Odisha Weather Report: ରାଜ୍ୟରେ ଆଜିଠୁ ୪ଦିନ ପାଇଁ କମିବ ତାପମାତ୍ରା, ରହିଛି କାଳବୈଶାଖୀ

Share this:

ଭୁବନେଶ୍ଵର: ଆଜିଠାରୁ ରାଜ୍ୟରେ ତାପମାତ୍ରା (Temperature) ହ୍ରାସ ଘଟିବାର ସମ୍ଭାବନା ଥିବା ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଆଜି ଅପରାହ୍ଣରେ କାଳବୈଶାଖୀ ଆସିବା ସମ୍ଭାବନା ଥିବାରୁ ତାପମାତ୍ରା ହ୍ରାସ ଘଟିପାରେ ବୋଲି ସୂଚନା ମିଳିଛି। ଅପରପକ୍ଷରେ ଆଜି ଅପରାହ୍ଣ ପର୍ଯ୍ୟନ୍ତ ମଧ୍ୟ ରାଜ୍ୟର ୧୬ଟି ଜିଲ୍ଲାରେ ଅଧିକ ତାପମାତ୍ରା ରହିବା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି।

ସେହିପରି ରାଜ୍ୟର ୧୫ଟି ସହର ତାପମାତ୍ରା ଗତକାଲି ୪୦ ଡିଗ୍ରି ଉପରେ ରହିଥିଲା ଏବଂ ୪୧ ଡିଗ୍ରି ଉପରକୁ ଏଥିମଧ୍ୟରୁ ୧୧ଟି ସହରର ତାପମାତ୍ରା ରହିଥିଲା। ଆଜି ଠାରୁ ରାଜ୍ୟର ତାପମାତ୍ରାରେ ହ୍ରାସ ଘଟିବ। ଅନୁମାନ ଅନୁସାରେ ଏପ୍ରିଲ ୨ରୁ ୬ ତାରିଖ ପର୍ଯ୍ୟନ୍ତ ରାଜ୍ୟ‌ର ତାପମାତ୍ରାରେ ହ୍ରାସ ଘଟିବ। ଆଜିଠାରୁ ଗଜପତି, ଗଞ୍ଜାମ, ନୟାଗଡ଼, ଖୋର୍ଧା, କଟକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାଗୁଡିକରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ପବନର ବେଗ ଘଣ୍ଟାପ୍ରତି ୪୦ରୁ ୫୦ କିମି ପର୍ଯ୍ୟନ୍ତ ରହିପାରେ। ସେହିପରି ଏପ୍ରିଲ ୩ ତାରିଖ ଦିନ ନୟାଗଡ଼, ଖୋର୍ଧା, କଟକ, ଢେଙ୍କାନାଳ, ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜ, କନ୍ଧମାଳ, ଅନୁଗୁଳ ଓ ବୌଦ୍ଧ ଜିଲ୍ଲାଗୁଡିକରେ ୩୦ରୁ ୪୦ କିମି ବେଗରେ ପବନ ବହିବା ଏବଂ ବିଜୁଳି ସହ ଘଡ଼ଘଡ଼ି ହୋଇ କାଳବୈଶାଖୀଜନିତ ବର୍ଷା ହୋଇପାରେ। ସେହିପରି ୪ ତାରିଖ ଦିନ ମୟୂରଭଞ୍ଜ, ବାଲେଶ୍ଵର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, କଟକ, ଖୋର୍ଧା ଓ ଜଗତସିଂହପୁର ଆଦି ୧୧ ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି।

[amazon_auto_links id=”10233″]

Also Read | KV Admission: ଏଥର ସମସ୍ତ କେନ୍ଦ୍ରୀୟ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀ ନାମଲେଖା ପାଇଁ ଅନ୍‍ଲାଇନ୍‍ ପଞ୍ଜିକରଣ, ଅନ୍ୟ କ୍ଳାସ ପାଇଁ ଅଫଲାଇନ, ଏପ୍ରିଲ ୧ରୁ ଆରମ୍ଭ

Share this:

Leave a Reply

Your email address will not be published. Required fields are marked *