହୋଇଥିବା କେରଳ ମହିଳାଙ୍କ ପରିବାରର ଦାୟିତ୍ଵ ନେବ ଇସ୍ରାଏଲ

Share this:

Leave a Reply

Your email address will not be published. Required fields are marked *