Odisha: କେନ୍ଦ୍ରୀୟ ଫୋର୍ସ ମୁତୟନ ବାବଦ ପାଉଣା ଛାଡ଼ କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି

naveen-patnaik
Share this:

ଭୁବନେଶ୍ଵର: ରାଜ୍ୟର ୪ ହଜାର ୫୬୧ କୋଟି ଟଙ୍କାର କେନ୍ଦ୍ରୀୟ ଫୋର୍ସ ମୁତୟନ ବାବଦ ପାଉଣା ଛାଡ଼ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (CM Naveen Patnaik) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Narendra Modi) ଙ୍କୁ ପତ୍ର ଲେଖିଛନ୍ତି।

Related Post | India-Russia: ରୁଷ ରାଷ୍ଟ୍ରପତି ପୁଟିନଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବାର୍ତ୍ତାଳାପ, ରୁଷ ଯଥା ସମ୍ଭବ ଦେବ ସାହାଯ୍ୟ

ଦେଶର ଅଧିକାଂଶ ସ୍ଥାନରେ ନକ୍ସଲ ଉପଦ୍ରବ ବୃଦ୍ଧି ପାଇଛି। ଏହା ବର୍ତ୍ତମାନ ଜାତୀୟ ସମସ୍ୟା ପାଲଟିଛି। ଏହି ସମସ୍ୟାର ମୁକାବିଲା କରିବା ଉଭୟ କେନ୍ଦ୍ର ଓ ରାଜ୍ୟର ଦାୟିତ୍ୱ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହାବ୍ୟତୀତ ଓଡ଼ିଶା ନିଜସ୍ୱ ସମ୍ବଳରେ ମାଓ ମୁକାବିଲା ପାଇଁ ଖର୍ଚ୍ଚ କରୁଥିବା ଶ୍ରୀ ପଟ୍ଟନାୟକ କହିଛନ୍ତି। ରାଜ୍ୟରେ ୧୫ ବାଟାଲିୟନ୍‍ ପୁଲିସ୍‍ ଫୋର୍ସ ବୃଦ୍ଧି କରାଯାଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ପରିପ୍ରେକ୍ଷୀରେ ରାଜ୍ୟର କେନ୍ଦ୍ରୀୟ ଫୋର୍ସ ମୁତୟନ ପାଉଣା ଛାଡ଼ କରିବାକୁ ସେ ପୁଣି ଥରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟକୁ ଅନୁରୋଧ କରିଛନ୍ତି।

Also Read | Covid19 Odisha:ଆଜି ରାଜ୍ୟରୁ ଆଉ ୬ ହଜାର ୯୯୮ଜଣ କରୋନା ସଂକ୍ରମିତ ଚିହ୍ନଟ,କୋଟିଏ ଟପିଲା ଟେଷ୍ଟିଂ

Share this: