KV Admission: ଏଥର ସମସ୍ତ କେନ୍ଦ୍ରୀୟ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀ ନାମଲେଖା ପାଇଁ ଅନ୍‍ଲାଇନ୍‍ ପଞ୍ଜିକରଣ, ଅନ୍ୟ କ୍ଳାସ ପାଇଁ ଅଫଲାଇନ, ଏପ୍ରିଲ ୧ରୁ ଆରମ୍ଭ

Share this:

ନୂଆଦିଲ୍ଲୀ: ୨୦୨୧-୨୦୨୨ ଶିକ୍ଷାବର୍ଷ (Session 2021-2022 ) ଲାଗି କେନ୍ଦ୍ରୀୟ ବିଦ୍ୟାଳୟ (Kendriya Vidyalaya) ରେ ପ୍ରଥମ ଶ୍ରେଣୀ (Class-1) ରେ ନାମ ଲେଖାଇବା ପାଇଁ ୧ ଏପ୍ରିଲ, ୨୦୨୧ରୁ ଅନଲାଇନ୍ ପଞ୍ଜିକରଣ (Online Registration) ଆରମ୍ଭ ହେବ ଏବଂ ଦ୍ୱିତୀୟ ଶ୍ରେଣୀ ଏବଂ ତଦୁର୍ଦ୍ଧ ପାଇଁ ୮ଏପ୍ରିଲ୍ ୨୦୨୧ରୁ ଅଫଲାଇନ ପଞ୍ଜିକରଣ ହେବ।

ପ୍ରଥମ ଶ୍ରେଣୀ ପାଇଁ ଅନଲାଇନ୍ ପଞ୍ଜିକରଣ ୧ଏପ୍ରିଲ୍ ୨୦୨୧ ସକାଳ ୧୦ଟାରୁ ଆରମ୍ଭ ହେବ ଏବଂ ୧୯ ଏପ୍ରିଲ ୨୦୨୧ ସଂଧ୍ୟା ୭ଟାରେ ବନ୍ଦ ହେବ। ନାମଲେଖା ସଂକ୍ରାନ୍ତରେ ବିସ୍ତୃତ ବିବରଣୀ ୱେବସାଇଟ୍ https://kvsonlineadmission.kvs.gov.in ଏବଂ ଆଣ୍ଡ୍ରଏଡ୍ ମୋବାଇଲ୍ ଆପ୍ (Android Mobile App) ମିଳିପାରିବ।

୨୦୨୧-୨୨ ଶିକ୍ଷାବର୍ଷରେ ପ୍ରଥମ ଶ୍ରେଣୀରେ ଅନଲାଇନ୍ ନାମ ଲେଖାପାଇଁ କେନ୍ଦ୍ରୀୟ ବିଦ୍ୟାଳୟର ଅଫିସିଆଲ ଆଣ୍ଡ୍ରଏଡ୍ ମୋବାଇଲ୍ ଆପ୍ ରହିଛି ଏବଂ ଏହି ଆପ୍ ଗୁଗୁଲ ପ୍ଲେ ଷ୍ଟୋର ସହିତ https://kvsonlineadmission.kvs.gov.in/apps   ରେ ଉପଲବ୍ଧ। ଏପ୍ରିଲ 8ରୁ ସକାଳ ୮ଟାରୁ ୧୫.୦୪.୨୧ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଅଫଲାଇନ୍ ମୋଡରେ ଆସନ ଉପଲବ୍ଧତା ଆଧାରରେ ଦ୍ୱିତୀୟ ଶ୍ରେଣୀ ଏବଂ ତଦୁର୍ଦ୍ଧ ପାଇଁ  ପଞ୍ଜିକରଣ ଆମନ୍ତ୍ରିତ ହେବ।

ଏକାଦଶ ଶ୍ରେଣୀ ପାଇଁ ପଞ୍ଜିକରଣ ସକାଶେ ୨୦୨୧-୨୦୨୨ ନାମଲେଖା ସୂଚୀ ଅନୁଯାୟୀ କେନ୍ଦ୍ରୀୟ ବିଦ୍ୟାଳୟ ୱେବସାଇଟ୍ରୁ ଡାଉନଲୋଡ କରିପାରିବେ ଯାହା କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ (HQ) ୱେବସାଇଟ୍ (https://kvsangathan.nic.in) ରେ ଉପଲବ୍ଧ।

ସମସ୍ତ ଶ୍ରେଣୀ ପାଇଁ ବୟସ ହିସାବ ୩୧.୦୩.୨୦୨୧ ରେ ହେବ। https://kvsangathan.nic.in ୱେବସାଇଟରେ ଉପଲବ୍ଧ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ମାଗଁଦର୍ଶିକା ଅନୁଯାୟୀ ଆସନ ସଂରକ୍ଷଣ ହେବ।

ବର୍ତ୍ତମାନ କୋଭିଡ-୧୯ (Covid-19) ସ୍ଥିତିରେ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ପକ୍ଷରୁ ସମସ୍ତ ଅଭିଭାବକଙ୍କୁ କ୍ଷମତାପ୍ରାପ୍ତ କର୍ତ୍ତୃପକ୍ଷ (କେନ୍ଦ୍ରଏବଂ ରାଜ୍ୟଙ୍କ ଦ୍ୱାରା ଜାରି ମାର୍ଗଦର୍ଶିକା ଅନୁସରଣ ପାଇଁ ନିବେଦନ କରାଯାଇଛି।

ସମ୍ପ୍ରତି କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ୧୨୪୭ଟି କେନ୍ଦ୍ରୀୟ ବିଦ୍ୟାଳୟ ସମୂହକୁ ନେଇ କାର୍ଯ୍ୟ କରୁଛି।

[amazon_auto_links id=”10233″]

Share this:

Leave a Reply

Your email address will not be published. Required fields are marked *